Home / ମୁଖ୍ୟ ଖବର / କାକଟପୁର ହାଇସ୍କୁଲ ରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଉଦ୍ଯାପିତ

କାକଟପୁର ହାଇସ୍କୁଲ ରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଉଦ୍ଯାପିତ

kakatpur

କାକଟପୁର – ୯/୨/୨୦୨୪ – ସରକାରୀ ଉଚ୍ଚ ବିଦ୍ୟାଳୟରେ ୨ ଦିନିଆ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ କୁମାର ସ୍ୱାଇଁଙ୍କ ସଭାପତିତ୍ଵରେ ଆୟୋଜିତ ବାର୍ଷିକ କ୍ରୀଡା ଉତ୍ସବ ଅବସରରେ କାକଟପୁର ବ୍ଲକ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇ କିଶୋର କିଶୋରୀ ମାନଙ୍କର କ୍ରୀଡା ଶାରୀରିକ ସ୍ୱାସ୍ଥ୍ୟ ଓ ମାନସିକ ସ୍ୱାସ୍ଥ୍ୟ ବିକାଶ ପାଇଁ ସହାୟକ ବୋଲି ବକ୍ତାଗଣ ମତ ପ୍ରକାଶ କରିଥିଲେ।୧ମ ଦିନ ଶକ୍ତିପୀଠ ମା ମଙ୍ଗଳା ମନ୍ଦିର ରୁ ମଶାଲ ଆଣି କ୍ରୀଡ଼ା ପ୍ରତିଯୋଗୀତା ଆରମ୍ଭ କରାଯାଇଥିଲା। ଉଭୟ ବରିଷ୍ଠ ତଥା କନିଷ୍ଠ ବିଭାଗର ପିଲାମାନଙ୍କ ପାଇଁ ଲମ୍ବ ଡ଼ିଆଁ, ଉଚ୍ଚ ଡ଼ିଆଁ, ଦୌଡ଼ , ଡିସକସ୍ , ସର୍ଟଫୁଟ ଆଦି ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରା ଯାଇଥିଲା। ଏଥିରେ ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ବାଳକ ବର୍ଗରେ ୯ମ ଶ୍ରେଣୀରଛାତ୍ର ସେକ୍ ସଫିତୁଲ୍ଲା ଚମ୍ପିୟାନ ଓ ବାଳିକା ବର୍ଗରେ ୯ମ ଛାତ୍ରୀ ପ୍ରିତିପ୍ରିୟା ପରିଡା ଚମ୍ପିୟାନ ହେଇଛନ୍ତି।ସେହିପରି କନିଷ୍ଠ ବର୍ଗରେ ୮ମ ଶ୍ରେଣୀର ରୋନକ ବରାଳ ଓ ପ୍ରିତିପ୍ରଜ୍ଞା ସ୍ୱାଇଁ ଚମ୍ପିୟାନ ହୋଇଛନ୍ତି।
ଏହି କାର୍ୟ୍ୟକ୍ରମକୁ ବିଦ୍ୟାଳୟର କ୍ରୀଡାଶିକ୍ଷକ ସତ୍ଯ ନାରାୟଣ ସେଠୀ , ବରିଷ୍ଠ ଶିକ୍ଷକ ପ୍ରତାପ ରାଉତ, ପୀତବାସ ଦୀକ୍ଷିତ୍, ଗୀତାଞ୍ଜଳି ବେହେରା, ସ୍ୱପ୍ନା ମହାପାତ୍ର,କାବେରୀ ସେଠୀ, ସରୋଜିନୀ ହାନ୍ସଦା, ପ୍ରଗତି ପ୍ରୁଷ୍ଠି ଓ ଦିଲ୍ଲୀପ କୁମାର କାଣ୍ଡି ପ୍ରମୁଖ ପରିଚାଳନା  କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply