Home / ଶିକ୍ଷା / ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଠଚକ୍ରରେ ପୂରାତନ ଗ୍ରନ୍ଥକୁ ନେଇ ଆଲୋଚନା

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଠଚକ୍ରରେ ପୂରାତନ ଗ୍ରନ୍ଥକୁ ନେଇ ଆଲୋଚନା

university

ସତ୍ୟବାଦୀ : ତା: ୩୧.୦୮.୨୪
ରିପୋର୍ଟ – ସିଂହାରୀ ଆଲୋକ ଖୁଣ୍ଟିଆ

ଶନିବାର ଦିନ ପୂର୍ବାହ୍ନ ୧୦.୩୦ ରେ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ୱାରା ବିଭାଗୀୟ ଶ୍ରେଣୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ସାପ୍ତାହିକ ପାଠଚକ୍ର । ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ବେହେରା ଏହି କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିବା ବେଳେ , ବିଭାଗର ସହକାରୀ ଅଧ୍ୟାପକ ଡଃ. ରାଧାଗୋବିନ୍ଦ କୁଇଲା ସମୀକ୍ଷକ ଦାୟିତ୍ୱ ନିର୍ବାହ କରିଥିଲେ । ବିଶେଷ ଉଲ୍ଲେଖନୀୟ ଯେ ଆଜି ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଓଡ଼ିଶାର ପରମାରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କର ଏକ ସ୍ଥିରଚିତ୍ର ପ୍ରତିଷ୍ଠା କରାଯାଇ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା । ଏହି ପାଠଚକ୍ରରେ ବିଭାଗୀୟ ଛାତ୍ରୀ ସୁଶ୍ରୀ ଶୁଭଲଗ୍ନା ଜାଲି  ‘ ଶୈବଧର୍ମ ପ୍ରଖ୍ୟାପକ ଓଡ଼ିଆ ଗ୍ରନ୍ଥ : କତିପୟ ‘ ଏବଂ ସୁଶ୍ରୀ ଆଲଫା ସାମଲ୍ ‘୧୯୮୦ ପରବର୍ତ୍ତୀ କବିତାରେ ବାମାବାଦୀ ଚେତନା ‘ ପ୍ରସଙ୍ଗରେ ପ୍ରବନ୍ଧ ଉପସ୍ଥାପନା କରିଥିଲେ । ପାଠଚକ୍ରକୁ ସଂଚାଳନ କରିଥିଲେ ସୁଶ୍ରୀ ମଧୁସ୍ମିତା ନାୟକ । ଶୁଭଶ୍ରୀ ବିଶ୍ୱାଳ,  ବବି ପ୍ରଧାନ , ମୀନାକ୍ଷୀ ନାୟକ ଏବଂ ମନୀଷା ସେଠୀ ‘ ଆହେ ନୀଳଶୈଳ’ ପାରମ୍ପରିକ ଜଣାଣ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ପାଠଚକ୍ରର ଉପାଦେୟତା ତଥା ଆଲୋଚିତ ପ୍ରବନ୍ଧ ଗୁଡ଼ିକ ଉପରେ ସଂକ୍ଷିପ୍ତ ଦୃଷ୍ଟିକୋଣ ଉପସ୍ଥାପନା ପୂର୍ବକ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ବେହେରା ନିଜର ସଭାପତିତ୍ୱ ଅଭିଭାଷଣ ପ୍ରଦାନ କରିଥିଲେ ।ଉଦ୍ ଯାପନୀ ସଙ୍ଗୀତ ଶୁଭଶ୍ରୀ ବିଶ୍ୱାଳ ପରିବେଷଣ କରିବା ସଙ୍ଗେ ସଙ୍ଗେ ତୁଳସୀ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY