Home / ଆଧ୍ୟାତ୍ମିକ / ପୁରୀ ରେ ଶ୍ରୀ ବୈକୁଣ୍ଠତ୍ସବ ଉଦ୍‌ଯାପିତ  

ପୁରୀ ରେ ଶ୍ରୀ ବୈକୁଣ୍ଠତ୍ସବ ଉଦ୍‌ଯାପିତ  

baikuntha2

ଶ୍ରୀ ରାମଚନ୍ଦ୍ର ସ୍ବାମୀ ଚାରିଟେବୁଲ ଟ୍ରଷ୍ଟ, ଥାନାପତି ମାର୍ଗ ଲୋକନାଥ ରୋଡ , ଶଙ୍କର ପୁର ଆନୁକୁଲ୍ୟରେ ଟ୍ରଷ୍ଟ ର ପ୍ରତିଷ୍ଠାତା ଏବଂ ପ୍ରଥମ୍ ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ନୁଜ ଦାସ ( ଥାନାପତି ମହାରାଜ) ଙ୍କର ସ୍ୱର୍ଗା ରୋହଣ ର ଦ୍ଵାଦଶ ବର୍ଷ ପୂର୍ତ୍ତି ଅବସରରେ ତାଙ୍କର ବୈକୁଣ୍ଠତ୍ସବ ଶ୍ରୀ ବୈଷ୍ଣବ ସମ୍ପ୍ରଦାୟର ବିଧି ବିଧାନ ଅନୁସାରେ ଉଦ୍‌ଯାପିତ ହୋଇଛି I  ପରିମାପ୍ତି ଦିନ ଅର୍ଚ୍ଚିରାଦ ମାର୍ଗ , ଗଦ୍ୟ ତ୍ରୟ , ଦିବ୍ୟ ପ୍ରବନ୍ଧ ପାଠ ଏବଂ ରାମନୁଜ ବିରୁଦା ବଳୀ ର ପାଠ କରାଯାଇ ପଞ୍ଚରାତ୍ରୀୟ ଆଗମ ପଦ୍ଧତି ଅନୁସାରେ ଯଜ୍ଞ କାର୍ଯ୍ୟାଦି ସମ୍ପାଦିତ ହୋଇଥିଲା । ନିଜ ହସ୍ତରେ ଇନ୍ଦୁଦଣ୍ଡ ଧରି ଶତାଧିକ ଶ୍ରୀ ବୈଷ୍ଣବ ବାଲାଜୀ ବେଙ୍କେଟେଶ୍ୱର ମନ୍ଦିର ସହ ଆଶ୍ରମର ପରିକ୍ରମା କରି ତର୍ପଣ କାର୍ଯ୍ୟ ଉପରାନ୍ତେ ଦଣ୍ଡ ଭଙ୍ଗ କରିଥିଲେ । ଏ ସୁଯୋଗରେ ରୌପ୍ୟ କବଗାଦି ପରିହିତ ଶ୍ରୀ ବେଙ୍କେଟେଶ୍ୱର ଭଗବାନ ଖୁବ୍ ଜାଜୁଲ୍ୟ ମାନ ଶ୍ରୁଙ୍ଗlରେ ପ୍ରକାଶିତ ହେଉଥିଲେ। 

baikuntha3

ଉକ୍ତ ସମସ୍ତ କାର୍ଯ୍ୟକ୍ରମ ଟ୍ରଷ୍ଟର ବର୍ତ୍ତମାନ ଅଧ୍ୟକ୍ଷ ମହନ୍ତ ଶ୍ରୀ ଇନ୍ଦିରା ରମଣ ରାମାନୁଜ ଦାସ ଙ୍କ ସତ୍ ପ୍ରେରଣାରେ ସମାହିତ ହୋଇଥିଲା । କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅନ୍ୟତମ ଟ୍ରଷ୍ଟ ଡକ୍ଟର ଶ୍ରୀ ବିଜୟ ନାରାୟଣ ରାମାନୁଜ ଦାସ , ଶ୍ରୀ ସୁରେଶ ଶର୍ମା , ଶ୍ରୀ ରମେଶ ଶର୍ମା , ଶ୍ରୀ ସୁଦର୍ଶନ ରାମାନୁଜ ଦାସ ,ଶ୍ରୀ କମଲ ଟେବଡିୱାଲ୍ ଓ ଶ୍ରୀ ବିଷ୍ଣୁ ଯୋଶୀ ଆଦି ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ । କର୍ତ୍ତା ରୂପରେ ଶ୍ରୀ ସୁରେଶ ଶର୍ମା ସସ୍ତ୍ରିକ ଥିଲେ । ମଧ୍ୟାହ୍ନ ରେ ପ୍ରାୟ ସହସ୍ରl ଧିକ ଲୋକଙ୍କର ବୃହତ ଭଣ୍ଡାରା ପ୍ରସାଦ ବିତରଣ କରାଯାଇଥିଲା । ସନ୍ଧ୍ୟା ସମୟରେ ଏକା ବୃହତ ସନ୍ଥ ସମ୍ମିଳନୀରେ ପୁରୀ ଏବଂ ବାହାର ମଠାଧୀଶ ଏବଂ ସାଧୁସନ୍ଥ ଙ୍କର ଉପସ୍ଥିତି ଦର୍ଶନୀୟ ହୋଇଥିଲା । ସ୍ମୃତି ଚାରଣ ସଭାରେ ପୂର୍ବ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ ଙ୍କ ସମେତ ଉତ୍ତର ପାର୍ଶ୍ଵ ମଠର ମହନ୍ତ ନାରାୟଣ ରାମାନୁଜ ଦାସ, ନେବଳ ଦାସ ମଠର ମହନ୍ତ ଡ ରାମ ଚରଣ ଦାସ ,ପାପୁଡ଼ିଆ ମଠର ମହନ୍ତ   ,କଟକିମଠର ମହନ୍ତ  , ରାଧେଶ୍ୟାମ ମଠର ମହନ୍ତ ସୁବଳ ଚରଣ ଦାସ,ହାତୀ ଆଖଡ଼ା ,ମହି ପ୍ରକାଶ ମଠର ମହନ୍ତ ସ୍ବାମୀ ସୁଭା ନନ୍ଦ ପୁରୀ ଦାସ ଜୀ, ମଙ୍ଗୁମଠ ଆଦି ମଠାଧୀଶ ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ପରିଶେଷରେ ଶ୍ରୀ ମହାପ୍ରସାଦ ସେବନ ସହ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହୋଇଥିଲା l

SPREAD YOUR LOVE WITH YOUR FRIENDS AND FAMILY