Home / ରାଜନୀତି / କଂଗ୍ରେସ ରେ ଯୋଗଦେଲେ ସତ୍ୟବାଦୀର ଜଣାଶୁଣା ସମାଜ ସେବୀ ମନୋଜ ରଥ

କଂଗ୍ରେସ ରେ ଯୋଗଦେଲେ ସତ୍ୟବାଦୀର ଜଣାଶୁଣା ସମାଜ ସେବୀ ମନୋଜ ରଥ

congress

ଭୁବନେଶ୍ବର: ତା ୧୫.୪.୨୪ (ଶାଶ୍ଵତ ଟିଭି) ଆଜି ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନରେ ଜାତୀୟ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବରେ ଯୋଗଦେଲେ ସତ୍ୟବାଦୀର ଜଣାଶୁଣା ସମାଜ ସେବୀ ଶ୍ରୀଯୁକ୍ତ ମନୋଜ ରଥ। ସତ୍ୟବାଦୀ ବିଜେପି ର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ବିଶ୍ଵନାଥ ରଥଙ୍କ ସୁପୁତ୍ର ଶ୍ରୀଯୁକ୍ତ ମନୋଜ ରଥ ଆଜି ଶତାଧିକ କର୍ମୀଙ୍କ ସହିତ ସତ୍ୟବାଦୀ ବ୍ଳକ୍ , କଣାସ ବ୍ଲକ ସଭାପତି ଏବଂ ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନଙ୍କ ଉପସ୍ଥିତରେ କଂଗ୍ରେସ୍ ରେ ଯୋଗଦାନ କରିଛନ୍ତି।

ବିଗତ ଦିନରେ ଶ୍ରୀଯୁକ୍ତ ମନୋଜ ରଥ ସତ୍ୟବାଦୀ ଏବଂ ପୁରୀ ଅଞ୍ଚକରେ ସମାଜ ସେବା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରି ସଭିଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି। “ଉତ୍କଳ ବିଦ୍ୟୁତ୍ ପରିଷଦ” ନାମରେ ଧର୍ମିକ ଅନୁଷ୍ଠାନ ମଧ୍ୟମରେ କରୋନା ସମୟରେ ହଜାର ଲୋକଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ କରିବା ସହିତ ବର୍ଷକୁ ଥରେ ଶତାଧିକ ବ୍ରାହ୍ମଣ ପିଲାଙ୍କ ନିଃଶୁଳ୍କ ବ୍ରତଘର, ଶୀତଋତୁରେ କମ୍ବଳ ବଣ୍ଟନ , ବିଭିନ୍ନ ପର୍ବ ପର୍ବାଣୀରେ ଖାଦ୍ୟସାମଗ୍ରୀ ବଣ୍ଟନ କରି ଚର୍ଚ୍ଚାରେ ରହିଆସିଛନ୍ତି। ଜାତୀୟ କଂଗ୍ରେସ ରେ ସାମିଲ ହୋଇ ଆଗକୁ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବା ନେଇ ଚର୍ଚ୍ଚା ଜୋର୍ ଧରିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply