Home / ଆଧ୍ୟାତ୍ମିକ / ମା ମଙ୍ଗଳା ଙ୍କ ମନ୍ଦିର ରେ ପହିଲି ଭୋଗ ଆରମ୍ଭ

ମା ମଙ୍ଗଳା ଙ୍କ ମନ୍ଦିର ରେ ପହିଲି ଭୋଗ ଆରମ୍ଭ

maa mangala

କାକଟପୁର ୧୬/୧୨/୨୦୨୪
ପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କ ସହିତ ଓତଃ ପ୍ରତଃ ଭାବେ ଜଡିତ ଥିବା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିରରେ ପହିଲି ଭୋଗ ଆରମ୍ଭ ହୋଇଛି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ପହିଲି ଭୋଗ ଆରମ୍ଭ ହୋଇ ଥାଏ, ମା ମଙ୍ଗଳା ଙ୍କ ମନ୍ଦିରରେ ଏହି ପହିଲି ଭୋଗ ଆରମ୍ଭ କୁ ନେଇ ମନ୍ଦିର ଟ୍ରଷ୍ଟି ତରଫରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି,ପ୍ରତ୍ୟେକ ଦିନ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସନ୍ଧ୍ୟା ଧୂପ ପରେ ମା ଙ୍କ ପାଖରେ ମୁଁଆ ପୂଜାର ନୀତି ରହିଛି ପୂଜା ପଣ୍ଡା ସେବାୟତ ମାଙ୍କୁ ମୁଁଆ ପୂଜା କରନ୍ତି ଏହି ପ୍ରଥା କାହୁଁ କେଉଁ ଅମଳରୁ ଚାଲି ଆସିଥିବା ବରିଷ୍ଠ ପୂଜା ପଣ୍ଡା ଲଳିତ କୁମାର ଦୀକ୍ଷିତ ପ୍ରକାଶ କରିଛନ୍ତି, ମନ୍ଦିର ଟ୍ରଷ୍ଟି ଅଙ୍କିତା ଅନନ୍ଦିତା ନିଜେ ଆଜି ସନ୍ଧ୍ୟା ରେ ମନ୍ଦିର ଯାଇ ମନ୍ଦିର ପହିଲି ଭୋଗ ବିଷୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାସ ଙ୍କୁ ପଚାରି ବୁଝିଥିଲେ।

SPREAD YOUR LOVE WITH YOUR FRIENDS AND FAMILY