Home / ମୁଖ୍ୟ ଖବର / ମହବାତ୍ୟା ର ୨୫ ବର୍ଷ ପୂର୍ତ୍ତୀଉପଲକ୍ଷେ ଦୀପ ଜାଳି ଠାକୁର ଙ୍କ ଶାନ୍ତି ପାର୍ଥନା କଲେ କୁମ୍ଭକାର ପରିବାର

ମହବାତ୍ୟା ର ୨୫ ବର୍ଷ ପୂର୍ତ୍ତୀଉପଲକ୍ଷେ ଦୀପ ଜାଳି ଠାକୁର ଙ୍କ ଶାନ୍ତି ପାର୍ଥନା କଲେ କୁମ୍ଭକାର ପରିବାର

whatsapp image 2024 10 30 at 18.20.13 774cd3a0

କାକଟପୁର:୩୦/୧୦,
ତୁଷାର ଦୀକ୍ଷୀତ
୧୯୯୯ ମସିହା ମହାବାତ୍ୟା କୁ ବିତିଯାଇଛି ୨୫ ବର୍ଷ, ଏହି ଅବସରରେ ଉପକୂଳ ଓଡିଶା ଅସ୍ତରଙ୍ଗ ଅଞ୍ଚଳ ରେ ଓସ୍ତପୁର ଗ୍ରାମ ରେ ବାସ କରୁଥିବା ୫୦ ରୁ ଉର୍ଦ୍ଧ କୁମ୍ଭକାର ପରିବାର ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ମହମବତୀ ଜାଳି ଗ୍ରାମ ପରିକ୍ରମା କରିଛନ୍ତି l ଏମାନେ ହେଉଛନ୍ତି କୁମ୍ଭକାର ପରିବାର, ଏମାନଙ୍କ କୌଳିକ ବୃତ୍ତି ହେଉଛି ମାଟି କାଦୁଅ କୁ ଚକଟି ତାକୁ ଭିନ୍ନ ଭିନ୍ନ ରୂପ ଦେବା, ଦୀପ ମାଠିଆ ହାଣ୍ଡି ପ୍ରସ୍ତୁତ କରି ବଜାର ରେ ବିକ୍ରି କରିବା, କିନ୍ତୁ ୧୯୯୯ ମସିହା ମହାବାତ୍ୟା ର ଯେଉଁ କରାଳ ଚିତ୍ର ଏମାନେ ଦେଖିଥିଲେ, ସେହିଭଳି ପରିସ୍ଥିତି ପୁନଃବାର ଏ ଅଞ୍ଚଳ ରେ ନାଆସିବା ପାଇଁ କରିଛନ୍ତି ଏଇ ନିଆରା ପ୍ରୟାସ, ଗାଁ ଦାଣ୍ଡ ରେ ଝିଅ ବୋହୁ ଠୁ ଆରମ୍ଭ କରି ପ୍ରତ୍ୟେକ ଲୋକ ଦୀପ ଜାଳି ମହାବାତ୍ୟା ରେ ପ୍ରାଣ ହରାଇଥିବା ଅସ୍ତରଙ୍ଗ ର ସେଇ ମହାନ ଆତ୍ମା ମାନଙ୍କ ଶାନ୍ତି ପାଠ କରିବା ସହିତ ମହମବତୀ ଜାଳି ପଦଯାତ୍ରା ରେ ଗ୍ରାମ ପରିକ୍ରମା କରି ଏକ ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରିଛନ୍ତି, ମା ମଙ୍ଗଳା ଓ ପ୍ରଭୁ ଜଗନ୍ନାଥ ଙ୍କ ଉଦ୍ଧେଶ୍ୟ ରେ ଏହି ଦୀପ ଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ କୈଳାସ ଚନ୍ଦ୍ର ମୁଦୁଲୀ, ଶାନ୍ତିଲତା ମୁଦୁଲୀ ଓ ସୁପ୍ରଭା ମୁଦୁଲୀ ଙ୍କ ସମେତ ଅନେକ କୁମ୍ଭକାର ପରିବାର ର ଲୋକ ସାମିଲ ହୋଇଥିଲେ, ଯେଉଁ ମଣିଷ ମାଟି ରେ ଦ୍ରବ୍ୟ ପ୍ରସ୍ତୁତ କରି ଆମ୍ଭ ମାନଙ୍କୁ ବିକ୍ରି କଲେ ସେମାନଙ୍କ ଭରଣପୋଷଣ ହୁଏ, ମହାବାତ୍ୟା ର ୨୫ ବର୍ଷ ପୂର୍ତ୍ତୀ ଅବସରରେ ଏମାନଙ୍କ ଏହି ମହାନ କାର୍ଯ୍ୟକ୍ରମ ପାଇଁ ଅସ୍ତରଙ୍ଗ ର ବିଭିନ୍ନ ମହଲ ରେ ଏହି ପରିବାର ଙ୍କୁ ପ୍ରଶଂସା କରାଯାଇଛି, ଏମାନଙ୍କ କୌଳିକ ବୃତ୍ତି ବର୍ତ୍ତମାନ ଚାଇନା ବଜାର ରେ ଲିଭି ଯିବାକୁ ବସିଥିବା ବେଳେ ସରକାର ଏମାନଙ୍କ ପାଇଁ କିଛି ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ବୁଦ୍ଧିଜୀବୀ ମହଲ ରେ ଅନୁରୋଧ କରାଯାଇଛି l

SPREAD YOUR LOVE WITH YOUR FRIENDS AND FAMILY