Home / ରାଜନୀତି / ବିଜେପି ରେ ଯୋଗଦାନ କଲେ ଓଡ଼ିଶାର ଚର୍ଚ୍ଚିତ ଚେହେରା ଡ଼ ପ୍ରସନ୍ନ କୁମାର ପାଟ୍ଟଶାଣୀ ଏବଂ ସିଲ୍ଭର ଗାନ୍ଧୀ

ବିଜେପି ରେ ଯୋଗଦାନ କଲେ ଓଡ଼ିଶାର ଚର୍ଚ୍ଚିତ ଚେହେରା ଡ଼ ପ୍ରସନ୍ନ କୁମାର ପାଟ୍ଟଶାଣୀ ଏବଂ ସିଲ୍ଭର ଗାନ୍ଧୀ

patsashani

ଦିଲ୍ଲୀ: ତା ୮.୬.୨୪ (ଶାଶ୍ଵତ ଟିଭି) – ଆଜି ଦିଲ୍ଲୀ ଠାରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ୍ କରିଛନ୍ତି ଓଡ଼ିଶାର ବରିଷ୍ଠ ଭେଟରାନ ନେତା, କବି ଡ଼. ପ୍ରସନ୍ନ କୁମାର ପାଟ୍ଟଶାଣୀ,ଯିଏକି ଓଡ଼ିଶା ଭୁବନେଶ୍ୱର ଲୋକସଭା ଆସନରେ ଲଗାତାର ପାଞ୍ଚଥରର ସାଂସଦ ଓ ଚାରିଚାରିଥରର ଖୋର୍ଦ୍ଧା ବିଧାନସଭାରେ ବିଧାୟକ ଓ କ୍ୟାବିନେଟ ମନ୍ତ୍ରୀ ଏବଂ ବର୍ତମାନ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବରେ ଅତି ସଫଳତାର ସହିତ କାର୍ଯ୍ୟ କରିବା ସହିତ ଓଡିଶା ଓ ଓଡିଶା ବାହାରର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଅଛନ୍ତି!ତା ସହିତ ପାଟ୍ଟସାଣିଙ୍କର କଳା,ସାହିତ୍ୟ,ସଂସ୍କୃତି କ୍ଷେତ୍ରରେବି ଅନେକ ଅବଦାନ ରହିଛି, ଅନେକ କବିତା,ପ୍ରବନ୍ଧ ଏବଂ ପୁସ୍ତକ ରଚନା କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

patsashani1

ତାଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି ଓଡ଼ିଶାର “ସିଲ୍ଭର ଗାନ୍ଧୀ” ଭାବରେ ପରିଚିତ ଯୁବ ଅଭିନେତା ମୋହନ ମହାପାତ୍ର। ବିଭିନ୍ନ ପଦଯାତ୍ରା ମାଧ୍ୟମରେ ଜନସଚେତନତାର ବାର୍ତ୍ତା ଦେଇ ବିଶେଷ ଭାବରେ “ସ୍ୱଚ୍ଛ ଭାରତ ଅଭିଯାନ”ରେ ଓଡିଶା ତଥା ଭାରତର ବିଭିନ୍ନ ରାଜ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ମୋହନ! ଏହି ମହାନ କାର୍ଯ୍ୟ ପାଇଁ ଭାରତର ମହାମହିମ ରାଷ୍ଟପତି,ପ୍ରିୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରୀୟ ନେତା ଓ ଓଡିଶାର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମାନ୍ୟଗଣ ବ୍ୟକ୍ତିମାନେ ତାଙ୍କର ଏହି ନିଷ୍ଠାପର କାର୍ଯ୍ୟରେ ଖୁସି ବ୍ୟକ୍ତ କରିଛନ୍ତି! ଯାହାଙ୍କର କୃତୀ ଓ କୀର୍ତ୍ତି ଉପରେ ଏକ ହିନ୍ଦୀ ଚଳଚ୍ଚିତ୍ର “ସିଲ୍ଭର ଗାନ୍ଧୀ “ନିର୍ମିତ ହେଉଛି!ଭାରତର ଯସଶ୍ଵି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୋଦି ସେନାରେ ଯୋଗଦାନ କରି “ଭାରତୀୟ ଜନତା ପାର୍ଟିର “ସକ୍ରିୟ ସଦସ୍ୟ ଭାବରେ କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply