Home / ଅପରାଧ / ପାର୍ବଣ ପୂର୍ବରୁ କାକଟପୁର ପୋଲିସକୁ ଅପରାଧିଙ୍କ ଖୋଲା ଚ୍ୟାଲେଞ୍ଜ, ଅନଲାଇନ ସଂସ୍ଥା ଫ୍ଲିପକାର୍ଟ ଅଫିସରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା, ମୋବାଇଲ ଲୁଟ

ପାର୍ବଣ ପୂର୍ବରୁ କାକଟପୁର ପୋଲିସକୁ ଅପରାଧିଙ୍କ ଖୋଲା ଚ୍ୟାଲେଞ୍ଜ, ଅନଲାଇନ ସଂସ୍ଥା ଫ୍ଲିପକାର୍ଟ ଅଫିସରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା, ମୋବାଇଲ ଲୁଟ

flipkart

କାକଟପୁର: ତା ୭/୧୦/୨୦୨୪
ଶାରଦୀୟ ପାର୍ବଣ ପୂଜାର ଅବ୍ୟବହିତ ପୂର୍ବରୁ ପୁରୀଜିଲ୍ଲା କାକଟପୁର ଥାନା ପୋଲିସକୁ ଅପରାଧି ମାନେ ଖୋଲା ଚ୍ୟାଲେଞ୍ଜ କରିଛନ୍ତି l ଅଭିଯୋଗ ଅନୁଯାୟୀ ଗତ ରବିବାର ରାତ୍ର ୧୦ ଘଟିକା ସମୟରେ କାକଟପୁର ବଜାର ଠାରୁ ଅନତି ଦୂରରେ ବଲରା ଛକ ଠାରେ ଥିବା ଫ୍ଲିପକାର୍ଟ ଅଫିସ ରେ ୨ ଜଣ ଦୁର୍ବୁତ୍ତ ମୁଣ୍ଡରେ ହେଲମେଟ, ମୁଁହରେ ମୁଖା ଏବଂ ହାତରେ ବନ୍ଧୁକ ଧରି ଅଫିସ ଭିତରକୁ ପଶି ଡ୍ୟୁଟିରେ ଥିବା କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲକ୍ଷାଧିକ ଟଙ୍କା, ୨ ଟି ମୋବାଇଲ ଫୋନ ଏବଂ ସିସିଟିଭି ଡିଭିଆର ନେଇ ଖସି ଚାଲିଯାଇଥିଲେ l ଘଟଣାକୁ ନେଇ କାକଟପୁର ଥାନା ପୋଲିସ ଫ୍ଲିପକାର୍ଟ ଅଫିସ ର କର୍ମଚାରୀ ନିକଟସ୍ଥ ତେନ୍ତୁଳିଆ ଗ୍ରାମର ସୁନୀଲ ମହାପାତ୍ରଙ୍କ ଠାରୁ ଲିଖିତ ଅଭିଯୋଗ ପାଇବାପରେ ଘଟଣା ସ୍ଥଳରେ ଛାନଭିନ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର ପାଇନଥିଲା l ଘଟଣା ସ୍ଥଳରେ ପୁରୀ ସାଇଣ୍ଟିଫିକ ଟିମ ଏବଂ ସାଇବର ଏକ୍ସପର୍ଟ ପହଞ୍ଚି ତଦନ୍ତ କରି ଫେରିଥିବାବେଳେ,ଏ ସଂକ୍ରାନ୍ତରେ ଥାନା କେଶ ନମ୍ବର 204/24 ଏବଂ ଦଫା 331(6),309(6),ବିଏନଏସ 2023/25/27 ଆର୍ମସ ଆକ୍ଟ ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି ବୋଲି ତଦନ୍ତକାରୀ ଅଧିକାରୀ ସବ-ଇନ୍ସପେକ୍ଟର ପ୍ରିୟଦର୍ଶୀନି ବରାଳ ସୂଚନା ଦେଇଛନ୍ତି l ଏଠାରେ ସୂଚନା ଥାଉକି ଗତ ସେପ୍ଟେମ୍ବର ମାସ ୧୬ ତାରିଖ ସନ୍ଧ୍ୟା ୭ ଘଟିକା ସମୟରେ ଉକ୍ତ ଥାନା ଅଧିନସ୍ଥ କୁଣ୍ଢେଇ ହାଟ ଛକ ଠାରେ ଥିବା ସାହୁ ଜୁଏଲାରୀ ର ମାଲିକ ନିରଞ୍ଜନ ସାହୁଙ୍କୁ ୨ ଜଣ ଦୁର୍ବୁତ୍ତ ଗୁଳି କରି ଖସିଯିବା ଏବଂ 20 ଦିନ ବିତିଯାଇଥିଲେ ମଧ୍ୟ ଅପରାଧିଙ୍କ ଟେର ପାଇନଥିବାବେଳେ ଆଉ ଏକ ବନ୍ଧୁକ ମୁନରେ ଲୁଟ ଘଟଣା କାକଟପୁର ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l

SPREAD YOUR LOVE WITH YOUR FRIENDS AND FAMILY