Home / ରାଜନୀତି / ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପିପିଲି ବିଧାୟକ ଆର୍ଷିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଙ୍କ, ମଙ୍ଗଳା ମନ୍ଦିର ପରିଦର୍ଶନ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପିପିଲି ବିଧାୟକ ଆର୍ଷିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଙ୍କ, ମଙ୍ଗଳା ମନ୍ଦିର ପରିଦର୍ଶନ

omm

କାକଟପୁର ତା ୧୩/୬, ( ତୁଷାର ଦୀକ୍ଷିତ ) – ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ଶପଥ ନେବା ପରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମା ମଙ୍ଗଳାଙ୍କୁ ଦର୍ଶନ କରିବା ନିମନ୍ତେ ମଙ୍ଗଳା ମନ୍ଦିରକୁ ଚୁଟି ଆସିଛନ୍ତି l ଗୁରୁବାର ଦିନ ୧ ଟାରେ ସେ ମଙ୍ଗଳା ଙ୍କ ଗେଟ ପାଖରେ ପହଞ୍ଚିବା ପରେ ବିଜେପି କର୍ମୀ ମାନେ ତାଙ୍କୁ ଗେଟ ପାଖରେ ପୁଷ୍ପ ଗୁଚ୍ଛ ଦେବା ପରେ ମନ୍ଦିର ପାଖକୁ ଚାଲି ଚାଲି ଯିବା ସମୟରେ ବିଜେପି ସ୍ଲୋଗାନ ମାନ ଦିଆ ଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ବିଜେପି ବିଧାୟକ ପ୍ରାଥୀ ବାଇଧର ମଲ୍ଲିକ, ଦିବାକର ଛାଟୋଇ, ସୁଦର୍ଶନ ସ୍ୱାଇଁ, ସରୋଜ ସାମଲ, ଶ୍ରୀଧର ନାୟକ ପ୍ରମୁଖ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ, ମନ୍ଦିରରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ସେବାୟତ ନିଯୋଗ ଏବଂ ବିଜେପିର ବରିଷ୍ଠ କର୍ମକର୍ତ୍ତା ମାନେ ଉପ ମୁଖ୍ୟମନ୍ତ୍ରୀ

maa mangala

ଶ୍ରୀମତୀ ପରିଡା, ଦୁଇ ବିଧାୟକ ଙ୍କୁ ପୁଷ୍ପଗୁଛ, ଉପଢୌକନ ଦେଇ ସ୍ୱାଗତ କରିବା ସହିତ ମନ୍ଦିର ଭିତରକୁ ନେଇଥିଲେ ପରେ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯାଳୟ ରେ କିଛି ସମୟ ବସିବା ପରେ ମାଙ୍କୁ ଦର୍ଶନ କରିବାକୁ ଗମ୍ଭୀରା ଭିତରକୁ ଯାଇଥିଲେ ଉପ ମୁଖ୍ୟମନ୍ତ୍ରୀ ଙ୍କ ସେବାୟତ ମିହିର ରଞ୍ଜନ ଦୀକ୍ଷିତ ମନ୍ଦିର ଭିତରକୁ ପାଛୋଟି ନେବା ସହିତ ଠାକୁରାଣୀ ଙ୍କ ଲାଗି ଉତ୍ତୋରୀୟ ଉପ ମୁଖ୍ୟମନ୍ତ୍ରୀ ଓ ଦୁଇ ବିଧାୟକ ଙ୍କୁ ପ୍ରଦାନ କରିଥିଲେ l ମା’ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ପରେ ପୂର୍ବ ସରକାର ସମୟରେ ମା ମଙ୍ଗଳା ମନ୍ଦିରର ଉନ୍ନତିକରଣ ପାଇଁ ଯେଉଁ ସବୁ ପ୍ରକ୍ରିୟା ଚାଲୁ ରହିଥିଲା ତାହା ବଳବତ୍ତର ରହିବା ସହିତ ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ସମସ୍ତ ପ୍ରତିଶୃତିକୁ ସରକାର ଖୁବ ଶୀଘ୍ର ପର୍ଯ୍ୟାୟ କ୍ରମେ ପୂରଣ କରିବେ ବୋଲି ମାନନୀୟା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିବା ସହିତ ସମସ୍ତ ସେବାୟତ ଙ୍କ ଗହଣରେ ମନ୍ଦିର ବିଷୟରେ ଆଲୋଚନା

omm1
SPREAD YOUR LOVE WITH YOUR FRIENDS AND FAMILY

Leave a Reply