କାକଟପୁର-ତା୪/୦୩/୨୦୨୪ – (ତୁଷାର ଦୀକ୍ଷିତ )- ନଭେମ୍ବର ୧ ତାରିଖ ରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର କୂଳରୁ କୋଡିଏ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ଅଞ୍ଚଳ ରେ କେହି ମାଛ ଧରିପାରିବେ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି l ବିରଳ ଅଲିଭ ରିଡେଲ କଇଁଛ ମାନଙ୍କ ପ୍ରଜନନ ଋତୁ ଚାଲୁଥିବାରୁ ଏହା ପରେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ।ସେମାନଙ୍କ ସୁରକ୍ଷା ପାଇଁ ଅସ୍ତରଙ୍ଗ ଉପକୂଳ ସମୁଦ୍ର ଅଞ୍ଚଳ କୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ଆଜି ଅସ୍ତରଙ୍ଗ କେଳୁଣୀ ମୁହାଁଣ ଠାରେ ପରଂବ୍ରହ୍ମ -୧ ରେ.ନଂ IND-OR-05-MM-58 ନାମକ ଟ୍ରଲର ବେଆଇନ ଭାବେ ମାଛ ମାରୁଥିବା ସମୟରେ ବନବିଭାଗ ପାଟ୍ରୋଲିଙ୍ଗ ଟିମ ହାବୁଡ଼ରେ ପଡିଥିଲେ l ଏହି ଚଢ଼ାଉରେ ଫରେଷ୍ଟର ସବୀର କୁମାର ସାହୁ ,ବନପାଳ ନିର୍ମଳ ଚନ୍ଦ୍ର ପାତ୍ର, ଶଶୀକାନ୍ତ ସେଠୀଙ୍କ ସମେତ କଇଁଚ ସୁରକ୍ଷା ସ୍କ୍ୱାର୍ଡ,ଏପିଆର ଟିମ ଉକ୍ତ ଟ୍ରଲର କୁ ଜବତ କରି ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିଛି । ଏହି ଟ୍ରଲର ରେ ଥିବା ୮ ଜଣ ମତ୍ସ୍ୟଜୀବୀ ଙ୍କୁ ଅଟକ ରଖାଯାଇଛି। ଏ ସଂକ୍ରାନ୍ତ ରେ ମତ୍ସ୍ୟ ବିଭାଗ ଏକ ମାମଲା ରୁଜୁ କରିଛି
Social Icons
Featured Posts











