Home / ସଂସ୍କୃତି ଓ ପରମ୍ପରା / ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ ର ନୃତ୍ୟଶିଳ୍ପୀ, ଚିରସ୍ରୋତା ଙ୍କୁ ମିଳିଲା ବିଶେଷ ମାନ୍ୟତା

ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ ର ନୃତ୍ୟଶିଳ୍ପୀ, ଚିରସ୍ରୋତା ଙ୍କୁ ମିଳିଲା ବିଶେଷ ମାନ୍ୟତା

img 20240915 wa0008

ସତ୍ୟବାଦୀ: ତା ୧୪/୦୯/୨୦୨୪

ରିପୋର୍ଟ୍: ଦୀପ୍ତିସୁନ୍ଦର ମହାପାତ୍ର

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ, ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ ର ନୃତ୍ୟଶିଳ୍ପୀ, ଚିରସ୍ରୋତା ଖୁଣ୍ଟିଆ ଙ୍କୁ ମିଳିଛି “ବି ହାଇଗ୍ରେଡ୍” ମାନ୍ୟତା।

ଚିରସ୍ରୋତା ଗୁରୁ ଲିଙ୍ଗରାଜ ସ୍ୱାଇଁଙ୍କ ଶିଷ୍ୟା ଅଟନ୍ତି। ଦୀର୍ଘ ୩୦ ବର୍ଷର ଅକ୍ଲାନ୍ତ ନୃତ୍ୟ ସାଧନା ସହିତ ସେ ଗୋଟେ ପରେ ପରେ ଗୋଟେ ପାହାଚ ଚଢ଼ି ଚାଲିଛନ୍ତି। ଏଥର, “ବି ହାଇଗ୍ରେଡ୍” ର ମାନ୍ୟତା (ପ୍ରସାର ଭାରତୀ, ଦୂରଦର୍ଶନ କେନ୍ଦ୍ର ଦ୍ଵାରା) ତାଙ୍କ ପାଇଁ ଆଉ ଏକ ସଫଳତାର ପାହାଚ ହୋଇଛି।

ସୂଚନା ରହିଛି କି ଭାରତର ବିଭିନ୍ନ କେନ୍ଦ୍ରରୁ ଉନ୍ନତିକରଣ ପାଇଁ ଦାଖଲ ହୋଇଥିଲା ଭିନ୍ନ ନୃତ୍ୟ ଶିଳ୍ପୀଙ୍କ ନୃତ୍ୟ ରେକର୍ଡିଂ। ୨୦୨୪ ଜୁଲାଇ ୮ ରୁ ଅଗଷ୍ଟ ୨୮ ପର୍ଯ୍ୟନ୍ତ ନୂତନ ଦିଲ୍ଲୀର ଦୂରଦର୍ଶନ ନିର୍ଦ୍ଦେଶାଳୟରେ ହୋଇଥିବା ଅଡିଶନ ସେସନ ସମୟରେ କେନ୍ଦ୍ରୀୟ ନୃତ୍ୟ ଅଡିଶନ ବୋର୍ଡ ଦ୍ୱାରା ବିଚାର କରାଯାଇଥିଲା। ଅଡିଶନ ବୋର୍ଡଙ୍କ ନିର୍ଣ୍ଣୟ କ୍ରମେ ୩୭ ଜଣ ନୃତ୍ୟାଙ୍ଗନା ନିର୍ବାଚିତ ହୋଇଥିଲେ। ତନ୍ମଧ୍ୟରୁ ଚିରସ୍ରୋତା ଖୁଣ୍ଟିଆ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟର ତଥା ସତ୍ୟବାଦୀ ନାମକୁ ଗୌରବନ୍ଵିତ କରିଛନ୍ତି।

ଚିରସ୍ରୋତା ଏହି ସଫଳତାର ଶ୍ରେୟ ତାଙ୍କର ନୃତ୍ୟ ଗୁରୁ ଲିଙ୍ଗରାଜ ସ୍ୱାଇଁଙ୍କୁ ଦେଇଛନ୍ତି ଏବଂ ତାଙ୍କ ପାଖରେ ସଦା କୃତଜ୍ଞ ବୋଲି କହିଛନ୍ତି। ଗୁରୁ ଲିଙ୍ଗରାଜ ସ୍ୱାଇଁ ତାଙ୍କର ଶିଷ୍ୟା ଚିରସ୍ରୋତା ଖୁଣ୍ଟିଆଙ୍କ ଜୀବନର ସମସ୍ତ ସଫଳତା କାମନା କରିଛନ୍ତି। ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ ର ଅନ୍ୟ ନୃତ୍ୟଶିଳ୍ପୀ ତଥା କଳାକାର ମାନେ ଚିରସ୍ରୋତାଙ୍କ ଏହି ସଫଳତାରେ ଅନେକ ଖୁସି ପ୍ରକାଶ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY