Home / ମୁଖ୍ୟ ଖବର / ପୁରୀ ରେ ଅନୁଷ୍ଟିତ ହେବ ଜାତୀୟ ହାମର ବଲ୍ ଚାମ୍ପିଅନସିପ

ପୁରୀ ରେ ଅନୁଷ୍ଟିତ ହେବ ଜାତୀୟ ହାମର ବଲ୍ ଚାମ୍ପିଅନସିପ

habar1

ପୁରୀ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ ପରିସରରେ ଓଡିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଜାତୀୟ ହାମର ବଲ୍ ପୁରୁଷ ଏବଂ ମହିଳା ଚାମ୍ପିଅନସିପ କ୍ରିଡ଼ା ଉତ୍ସବ । ଆସନ୍ତା ୯ ଜୁନ ଠାରୁ ଆରମ୍ଭ ହେବାକୁ ଥିବା ଏହି କ୍ରିଡ଼ା ୧୨ ଜୁନ ପର୍ୟ୍ୟନ୍ତ ଚାରି ଦିନ  ଧରି ଚାଲିବ। ଏହି ଚାମ୍ପିଅନସିପ ରେ ୧୮ ରାଜ୍ୟର ୩୦୦  କ୍ରୀଡାବିତ୍ ଅଂଶଗ୍ରହଣ କରୁଛନ୍ତି। ଏହି ଅବସରରେ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ ସଭା ଗୃହରେ ଆୟୋଜିତ ହୋଇଯାଇଛି ଏକ ସାମ୍ୱାଦିକ ସମ୍ମିଳନୀ, ଏହି ସମ୍ମିଳନୀ ରେ ହାମର୍ ବଲ ଆସୋସିଏସନ୍ ଅଫ ଇଣ୍ଡିଆର ସଚିବ ମନିଶ କୁମାର୍ ଶ୍ରୀବାସ୍ତବ, ଜାତୀୟ ଉପସଭାପତି ରିଣ୍ଟୁ ମିତ୍ର, ରାଜ୍ୟ ହାମର ବଲ ଆସୋସିଏସନ୍ ଉପସଭାପତି ସୋମନାଥ ପଟ୍ଟନାୟକ, ରାଜ୍ୟ ସମ୍ପାଦକ ରାଗିଣୀ ମିତ୍ର, ପରିଚାଳନା କମିଟି ସଦସ୍ୟ ପ୍ରକାଶ ପାତ୍ର, ପ୍ରେମ ଚାନ୍ଦ ବୈଠାରୁ, ରଜ୍ୟ କୋଚ ରାହୁଲ ତିୱାରୀ ପ୍ରମୁଖ ଉପସ୍ଥିତ ରହି ଏହି ଚାମ୍ପିଅନସିପ  ଏବଂ କ୍ରିଡ଼ାର ବିଷୟରେ ରେ ସୂଚନା ପ୍ରଦାନ୍ କରିଥିଲେ।

habar2

ରାଜ୍ୟ ହାମର ବଲ ଆସୋସିଏସନ୍ ର ସଭାପତି ପ୍ରଶାନ୍ତ କୁମାର ଦିୱେଦି ସମସ୍ତ କ୍ରୀଡାବିତ୍ ମାନଙ୍କୁ ଶୁଭେଛା ଜଣାଇବା ସହିତ ରାଜ୍ୟ ରେ ପ୍ରଥମ ଥର ପାଇଁ ଆୟୋଜିତ୍ ହେବାକୁ ଥିବା ଏହି କ୍ରିଡ଼ା ଉତ୍ସବରେ ସମସ୍ତେ ସାମିଲ୍ ହୋଇ ଏହି କ୍ରୀଡାର ମଜା ଉଠାଇବା ପାଇଁ ସ୍ଵାଗତ କରିଛନ୍ତି।
ଶେଷରେ ସମସ୍ତେ ଚାମ୍ପିଅନ ଟ୍ରଫି କୁ ଉନ୍ମୋଚନ କରିବା ସହିତ ଓଡ଼ିଶା ହାମର ବଲ ଜର୍ସି ପ୍ରଦର୍ଶନ କରିଥିଲେ। ସୁଚନା ଅନୁସାରେ ଆସନ୍ତା କାଲି ହେବାକୁ ଥିବା ଉଦ୍ଘାଟନୀ ସମାରୋହର ଏବଂ ସମାବର୍ତ୍ତନ ଉତ୍ସବରେ ଓଡ଼ିଶା ର କଳା ସଂସ୍କୃତିର ଝଲକ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ମାଲଖମ୍ବ ସମରକଳାର ପ୍ରଦର୍ଶନ ସହିତ ଓଡ଼ିଶାର ପ୍ରତିଷ୍ଠିତ କଳାକାର ମାନେ ସଙ୍ଗୀତ ପରିବେଷଣ କରିବାର କାର୍ଯକ୍ରମ ରହିଛି।

habar3
SPREAD YOUR LOVE WITH YOUR FRIENDS AND FAMILY

One Comment

Leave a Reply