Home / ମୁଖ୍ୟ ଖବର / ସୁଭଦ୍ରା ଯୋଜନାର ସ୍ୱାଗତ ପାଇଁ ପଦଯାତ୍ରା

ସୁଭଦ୍ରା ଯୋଜନାର ସ୍ୱାଗତ ପାଇଁ ପଦଯାତ୍ରା

whatsapp image 2024 09 15 at 23.45.57 fd0c3868

କାଶୀନଗର : ତା ୧୫.୯.୨୪
ଶାଶ୍ଵତ ଟିଭି

ସୁଭଦ୍ରା ଯୋଜନା କୁ ପ୍ରତ୍ୟେକ ମହିଳା ଙ୍କ ନିକଟରେ ପହଞ୍ଚେଇବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଆଜି ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଗଜପତି ଜିଲ୍ଲା କାଶୀନଗର ଠାରୁ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ମହିଳା ଙ୍କ ଉପସ୍ଥିତି ରେ ଏକ ସ୍ୱାଗତ ପଦ ଯାତ୍ରା ବାହାରି ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ବିଭିନ୍ନ ସୁଭଦ୍ରା ଯୋଜନା ସଚେତନ ପାଇଁ ନାରା ଦେଇ ପରିକ୍ରମା କରିଥିଲେ. ଏହି ପଦ ଯାତ୍ରା କାର୍ଯ୍ୟକ୍ରମ ରେ ଏନ ଏ ସି ଅଧ୍ୟକ୍ଷା ଏମ ସୁଦ୍ଧା ରାଣୀ, ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା, ଵିଡ଼ିଓ ଡ଼ମ୍ବୁରୁ ଧର ମଲ୍ଲିକ, ସିଡିପିଓ କନକ ଲତା ପୂଜାରୀ, ସମାଜସେବୀ ହୃଷିକେଶ ଗୌଡ଼,ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀକାନ୍ତ ପଟନାୟକ,ମିଶନ ଶକ୍ତି ପ୍ରକଳ୍ପ ଅଧିକାରୀ ଜଗନ କୁମାର ବାରକ ଙ୍କ ସହ ଅଙ୍ଗନାୱାଡି ମହିଳା, ମିଶନ ଶକ୍ତି ମା ମାନେ ତଥା ଏସ ଏଚ ଜି ମା ମାନେ ପଦ ଯାତ୍ରାରେ ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେଇଥିଲେ. ସେହି ପରି କାଶୀନଗର ବ୍ଲକ ମଧ୍ୟରେ ଥିବା ବୁଦୁରା, ହାଡୁଭାଙ୍ଗି ଶିଆଳି ତଥା ଅନ୍ୟ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୁଭଦ୍ରା ଯୋଜନା କୁ ସଫଳ କରିବା ପାଇଁ ବିଭିନ୍ନ ବର୍ଗର ମହିଳା ମାନେ ସୁଭଦ୍ରା ଯୋଜନା ନିମନ୍ତେ ପଦଯାତ୍ରା ରେ ବାହାରି ନାରା ଦେଇ ସଚେତନ କରି ପଞ୍ଚାୟତ ମଧ୍ୟରେ ପରିକ୍ରମା କରିଛନ୍ତି ବୋଲି ସ୍ଥାନୀୟ ସିଡିପିଓ ସୂଚନା ଦେଇଛନ୍ତି ।

SPREAD YOUR LOVE WITH YOUR FRIENDS AND FAMILY