Home / କ୍ରୀଡା / ଅନୁଷ୍ଟିତ ହେଲା ଜାତୀୟ ହାମର ବଲ୍ ଚାମ୍ପିଅନସିପର ଉଦ୍ଘାଟନୀ ସମାରୋହ

ଅନୁଷ୍ଟିତ ହେଲା ଜାତୀୟ ହାମର ବଲ୍ ଚାମ୍ପିଅନସିପର ଉଦ୍ଘାଟନୀ ସମାରୋହ

ପାଲ୍ୟ

ପୁରୀ: ତା ୯ .୬.୨୪ – ପୁରୀ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ ପରିସରରେ ଅନୁଷ୍ଟିତ ହୋଇଯାଇଛି ଜାତୀୟ ହାମର ବଲ୍ ପୁରୁଷ ଏବଂ ମହିଳା ଚାମ୍ପିଅନସିପର ଉଦ୍ଘାଟନୀ ସମାରୋହ । ଏହି ଅବସରରେ ଯୁଭେନାଇଲ ବୋର୍ଡ ସଦସ୍ୟା ତଥା ସମାଜସେବୀ ଡ଼ ଜୟଶ୍ରୀ ମହାପାତ୍ର ମୂଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଏବଂ ବିଭିନ୍ନ ରାଜ୍ୟରୁ ଆସିଥିବା କ୍ରୀଡାବିତ୍ ମାନେ ଫ୍ଲାଗ ମାର୍ଚ୍ଚ କରିଥିଲେ। ହାମର୍ ବଲ ଆସୋସିଏସନ୍ ଅଫ ଇଣ୍ଡିଆର ସଚିବ ମନିଶ କୁମାର୍ ଶ୍ରୀବାସ୍ତବ ସ୍ଵାଗତ ଭାଷଣ ଦେଇଥିବା ବେଳେ , ଜାତୀୟ ଉପସଭାପତି ରିଣ୍ଟୁ ମିତ୍ର, ରାଜ୍ୟ ହାମର ବଲ ଆସୋସିଏସନ୍ ଉପସଭାପତି ସୋମନାଥ ପଟ୍ଟନାୟକ, ରାଜ୍ୟ ସମ୍ପାଦକ ରାଗିଣୀ ମିତ୍ର ମଞ୍ଚରେ ଉପସ୍ଥିତ ଥିଲେ। ସଭା ସମାପ୍ତ ପରେ ଡ଼ ଜୟଶ୍ରୀ ମହାପାତ୍ର କ୍ରୀଡାବିତ୍ ମାନଙ୍କ ସହିତ ସାକ୍ଷାତ ପରେ ବ୍ୟାଟିଂ କରି କ୍ରୀଡାର ଶୁଭାରମ୍ଭ କରିଥିଲେ।

play2

ପରେ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯକ୍ରମ। ସିଂହାରୀ ଏଣ୍ଟରଟର୍ଣ୍ଣମେଣ୍ଟ ତରଫରୁ କଳାକାର ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଏବଂ ସ୍ଥାନୀୟ କଣ୍ଠଶିଳ୍ପୀ ଦର୍ଶନା କର ଏବଂ ମାନସ ଦାସ ସଙ୍ଗୀତ ପରିବେଷଣ କରିଥିଲେ। ଦର୍ଶନା କରଙ୍କ ରଙ୍ଗବତୀ ସମ୍ବଲପୁରୀ ଗୀତ ରେ ସମସ୍ତ କ୍ରୀଡାବିତ୍ ମାନେ ନୃତ୍ୟ କରି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ। ଆଜିର କାର୍ଯ୍ୟକ୍ରମ କୁ ସିଂହାରୀ ଆଲୋକ ଖୁଣ୍ଟିଆ ସଂଯୋଜନା କରିଥିବା ବେଳେ ରାଗିଣୀ ମିତ୍ର ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply