Home / ଶୋକ / ଅପସରା ସ୍ଵାଇଁଙ୍କ ଅକାଳ ବିୟୋଗରେ ଶୋକ

ଅପସରା ସ୍ଵାଇଁଙ୍କ ଅକାଳ ବିୟୋଗରେ ଶୋକ

apsara

ଖଲ୍ଲିକୋଟ : ୦୪ /୦୧/୨୪ : ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଲ୍ଲିକେଶ୍ଵର ଗ୍ରାମର ପୁର୍ବତନ ସରପଞ୍ଚ ଗୌରିଶଙ୍କର ସ୍ୱାଇଁଙ୍କ ଧର୍ମପତ୍ନୀ “ଅପସରା ସ୍ୱାଇଁ” ଙ୍କ ଅକାଳ ବିୟୋଗରେ ତାଙ୍କର ପ୍ରବାସ ଏବଂ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। କିଛି ଦିନ ହେଲା ଅପସରା ସ୍ୱାଇଁ ଅସୁସ୍ଥ ହେବାରୁ ତାଙ୍କୁ, ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରକାଶ ଯେ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ୦୪ /୦୧/୨୪ ସକାଳ ୮ ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୮୦ ବର୍ଷ ହୋଇଥିଲା। ତାଙ୍କର ମୃତ୍ଯୁ ଖବର ପ୍ରଚାରିତ ହେବାପରେ, ତାଙ୍କ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା । ତାଙ୍କର ଆତ୍ମାର ସଦ୍ଗତି ନିମନ୍ତେ ଗ୍ରାମବାସୀ ନୀରବ ପ୍ରାର୍ଥନା କରିଥିଲେ। ପୁରୀ ସ୍ଵର୍ଗଦ୍ଵାରରେ, ତାଙ୍କର ଅନ୍ତେଷ୍ଟି କ୍ରିୟା ସମୟରେ ସ୍ଥାନୀୟ ବିଧାୟକ ସୂର୍ଯ୍ୟମଣି ବୈଦ୍ୟ, ଚିତ୍ରସେନ ଘୋଷ ପ୍ରମୁଖ ଉପସ୍ଥିତ ରହି ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply