Home / ସ୍ୱାସ୍ଥ୍ୟ / ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ, ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତେଜନା

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ, ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତେଜନା

hospital

କାକଟପୁର – ତା ୧୯/୮ – ( ତୁଷାର ଦୀକ୍ଷିତ ) – ପୁରୀଜିଲ୍ଲା କାକଟପୁର ବ୍ଲକ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଅଭାବନୀୟ ଘଟଣା l ଚିକିତ୍ସା ଅବହେଳାରୁ ଜଣେ ରୋଗୀର ଜୀବନ ଚାଲିଯିବାରୁ ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ଦେଖାଯାଇଥିଲା l ଖବର ପାଇ କାକଟପୁର ପୋଲିସ ଘଟଣା ସ୍ଥଳରେ ପହଂଚିବା ପରେ ଉତ୍ତେଜନା କମିଥିଲା। ସୂଚନା ଅନୁଯାୟୀ ଜଳେଶ୍ୱରପଡା ପଞ୍ଚାୟତ ପାଟେଳିଗାଁ ର ପ୍ରମୋଦ ମଲ୍ଲିକ (୬୦)ରବିବାର ଅପରାହ୍ନ ୪. ୩୦ ରେ ଶ୍ୱାସକ୍ରିୟା ରେ ଅସୁବିଧା ହେବା କାରଣରୁ ପରିବାର ଲୋକଙ୍କ ସହାୟତା ରେ ବାଙ୍ଗୁରୀ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚିଥିଲେ କିନ୍ତୁ ସେଠି ଡାକ୍ତର ନଥିଲେ ଅନେକ ସମୟ ପରେ ଡାକ୍ତର ପହଞ୍ଚି ଥିଲେ ହେଲେ ସେତେବେଳକୁ ଚିକିତ୍ସା ରେ ଡେରି ହୋଇଯାଇଥିଲା l ପ୍ରମୋଦଙ୍କ ଧର୍ମପତ୍ନୀ ଭାନୁ ମଲ୍ଲିକଙ୍କ ଅଭିଯୋଗ ଅନୁସାରେ ଡାକ୍ତର ପହଞ୍ଚିବା ବେଳକୁ ରୋଗୀ ଚେତା ହରାଇ ପଡିଯାଇଥିଲେ l ଡାକ୍ତର ଆସି ଇଞ୍ଜେକ୍ସନ ଦେଇଥିଲେ, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା ଯାହା ଫଳରେ ପ୍ରମୋଦଙ୍କ ମୃତ ହୋଇଥିଲା ବୋଲି ରୋଗୀ ଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି l ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଶୁଣି ସମର୍କୀୟ ଏବଂ ଆଖପାଖ ଲୋକେ ପହଂଚି ହୋହାଲ୍ଲା କରିବାରୁ ମେଡିକାଲ ରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା l ଖବର ପାଇ କାକଟପୁର ପୋଲିସ ମେଡ଼ିକାଲ ରେ ପହଂଚି ଉତ୍ତେଜନା କୁ କମ କରିଥିଲେ l ଏଠାରେ ସୂଚନା ଥାଉକି ଗତ ୧ ମାସ ତଳେ ଉକ୍ତ ମେଡିକାଲରେ ଭୁଲ ଇଞ୍ଜେକ୍ସନ ନେବା ଯୋଗୁଁ ନିକଟସ୍ଥ ଗଣିପୁର ଗ୍ରାମର ଜଣେ ମହିଳାଙ୍କ ମୁର୍ତ୍ୟୁ ହେବା ଘଟଣାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ତଦନ୍ତ କରି ଫେରିଥିବା ବେଳେ ପୁଣି ଏକ ରୋଗୀ ମୁର୍ତ୍ୟୁ ଘଟଣା ମେଡିକାଲ କତ୍ତୃପକ୍ଷଙ୍କ ପରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ମେଡିକାଲରେ ଯେବେଠାରୁ ନୂତନ ଭାବେ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଜଣେ ଅନଭିଜ୍ଞ ଯୁବ ଡାକ୍ତରଙ୍କୁ ନିଯୁକ୍ତି କରାଯାଇଛି ସେବେଠାରୁ ଅଘଟଣ ଘଟିବାରେ ଲାଗିଛି l ତେଣୁ ଉକ୍ତ ଡାକ୍ତରଙ୍କୁ ଏଠାରୁ ଯଦି ତୁରନ୍ତ ବଦଳି ନକରାଯାଏ ତେବେ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସାଧାରଣ ରେ ଦୃଢ଼ ଦାବୀ ହୋଇଛି 

SPREAD YOUR LOVE WITH YOUR FRIENDS AND FAMILY