Home / ମୁଖ୍ୟ ଖବର / ଅଗ୍ନିଵିପନ୍ନଙ୍କୁ ଭାରତ ବିକାଶ ପରିଷଦ ତରଫରୁ ସହାୟତା

ଅଗ୍ନିଵିପନ୍ନଙ୍କୁ ଭାରତ ବିକାଶ ପରିଷଦ ତରଫରୁ ସହାୟତା

img 20240831 wa0005

ସତ୍ୟବାଦୀ : ତା ୩୧.୮.୨୪

ରିପୋର୍ଟ୍ : ସିଂହାରୀ ଆଲୋକ ଖୁଣ୍ଟିଆ

ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ତରଫରୁ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଆଳିସ ଗ୍ରାମର ସମସ୍ତ ଅଗ୍ନିଵିପନ୍ନଙ୍କୁ ଶୁଖିଲା ଖାଦ୍ୟ ସହିତ ପୁରୁଷ ଓ ମହିଳା ମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଛି l ଅଗ୍ନିକାଣ୍ଡରେ ସର୍ବସ୍ବ ହରାଇଥିବା ସତ୍ୟଭାମା ବିଶ୍ଵାଳଙ୍କୁ ଏବଂ ଅଗ୍ନିକାଣ୍ଡରେ ଆହତ ହୋଇଥିବା ଗୁଣନିଧି ବିଶ୍ଵାଳଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା l

1000527343

ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତ ର ସଭାପତି ସତ୍ୟବାଦୀ ଦାସ, ଓଡିଶା ପୂର୍ବପ୍ରାନ୍ତ ମିଡ଼ିଆ ପ୍ରଭାରୀ ନିହାର ରଞ୍ଜନ ସ୍ୱାଇଁ, ବରିଷ୍ଠ ଉପଦେଷ୍ଟା ଡକ୍ଟର ଜୟଶ୍ରୀ ମହାପାତ୍ର, ସତ୍ୟବାଦୀ ଶାଖା ର ସଭାପତି ପୂର୍ଣଚନ୍ଦ୍ର ମହାପାତ୍ର, ସଚିବ ନବଘନ ଶତପଥି, ଅର୍ଥ ସଚିବ ବିଜୟ କୁମାର ପରିଡା, ଉପସଭାପତି ଦେବରାଜ ନାୟକ ଓ ବିଷ୍ଣୁ ମହାରଣା, ସଂସ୍କାର ସଚିବ ବିଭୁ ପ୍ରସାଦ ମହାପାତ୍ର, ସ୍ୱାସ୍ଥ୍ୟ ସଚିବ ଅମୀୟ କୁମାର ସ୍ୱାଇଁ, ସଂଗଠନ ସଚିବ ସୁନୀଲ କୁମାର ବେହେରା, ମହିଳା ସହଭାଗିତା ରୀତା ତ୍ରିପାଠୀ, ପ୍ରଫୁଲ୍ଲ କୁମାର ପଣ୍ଡା, ସୁଧାକର ମହାପାତ୍ର, ସତ୍ୟନାରାୟଣ ପାଇକରାୟ, ବ୍ରହ୍ମନନ୍ଦ ମହାରଣା, ମନମୋହନ ଦଳେଇ, ସରୋଜିନୀ ସ୍ୱାଇଁ, କାମିନା ପ୍ରଧାନ, ଅକ୍ଷୟ ମହାପାତ୍ର ଓ କାନ୍ହୁ ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ସେବା କାର୍ଯ୍ୟ ରେ ସହଯୋଗ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY