Home / ସାମାଜିକ / ମୋହନଙ୍କ କାହାଣୀ କୁ ନେଇ ଲୋକାର୍ପିତ ହେଲା ପୁସ୍ତକ ସିଲ୍ଭର ଗାନ୍ଧୀ ଇଣ୍ଡିଆ

ମୋହନଙ୍କ କାହାଣୀ କୁ ନେଇ ଲୋକାର୍ପିତ ହେଲା ପୁସ୍ତକ ସିଲ୍ଭର ଗାନ୍ଧୀ ଇଣ୍ଡିଆ

silver

ଭୁବନେଶ୍ବର: ୧୮.୩.୨୪ (ଶାଶ୍ଵତ ଟିଭି) – ସ୍ଵଛ ଭାରତ ଅଭିଯାନ ର ବାର୍ତ୍ତା ଦେଇ ସାରା ଭାରତ ବର୍ଷ ପଦଯାତ୍ରା ମାଧ୍ୟମରେ ସଚେତନତା ସୃଷ୍ଟି କରିଥିବା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗର ଛାତ୍ର ମୋହନ ମହାପାତ୍ର ଓରଫ ସିଲଭର ଗାନ୍ଧୀ ଉପରେ ଭୁବନେଶ୍ୱର ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀଙ୍କ ରଚିତ ପୁସ୍ତକ ଜୟଦେଵ ଭବନ ପ୍ରଦର୍ଶନୀ କକ୍ଷଠାରେ ଲୋକାର୍ପିତ ହୋଇଯାଇଛି । ଓଡିଶା ସମାଜସେବୀ ମହାସଙ୍ଘ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଡ଼ଃ ପ୍ରସନ୍ନ ପାଟଶାଣୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଉ ଜଣେ ମୋହନ ଆଉ ଜଣେ ଗାନ୍ଧୀ ଉପରେ ଆଲୋକପାତ କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁର ରାଉତରାୟ, ସମାଜସେବୀ ମୀରା ପରିଡା, ମହାସଙ୍ଘ ରାଜ୍ୟ ମହିଳା ସଭାପତି ଡ଼. ବନ୍ଦନା ହରିଚନ୍ଦନ, କଣ୍ଠଶିଳ୍ପୀ ଡ଼ଃ ଜୟଶ୍ରୀ ଧଳ, ସମାଜସେବୀ ମନସ୍ମିତା ଜେନା, ମାନି ପଣ୍ଡା, ମାନସ ବସ୍ତିଆ, ଭାଟିଆ ବାବୁ, ଜନନେତା ବିଜୟ ପରିଡା, ସାମ୍ବାଦିକ ଲିଙ୍ଗରାଜ ସାହୁ, ଅଶ୍ୱନି ପତି, କିଶନ ବରାଇ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ମହାସଙ୍ଘ ର ରାଜ୍ୟ ସଭାପତି ବାପୁ ଓଝା । ତନ୍ମୟ ସାମନ୍ତରାୟ, ମାନସ ରଞ୍ଜନ ସାହୁ, ନିରଞ୍ଜନ ସାହୁ, ଦେବପ୍ରସାଦ ମେର୍କାପ, ଚିତ୍ତରଂଜନ ଦାସ, ପ୍ରମୋଦ ପତି, ଡ଼ି ସନ୍ତୋଷ, ମିର ମହମ୍ମଦ ଅଲ୍ଲୀ, ଭୁବନାନନ୍ଦ ସାମନ୍ତ ପ୍ରମୁଖ ମହାସଙ୍ଘ ର ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗର ଛାତ୍ର ମୋହନ ମହାପାତ୍ର ଏକାଧାରରେ ଜଣେ କଳାକାର ସହିତ ସମାଜ ସେବୀ ମଧ୍ଯ ଅଟନ୍ତି।
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ବେନୁପଡ଼ା ଗ୍ରାମରେ ଜନ୍ମିତ ମୋହନଙ୍କର ପିଲାଟି ଦିନରୁ ଅଭିନୟ, ସମାଜ ସେବା ସହିତ ଦାନ ଧର୍ମରେ ଅହେତୁକ ଆଗ୍ରହ ରହିଥିଲା, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗରେ ଶିକ୍ଷା ସମାପ୍ତ ପରେ ସମାଜ ସେବା ସହିତ ଜନସାଧାରଣ ଙ୍କୁ ସଚେତନତା ପାଇଁ ଆରମ୍ଭ କରିଥଲେ କାର୍ଯ୍ଯ ଜନସାଧାରଣ ଙ୍କ ଧ୍ୟାନ ଆକର୍ଷଣ ପାଈଁ ସାଜିଥିଲେ ଗାନ୍ଧୀ ବେଶ, ସମାଜର ମଙ୍ଗଳ ପାଇଁ ଭୁଲିଯାଇଥିଲେ ନିଜର ଯୁବକ ସମୟର ସୌଖ କୁ ମୁଣ୍ଡ ଲଣ୍ଡା କରି, ଧଳା ଲୁଗା ପିନ୍ଧି, ଦେହରେ ରୂପେଲି ରଙ୍ଗ ମାରି ଗୋଟେ ହାତରେ ଠେଙ୍ଗା ଏବଂ ଅନ୍ୟହାତରେ ସଚେତନତା ବାର୍ତ୍ତା ର ପ୍ଲା କାର୍ଡ ଧରି ଆରମ୍ଭ କରିଥିଲେ ନିଜର ଯାତ୍ରା, ଏ ଗାଁ ରୁ ସେ ଗାଁ, ସହରର ଗଳିକନ୍ଦି, ବଜାର, ସ୍କୁଲ୍, କଲେଜ ଖାଲି ପାଦରେ ବୁଲିଲେ ଏବଂ ଲକ୍ଷ ଥିଲା ଗୋଟିଏ ସମାଜ ର ମଙ୍ଗଳ, ଜନସାଧାରଣ ମଧ୍ଯ ରୂପେଲି ରଙ୍ଗର ଗାନ୍ଧୀ ବେଶ ଧାରି ଯୁବକଙ୍କୁ ଦେଖି କୌତୁହଳ ରେ ଭିଡ଼ ଜମାଉଥିଲେ ସେବେଠାରୁ ମୋହନ ପାଲଟି ଯାଇଥିଲେ “ସିଲିଭର ଗାନ୍ଧୀ”।
ମୋହନଙ୍କ ଗାନ୍ଧୀ ବେଶରେ ପୁରୀରୁ ଦିଲ୍ଲୀ ପଦଯାତ୍ରା ସାରା ଭାରତରେ ଆଲୋଡନ ଖେଳିଯାଇଥିଲା, ସ୍ୱଚ୍ଛତାର ବାର୍ତ୍ତା ନେଇ ଦିଲ୍ଲୀରେ ଦେଶର ପ୍ରଧାନ ମନ୍ତ୍ରୀ ଏବଂ ମହାମହିମ୍ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଦେଶରେ ପାଲଟିଯାଇଥିଲେ ସ୍ୱଚ୍ଛ ଭାରତ ଅଭିଯାନର ଜଣେ ବ୍ରାଣ୍ଡ ଆମ୍ବାସାଡର ପରବର୍ତ୍ତୀ ସମୟରେ
ପଦଯାତ୍ରା ରେ ବିଶ୍ୱ ରେକର୍ଡ ସ୍ଥାପନା କରିଥିବା ଓ ଯାହାଙ୍କ କୃତୀ ଓ କୀର୍ତ୍ତିକୁ ଆଧାର କରି “ସିଲିଭର ଗାନ୍ଧୀ” ନାମରେ
ଏକ ହିନ୍ଦୀ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା ।
ସେଇ ଆମ ଓଡ଼ିଆ ପୁଅ ସିଲଭର ଗାନ୍ଧୀ (ମୋହନ ମହାପାତ୍ର)ଙ୍କ ସଙ୍ଘର୍ଷର ଯାତ୍ରା ଉପରେ  ଆଧାରିତ ଡ଼. ପ୍ରସନ୍ନ ପାଟ୍ଟଶାଣୀଙ୍କ ରଚିତ ପୁସ୍ତକ SILVER GANDHI INDIA ର ଲୋକାର୍ପଣ କାର୍ଯ୍ୟକ୍ରମ ରେ ଆଜି ଓଡିଶାର ମାନ୍ୟଗଣ୍ୟ ଅତିଥି ମାନେ ଯୋଗଦାନ୍ କରି ମୋହନ ମହାପାତ୍ରଙ୍କୁ ପ୍ରଶଂସା କରିବା ସହିତ ଆଗକୁ ଏହି ପୁସ୍ତକ ଜରିଆରେ ଜନସାଧାରଣ ସମାଜ ସେବା ପାଇଁ ପ୍ରେରଣା ପାଇପାରିବେ ବୋଲି ଆଲୋଚନା କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply