Home / ସ୍ୱାସ୍ଥ୍ୟ / ବିଧାୟକ ହଠାତ୍ ପଶିଗଲେ, ସମସ୍ତେ ହେଲେ ଛାନିଆ

ବିଧାୟକ ହଠାତ୍ ପଶିଗଲେ, ସମସ୍ତେ ହେଲେ ଛାନିଆ

hospital

ସାକ୍ଷୀଗୋପାଳ: ୨୭.୬.୨୪ (ଶାଶ୍ଵତ ଟିଭି ) ସରକାର ବଦଳିବା ପରେ ପ୍ରଥମ ଥର ପାଇଁ ସତ୍ୟବାଦୀ ବ୍ଲକରେ ଅନୁଷ୍ଟିତ ହୋଇଯାଇଛି ଏକ ସମିକ୍ଷା ବୈଠକ।ଗତକାଲି ଅପରାହ୍ନ ରେ ଅନୁଷ୍ଟିତ ହୋଇଥିବା ଏହି ବୈଠକରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ପ୍ରଥମ ଥର ପାଈଁ ଉପସ୍ଥିତ ରହି ସତ୍ୟବାଦୀ ବ୍ଲକ୍ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ବିଧାୟକ ଶ୍ରୀଯୁକ୍ତ ମିଶ୍ର ସମସ୍ତ ବିଭାଗର ବିଭାଗିୟ ଅଧିକାରୀ , ସରପଞ୍ଚ , ନୋମିନି, ସମିତିସଭ୍ୟ ଙ୍କ ଉପସ୍ଥିତିରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ବିଦ୍ୟୁତ୍ ସମସ୍ୟା , କୃଷି ଭିର୍ତିକ ସମସ୍ୟା , ବନ୍ୟା ଓ ବାତ୍ୟା ସମସ୍ୟା ର ସମ୍ପୂର୍ଣ୍ଣ ଆଲୋଚନା କରି ବିଭାଗୀୟ ଅଧିକାରୀ ମାନଙ୍କୁ ଉତ୍ତର ମାଗିଥିଲେ।

hospital1

ସଭା ପରେପରେ ବର୍ଷା ହେଉଥିଲେ ମଧ୍ୟ ବର୍ଷାରେ ଭିଜି ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ହଠାତ୍ ପଶିଯାଇଥିଲା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ଯକୁ। ସମସ୍ତ ସୁବିଧା ଅସୁବିଧା ବିଷୟରେ ଟିକିନିଖି ଖବର ନେଇଥିଲେ ରୋଗୀ ଓ ଡାକ୍ତର ଏବଂ କର୍ମଚାରୀ ମାନଙ୍କ ଠାରୁ। ଡ଼ାକ୍ତରଖାନାରେ ନୂତନ କାମ ହେଇଥିଲେ ମଧ୍ୟ ବର୍ଷାରେ ଅନେକ ସ୍ଥାନରେ ପାଣି ବୋହୁଥିବାର ଦେଖି ମର୍ମାହତ ହେବା ସହିତ 5t ନାମ ରେ କେବଳ ଅର୍ଥ ଆତ୍ମସାତ ହେଉଛି ବୋଲି ନିଜେ ଅନୁଭବ କରିଥିଲେ ବିଧାୟକ । 5t ଦ୍ବାରା ଲୋକେ ଉପକୃତ ହେଉଥିଲେ କି ଶୋଷିତ ହେଉଥିଲେ ତାକୁ ନେଇ ପ୍ରଶାବାଚୀ ସୃଷ୍ଟି କରିଛନ୍ତି ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର। ଏବଂ ଆଗକୁ ସାକ୍ଷୀଗୋପାଳ ଡାକ୍ତରଖାନା କିପରି ଏକ ଉନ୍ନତ ଡାକ୍ତଖାନା ହୋଇପାରିବ ସେ ବିଷୟରେ ଖୁବ ଶୀଘ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଯାଇବା ପାଇଁ ସୁଚନା ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply