Home / ଶୋକ / ସାମ୍ବାଦିକଙ୍କ ମାତୃ ବିୟୋଗ, ବିଭିନ୍ନ ମହଲରେ ଶୋକ

ସାମ୍ବାଦିକଙ୍କ ମାତୃ ବିୟୋଗ, ବିଭିନ୍ନ ମହଲରେ ଶୋକ

dead

କାକଟପୁର:୨୭/୧୦
ରିପୋର୍ଟ୍ : ତୁଷାର ଦୀକ୍ଷିତ
କାକଟପୁରର ଦୈନିକ ସମ୍ବାଦପତ୍ର ଓଡ଼ିଶା ଖବରର ଯୁବ ସାମ୍ବାଦିକ ଅଲେଖ ବିଶ୍ୱାଳ ଙ୍କ ବୋଉ ସୁଶିଳା ଙ୍କର ୬୭ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି l ସୁଶିଳା ଦେବୀ ଦୀର୍ଘ ୧୫ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ l ଗତ କାଲି ସକାଳ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ଶଙ୍କର ବିଶ୍ୱାଳ ,ଏକମାତ୍ର ପୁତ୍ର ଅଲେଖ ବିଶ୍ୱାଳ, ଝିଅ ଜ୍ବାଇଁ ସୁରେଖା ବିଶ୍ୱାଳ, ସୁଜାତା ବିଶ୍ବାଳ, ତୃପ୍ତିମୟୀ ବିଶ୍ବାଳ, ସୁଷ୍ମଜିତ ରାଉତ, ହିମାଂଶୁ ବେହୁରା ଉପସ୍ଥିତ ଥିଲେ, ତାଙ୍କର ମର ଶରୀର କାକଟପୁର ସ୍ଥିତ ବାସଭବନରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ବହୁ ବୁଦ୍ଧିଜୀବୀ ଓ ଆତ୍ମୀୟ ସଜ୍ଜନ ଶେଷ ଦର୍ଶନ କରିଥିଲେ। ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ଉପାଧ୍ୟକ୍ଷ ସ୍ବାଧୀନ ନାୟକ, ବ୍ଲକ ଚେୟାରମ୍ୟାନ ଶ୍ରୀଧର ନାୟକ, କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ବଭୂଷଣ ଦାସ, ସମାଜସେବୀ ଦିଲ୍ଲିପ ବରାଳ,ଦୈନିକ ଇଂରାଜୀ ସମ୍ବାଦପତ୍ର ଏଡ଼ିଟର ସୁଜ୍ଞାନ ଚୌଧୁରୀ, କାକଟପୁର ପ୍ରେସ କ୍ଲବ ସଭାପତି କମଳଲୋଚନ ଦୀକ୍ଷିତ, ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ଅସ୍ତରଙ୍ଗ ପ୍ରେସ୍ କ୍ଲବ୍ ସଭାପତି ଶରତ ପରିଡା, କାକଟପୁର ସରପଞ୍ଚ ଅଭୟ ସେଠୀ, ସମିତି ସଭ୍ୟ ସୌମେନ୍ଦ୍ର ଦୀକ୍ଷିତ, ବିଜେଡି ବ୍ଲକ ସଭାପତି ପ୍ରାଣନାଥ ମଲ୍ଲିକ, ପ୍ରମୁଖ ଶେଷ ଦର୍ଶନ କରିଥିବା ବେଳେ ବିଭିନ୍ନ ବ୍ୟବସାୟୀ ସଂଘର କର୍ମକର୍ତ୍ତା ମାନେ ଶେଷ ଦର୍ଶନ କରିଥିଲେ l ସୁଶିଳା ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପରାୟଣା ମହିଳା ଭାବେ ଅଞ୍ଚଳ ରେ ବେଶ ପରିଚିତ ଥିଲେ l ତାଙ୍କ ମୃତ୍ୟୁରେ ସାରା କାକଟପୁର ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l ତାଙ୍କର ପାର୍ଥିବ ଶରୀରକୁ ଏକ ବିରାଟ ପଟୁଆରରେ ବଜାର ପରିକ୍ରମା କରାଯିବା ପରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ପୁତ୍ର ଅଲେଖ ବିଶ୍ୱାଳ ମୁଖାଗ୍ନି ଦେଇଥିବା ବେଳେ , କୈଳାଶ ବିଶ୍ୱାଳ, ନରେଶ ବିଶ୍ୱାଳ, ସମୀର ବିଶ୍ୱାଳ,ରାଖଲ ବିଶ୍ବାଳ, ବନ୍ଧୁ ପରିଜନ, ଜ୍ଞାତି କୁଟୁମ୍ବ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY