Home / ଶିକ୍ଷା / ଗ୍ରାମେଶ୍ଵରରେ ଆଞ୍ଚଳିକ ସାଧନ କେନ୍ଦ୍ରରେ ସୁରଭି ୨୦୨୪ ପାଳିତ

ଗ୍ରାମେଶ୍ଵରରେ ଆଞ୍ଚଳିକ ସାଧନ କେନ୍ଦ୍ରରେ ସୁରଭି ୨୦୨୪ ପାଳିତ

surabhui


କଣାସ: ୨୭/୧୦/୨୦୨୪
ରିପୋର୍ଟ୍ : ଶାଶ୍ଵତ ଟିଭି
କଣାସ ବ୍ଲକ ଅନ୍ତର୍ଗତ ଗ୍ରାମେଶ୍ବର ବିଶ୍ବନାଥ ଆଞ୍ଚଳିକ ସାଧନ କେନ୍ଦ୍ରରେ ସୁରଭି ୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ କେନ୍ଦ୍ରାଧୀନ ୧୧ଟି ବିଦ୍ୟାଳୟର ୧୪୭ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ରୋଜାଲିନ୍ ସେଠୀ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ। ସି.ଆର.ସି.ସି. ବନମାଳୀ ବେହେରା ସୁରଭି” ର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ,ସିଦ୍ଧେଶ୍ଵର ବେହେରା,ସୁରେଶ ସାହୁ, ବୈଷ୍ଣବ କୋଦମାସିଂହ,ସଦାଶିବ ବଳିଆରସିଂ, ମମତା ବେହେରା,ସୁକାନ୍ତ ବେହେରା, ବିଜୟ ପଟ୍ଟନାୟକ, ପ୍ରମୁଖ ଯୋଗଦେଇ ଥିଲେ। ଲୋକକଳା ଓ ଲୋକ ସଂସ୍କୃତି ଉପରେ ଵିଶଦ ଭାବରେ ଆଲୋଚନା ହୋଇଥିଲା। ଏଥିରେ ସିନିୟର ବିଭାଗରେ ବିର୍ତକରେ ସୁଶ୍ରୀ ସ୍ବୟଂ ପ୍ରଭା,ବକ୍ତତାରେ ଲିଜା ଦାସ,ପ୍ରବନ୍ଧରେ ଦେବସ୍ମିତା ନାଥ,ଚିତ୍ରାଙ୍କନରେ ଶୁଭକାନ୍ତ ପାଇକରାୟ,କୁଇଜରେ ପ୍ରାର୍ଥ ପ୍ରତ୍ୟୁଷ ପୁରୋହିତ,ସଜନଶୀଳ ଲିଖନରେ ସୂଚୀସ୍ମିତା ବାରିକ,ସଂଗୀତ ରେ ଶୁଭ ପ୍ରସାଦ ଉଦୟ ସିଂହ ବ୍ଲକ ସ୍ତରକୁ ଉତ୍ତୀର୍ଣ୍ଣ ହେଇଥିବା ବେଳେ ଜୁନିୟର ବିଭାଗରେ ବକ୍ତତାରେ ବିଶ୍ବ ରଞ୍ଜନ ସାମନ୍ତ ରାୟ,ଚିତ୍ରାଙ୍କନରେ ଇପ୍ସିତା ପରିଡା, କୁଇଜରେ ବିଭୁଦତ୍ତ ନାୟକ,ସଜନଶୀଳ ଲିଖନରେ ଶ୍ରଦ୍ଧାଞ୍ଜଳି ସ୍ବାଇଁ,ସଂଗୀତରେ ଦିବ୍ଯ ଲକ୍ଷ୍ମୀ ବଳିଆର ସିଂହ,ହସ୍ତାକ୍ଷରରେ ଅଭିସ୍ପା ବଳିଆର ସିଂହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ପିମ୍ ପୋଷଣ ରେ ଲୋକନାଥ ପଲେଇ ଓ ଶିଳ୍ପକଳାରେ ରୋହନ ମଙ୍ଗରାଜ ଏବଂ ସାସ୍କୃତିକ ବିଭାଗରେ ଗ୍ରାମେଶ୍ବର ବିଶ୍ବନାଥ ନୋଡାଲ ହାଇସ୍କୁଲ ବ୍ଲକ ସ୍ତରକୁ ମନୋନୀତ ହୋଇଛନ୍ତି। ସୁରଭିକୁ ନେଇ ପିଲାମାନଙ୍କ ଭିତରେ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି

SPREAD YOUR LOVE WITH YOUR FRIENDS AND FAMILY