Home / ମୁଖ୍ୟ ଖବର / ଖାଣ୍ଡବା ଠରେ ବ୍ଲକ ସ୍ତରୀୟ କ୍ରୀଡା ଅନୁଷ୍ଠିତ

ଖାଣ୍ଡବା ଠରେ ବ୍ଲକ ସ୍ତରୀୟ କ୍ରୀଡା ଅନୁଷ୍ଠିତ

whatsapp image 2024 09 16 at 18.26.25 71ae0572

କାଶୀନଗର : ତା ୧୬.୯.୨୪
ଶାଶ୍ଵତ ଟିଭି

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖଣ୍ଡଭା ଗ୍ରାମ ଠାରେ ଥିବା ବଂଶଧାରା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଆରମ୍ଭ ହୋଇଛି. ଏହି କ୍ରୀଡା ଉତ୍ସବ ଦୁଇ ଦିନ ଧରି ଏହି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଆୟୋଜିତ ହେବ. ଆୟୋଜିତ କ୍ରୀଡା ଉତ୍ସବ ରେ କାଶୀନଗର ବ୍ଲକ ର 12ଟି ପଞ୍ଚାୟତ ମଧ୍ୟରେ ଥିବା ବିଦ୍ୟାଳୟ ର ପ୍ରୟ 300 ଛାତ୍ର ଛାତ୍ରୀ ଆୟୋଜନ ହେଉଥିବା ବିଭିନ୍ନ କ୍ରୀଡା ରେ ଅଂଶ ଗ୍ରହଣ କରିବେ. ଏହି ଠାରେ କବାଡି, ଖୋଖୋ, ଦୌଡ଼,କ୍ରିକେଟ, ଏମିତି ପ୍ରତିଯୋଗିତା ମାନ ହେବ. ଏହି କ୍ରୀଡା ଉତ୍ସବର ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଶୀନଗର ପଞ୍ଚାୟତ ସମିତି ସଭ୍ୟ ଜଗନ୍ନାଥ ଦୋରା, ସମ୍ମାନୀତ ଅତିଥି ଭାବେ କାଶୀନଗର ଏନ.ଏ.ସି ଉପାଧ୍ୟକ୍ଷ ରଘୁ ରାମ ସାହୁ, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେ.ରମି ନାଇଡ଼ୁ ମଂଚାସୀନ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଶରୀରକୁ ସୁସ୍ଥ, ସବଳ ଓ ସୁନ୍ଦର ରଖିବା ପାଇଁ କ୍ରୀଡାର ଯଥେଷ୍ଟ ଆବଶ୍ୟକ ରହିଛି ଏବଂ ବିଦ୍ୟାଳୟ ସ୍ତରରେ ସେମାନଙ୍କ ଠାରେ ଥିବା କ୍ରୀଡା ପ୍ରତିଭାକୁ ବିକଶିତ କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସ୍ଥାନ ତତସହ ଗୋଟେ ଭଲ କ୍ରୀଡ଼ାବିତ ହୋଇ ଆଜିକାଲି ନିଜକୁ ବହୁ ସୁନାମ ଓ ଅର୍ଥ ଉପାର୍ଜନ କରିବାରେ ସକ୍ଷମ ହେବେ ବୋଲି ନିଜ ନିଜ ବକ୍ତବ୍ୟ ରେ କହିଥିଲେ. ସମସ୍ତ କ୍ରୀଡା କାର୍ଯ୍ୟକ୍ରମ କାଶୀନଗର ବ୍ଲକ ମଧ୍ୟରେ କାର୍ଯ୍ୟରତ କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପରିଚାଳନା କରିବେ ବୋଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗମାଙ୍ଗ ଆମ ପ୍ରତିନିଧି ଙ୍କୁ କହିଥିଲେ. ଯେଉଁ ଛାତ୍ର ଛାତ୍ରୀ ମାନେ ଏଠାରେ ଭଲ ପ୍ରଦର୍ଶନ କରିବେ ସେମାନେ ଜିଲ୍ଲା ସ୍ତରରେ ନିଜ କ୍ରୀଡା ପ୍ରଦର୍ଶନ କରିବା ପାଇଁ ଯୋଗ୍ୟ ବିବେଚିତ ହେବେ.

SPREAD YOUR LOVE WITH YOUR FRIENDS AND FAMILY