Home / ସାମାଜିକ / ଆଜି ଧନତରାସ ଧନ ର ଦେବୀଙ୍କୁ ସନ୍ତୁଷ୍ଟି କରିବାକୁ ପ୍ରୟାସ

ଆଜି ଧନତରାସ ଧନ ର ଦେବୀଙ୍କୁ ସନ୍ତୁଷ୍ଟି କରିବାକୁ ପ୍ରୟାସ

whatsapp image 2024 10 30 at 19.13.53 40bfc993

କାକଟପୁର: ୩୦/୧୦/୨୦୨୪
୨ ଦିନ ଧରି ଧନତରାସ ପଡିଥିବାରୁ କାଲି ବଜାରରେ କାଁ ଭାଁ ଗହଳି ଦେଖିବାକୁ ମିଳିଥିଲା ହେଲେ ଆଜି ପକେଟ ରେ ପଇସା ଥିବା ଲୋକମାନେ କେଉଁ ସୁନା ଅଳଙ୍କାର ଦୋକାନ ରେ ଗହଳି ଦେଖିବାକୁ ମିଳିଥିବା ବେଳେ ନିମ୍ନ ମଧ୍ୟବିତ୍ତ ପରିବାର ର ଲୋକଙ୍କୁ ଝାଡୁ, ପିତଳ ଥାଳି, ରୁପା କଏନ, କଉଡ଼ି, ନାଲି କପଡା ନେବାର ଦେଖିବାକୁ ମିଳିଛି ତେବେ ଯାହା ବି ହେଉ ଏ ପରମ୍ପରା ଯଦିଓ ଓଡ଼ିଶାର ନୁହେଁ ତଥାପି ବିଶ୍ୱାସ ରଖି ଏହି ସବୁ ଜିନିଷ ଆଜି ଘରକୁ ଆଣିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି ଶୁଣିବାକୁ ମିଳେ ଏହି ପର୍ବ ପବିତ୍ର ଦୀପାବଳୀ ଅମାବାସ୍ୟା ପୂର୍ବରୁ ହିଁ ପଡି ଥାଏ ଆଜି ଭଳି ଦିନକୁ କେହି ବି ଛାଡ଼ନ୍ତି ନାହିଁ, ଯାହା ଅଣ୍ଟାରେ ପଇସା ଅଛି ସେ ଗୃହଲକ୍ଷ୍ମୀ ଙ୍କୁ ନେଇକି ବିଭିନ୍ନ ସୁନା ଅଳଙ୍କାର ଦୋକାନ କୁ ଯାଉଛି ତ ଯାହା ପାଖରେ ସେମିତି ସମ୍ବଳ ନାହିଁ ସେ ଝାଡୁ ଗୋଟେ କିଣି ମନକୁ ବୁଝାଇ ସନ୍ତୁଷ୍ଟି କରୁଛନ୍ତି, ଆଉ କେହି ମଧ୍ୟ ଧାନ, କଉଡ଼ି କିଣି ନିଜକୁ ସନ୍ତୁଷ୍ଟି କରିଛନ୍ତି

SPREAD YOUR LOVE WITH YOUR FRIENDS AND FAMILY