Home / ମୁଖ୍ୟ ଖବର / ଶୋଳହଳ ଗ୍ରାମର କେନାଲ ପଠାରେ ଜବତ ହେଲା ୧୨୦୦ ଲିଟର ପୋଚ

ଶୋଳହଳ ଗ୍ରାମର କେନାଲ ପଠାରେ ଜବତ ହେଲା ୧୨୦୦ ଲିଟର ପୋଚ

pocha

ସତ୍ୟବାଦୀ- ତା ୨୩/୦୨/୨୦୨୪ – ଆଜି ସକାଳୁ ଶୋଳହଳ ଗ୍ରାମର କେନାଲ ପଠାରେ ଦେଶୀ ମଦ ରନ୍ଧାହୋଇ ବିକ୍ରି ହେଉଥିବାର ଖବର, ବିଶେଷ ସୂତ୍ରରୁ ପାଇ ସତ୍ୟବାଦୀ ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ ତତ୍ୱାବଧାନରେ ପୋଲିସ, ସଦଳେ ବଳେ ଚଢ଼ାଉ କରିଥିଲେ । ଅଭିଯୋଗକାରୀ ପୋଲିସ କୁ ଦେଖି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଘଟଣା ସ୍ଥଳରେ ବିପୁଳ ପରିମାଣର ମଦ ତିଆରି ପାଇଁ ପ୍ଲାଷ୍ଟିକ ଜାରକିନ୍ ରେ ଗଛିତ ଥିବା ୧୨୦୦ ଲିଟର ପୋଚ ସହିତ ଅନ୍ୟାନ୍ୟ ଅନୁସଙ୍ଗିକ ସାମଗ୍ରୀ ଯଥା ୟୁରିଆ ସାର, ଗୁଡ, ରସ ହାଣ୍ଡି ଇତ୍ୟାଦି ଜବତ୍ କରାଯାଇଛି। ସମସ୍ତ ଜବତ୍ ପୋଚ କୁ ଘଟଣା ସ୍ଥଳେ ନଷ୍ଟ କରିଦିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ  କରାଯାଇ ତଦନ୍ତ ଆରମ୍ଭ କରାଯିବାର ସୂଚନା ମିଳିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply