Home / ରାଜନୀତି / ଉପମୁଖ୍ୟମନ୍ତ୍ରୀଙ୍କ ଐତିହ୍ୟ ପଦଯାତ୍ରା ସମ୍ପନ୍ନ,ମଙ୍ଗଳା ମନ୍ଦିର ର ବିକାଶ ପାଇଁ ଘୋଷଣା କଲେ ୫୦କୋଟି

ଉପମୁଖ୍ୟମନ୍ତ୍ରୀଙ୍କ ଐତିହ୍ୟ ପଦଯାତ୍ରା ସମ୍ପନ୍ନ,ମଙ୍ଗଳା ମନ୍ଦିର ର ବିକାଶ ପାଇଁ ଘୋଷଣା କଲେ ୫୦କୋଟି

maa1

କାକଟପୁର-ତା ୧୩/୭-(ତୁଷାର ଦୀକ୍ଷିତ), ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ, ମହିଳା ଓ ଶିଶୁ କଲ୍ୟାଣ ଓ ମହିଳା ଶଶକ୍ତି କରଣ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ନିମାପଡା ସ୍ଥିତ ପୁର୍ଣ୍ଣେଶ୍ବରୀ ମନ୍ଦିର ରେ ପୂଜାର୍ଚ୍ଚନା ପରେ ପଦଯାତ୍ରାରେ ବାହାରି ପ୍ରଥମେ ନିଜ ବାପଘର ନିଭରଣ ଯାଇଥିଲେ l ସେଠାରୁ ମନ୍ତ୍ରୀ ଶ୍ରୀମତୀ ପରିଡା ପାରମ୍ପରିକ ବାଦ୍ୟ ସହିତ ଶହ ଶହ କର୍ମୀଙ୍କ ସହିତ ଚାଲି ଚାଲି ବଲରା ଠାରେ ପହଞ୍ଚିବା ପରେ କାକଟପୁର ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ରତିକାନ୍ତ ବେହେରା, ରାକେଶ କୁମାର ବିଶ୍ୱାଳ,ଉପେନ୍ଦ୍ର ସୁବୁଦ୍ଧି, କୈଳାଶ ଚନ୍ଦ୍ର ନାୟକ, ମଙ୍ଗଳା ସାମନ୍ତରାୟ, ସୁମିତ୍ରା ଘୋଷ ପ୍ରମୁଖ ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ମଙ୍ଗଳା ମନ୍ଦିରକୁ ପାଛୋଟି ଆଣିଥିଲେ l ମଙ୍ଗଳା ମନ୍ଦିର ରେ ପହଞ୍ଚିବା ପରେ ମଙ୍ଗଳା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନିନ୍ଦିତା,ବିଡ଼ିଓ ବିଷ୍ଣୁ ଗୋବିନ୍ଦ,କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ସେବାୟତ ନିଯୋଗ ସଭାପତି ମନୋରଞ୍ଜନ ପଣ୍ଡା, ଉପସଭାପତି କମଳ ଲୋଚନ ଦୀକ୍ଷିତ, ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ, ମାନସ ଦୀକ୍ଷିତ ପ୍ରମୁଖ ଉପଢୌକନ ଦେଇ ସ୍ୱାଗତ କରିଥିଲେ l ମଙ୍ଗଳା ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା ପରେ ମା ମଙ୍ଗଳା ଙ୍କ ମନ୍ଦିର ବିକାଶ ପାଇଁ ପଚାଶ କୋଟି ଟଙ୍କା ଘୋଷଣା କରିଥିଲେ l

maa 2
SPREAD YOUR LOVE WITH YOUR FRIENDS AND FAMILY