Home / ସାମାଜିକ / ସତ୍ୟବାଦୀ ସ୍ବାଭିମାନ ମଞ୍ଚର ବିକ୍ଷୋଭ – ସତ୍ୟବାଦୀ କୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ଦାବି

ସତ୍ୟବାଦୀ ସ୍ବାଭିମାନ ମଞ୍ଚର ବିକ୍ଷୋଭ – ସତ୍ୟବାଦୀ କୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ଦାବି

nac

ସତ୍ୟବାଦୀ : ତା – ୫.୩.୨୪ (ଶାଶ୍ଵତ ଟିଭି ) – ଜୋର୍ ଧରିଛି ସତ୍ୟବାଦୀ କୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ଦାବି , ସତ୍ୟବାଦୀ ସ୍ବାଭିମାନ ମଞ୍ଚ ତରଫରୁ ଆରମ୍ଭ ହୋଇଛି ପ୍ରାୟାସ। ଏହି ଅବସରରେ ସତ୍ୟବାଦୀ ସ୍ବାଭିମାନ ମଞ୍ଚ ତରଫରୁ ଅଞ୍ଚଳର ବୁଦ୍ଧିଜୀବି, ସମାଜସେବୀ, ସାମ୍ବାଦିକଙ୍କୁ ନେଇ ଗତକାଲି ଅପରାହ୍ନରେ ପଞ୍ଚସଖାଙ୍କ ପୀଠ ଠାରେ ଏକ ଆଲୋଚନା କରାଯାଇଥିଲା ପରେ ପରେ ସେଠାରୁ ଏକ ଶୋଭାଯାତ୍ରା ରେ ଆସି ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ୩୫ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବା ନିମନ୍ତେ ଘୋଷଣା କରିଥିବା ବେଳେ ପୁରୀ ଜିଲ୍ଲାର ଏକ ପ୍ରମୁଖ ଐତିହାସିକ ଦର୍ଶନୀୟ ସ୍ଥାନ ସତ୍ୟବାଦୀକୁ ଅନେକଦିନ ଧରି ବିଜ୍ଞାପିତ ଅଞ୍ଚଳ ଘୋଷଣା ନିମନ୍ତେ ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ନିରପେକ୍ଷତା ଅବଲମ୍ବନ କରିଥିବା ଦାବି ହୋଇଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଅପରାହ୍ନ ରେ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ଵାର ସମୁଖରେ,ସତ୍ୟବାଦୀ ସ୍ବାଭିମାନ ମଞ୍ଚ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ମଞ୍ଚର ଆବାହକ ସତ୍ୟବାଦୀ ଦାସ , ରବୀନ୍ଦ୍ରନାଥ ଷଡ଼ଙ୍ଗୀ, ନବଘନ ଶଥପଥୀ, ଦେବରାଜ ନାୟକ, ଦିଗନ୍ତ ପତି , ଚିନ୍ମୟୀ ରଥ , ସମେତ ଅନେକ ବୁଦ୍ଧିଜୀବୀ ,ସମାଜସେବୀ, ସେବାୟତ ଉପସ୍ଥିତ ଥିଲେ।
ଆଗକୁ ଏହି ଆନ୍ଦୋଳନକୁ ଜୋରଦାର କରାଯିବା ସହିତ ସତ୍ୟବାଦୀ ବାସିନ୍ଦା ସାମିଲ୍ ହେବାକୁ ମଞ୍ଚ ତରଫରୁ ଆହ୍ବାନ କରାଯାଇଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply