Home / ଆଧ୍ୟାତ୍ମିକ / ସନ୍ଥ ତୁଳସୀ ଦାସଙ୍କ ମହିମା ପ୍ରଚାର ପାଇଁ ଉଦ୍ୟମ

ସନ୍ଥ ତୁଳସୀ ଦାସଙ୍କ ମହିମା ପ୍ରଚାର ପାଇଁ ଉଦ୍ୟମ

santha1

ମୁଖ୍ୟମନ୍ତ୍ରୀ ଙ୍କୁ ସହିତ ଆଲୋଚନା କଲେ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା, ପୁରୀ, ଗୋବିନ୍ଦ ଗୋଧାମ ଗୋଶାଳା ତଥା ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠାତା ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ସନ୍ଥ ତୁଳସୀ ଦାସଙ୍କ ସମ୍ପର୍କରେ ଆଲୋଚନା କରିବା ସହ ଚିତ୍ରକୂଟ ତୁଳସୀ ପିଠାଧୀଶ୍ୱର ଜଗତଗୁରୁ ପଦ୍ମ ବିଭୂଷଣ ରାମ ଭଦ୍ରାଚାର୍ଯ୍ୟ ଙ୍କ ସନ୍ଦେଶ ଅନୁଯାୟୀ ପୁରୀ ଚନ୍ଦନପୁର ନିକଟସ୍ଥ ସନ୍ଥ ତୁଳସୀ ପୀଠରେ ଜୁଲାଇ ୯ ତାରିଖ ଦିନ ରାଜସ୍ଥାନ ରୁ ମାର୍ବଲ ରେ ନିର୍ମିତ ହୋଇ ଆସିଥିବା ସନ୍ଥ ତୁଳସୀ ଦାସ ଙ୍କ ପ୍ରତିମୂର୍ତ୍ତି ସ୍ଥାପନା ସମ୍ପର୍କରେ ଅବଗତ କରାଇଥିଲେ |

santha3

ସେହିଭଳି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କ ସହିତ ସନ୍ଥ ତୁଳସୀ ଦାସଙ୍କ କାର୍ଯ୍ୟକ୍ରମ ଏବଂ ଜଗତଗୁରୁ ଦ୍ୱାରା ୬ ତାରିଖ ଠାରୁ ନବ ଦିନାତ୍ମକ ରାଷ୍ଟ୍ରୀୟ ଶ୍ରୀରାମ କଥାରେ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ କରିଥିଲେ |ଆଜିର ସାକ୍ଷାତ ଆଲୋଚନା ସମୟରେ ଶ୍ରୀପଣ୍ଡାଙ୍କ ସହିତ ଟ୍ରଷ୍ଟର ମୁଖ୍ୟ ସଂଯୋଜକ ଉମେଶ ଖଣ୍ଡେଲବାଲ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଦିଲ୍ଲୀପ ଖଣ୍ଡେଲବାଲ, ପଣ୍ଡିତ ଗଙ୍ଗାଧର ପଣ୍ଡା, କାର୍ତ୍ତିକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |

santha2
SPREAD YOUR LOVE WITH YOUR FRIENDS AND FAMILY

Leave a Reply