Home / ଶୋକ / ମା ମଙ୍ଗଳାଙ୍କ ବରିଷ୍ଠ ସେବାୟତ ଙ୍କ ପରଲୋକ

ମା ମଙ୍ଗଳାଙ୍କ ବରିଷ୍ଠ ସେବାୟତ ଙ୍କ ପରଲୋକ

sebayat2

କାକଟପୁର ତା ୨୮/୬, ମା ମଙ୍ଗଳାଙ୍କ ବରିଷ୍ଠ ସେବାୟତ ବିପିନ ବିହାରୀ ଦୀକ୍ଷିତଙ୍କର ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି l ସେ କିଛି ଦିନ ହେବ ମତିଷ୍କ ଜନିତ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିଶ୍ଚିତ ହେଉଥିଲେ l ଗତକାଲି ଦିନ ୧୨ ଘଟିକା ସମୟରେ ତାଙ୍କର ପରଲୋକ ହୋଇଯାଇଛି l ସ୍ୱର୍ଗତ ଦୀକ୍ଷିତ 1970 ମସିହାରୁ କାକଟପୁରକୁ ପ୍ରଥମେ ଅଟୋ ଓ ଟ୍ରେକର ଆଣି ଜନସାଧାରଣଙ୍କ ପଥକୁ ସୁଗମ କରିଥିଲେ l ସେ ମା ମଙ୍ଗଳାଙ୍କ ବରିଷ୍ଠ ସେବାୟତ ରୂପେ ଅନେକ ଦିନ ଧରି ସେବା କରିଆସୁଥିଲେ l ତାଙ୍କ ମୁର୍ତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ଶକ୍ତିକାନ୍ତ, କନିଷ୍ଠ ପୁତ୍ର ସ୍ମୃତିକାନ୍ତ, ପୁତୁରା ସୂର୍ଯ୍ୟକାନ୍ତ, ଚନ୍ଦ୍ରକାନ୍ତ, ସୌମ୍ୟକାନ୍ତ, ଉମାକାନ୍ତ, ତୃପ୍ତିକାନ୍ତ ପ୍ରମୁଖ ଉପସ୍ଥିତ ଥିବାବେଳେ ତାଙ୍କର ପାର୍ଥିବ ଶରୀରକୁ ଏକ ବିରାଟ ପଟୁଆରରେ ନିଆଯାଇ ଗ୍ରାମ୍ୟ ଶ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ଜ୍ୟେଷ୍ଠପୁତ୍ର ଶକ୍ତିକାନ୍ତ ମୁଖାଗ୍ନି ଦେଇଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply