Home / ମୁଖ୍ୟ ଖବର / ଅଲିଭ ରିଡଲେ ଙ୍କ ବଂଶ ବୃଦ୍ଧିକୁ ନେଇ ନଭେମ୍ବର ୧ରୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ସମୁଦ୍ର ରେ ଲାଗୁ ହେଲା କଟକଣା

ଅଲିଭ ରିଡଲେ ଙ୍କ ବଂଶ ବୃଦ୍ଧିକୁ ନେଇ ନଭେମ୍ବର ୧ରୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ସମୁଦ୍ର ରେ ଲାଗୁ ହେଲା କଟକଣା

psx 20241101 204408

କାକଟପୁର ; ୧/୧୧,

ରିପୋର୍ଟ:(ତୁଷାର ଦୀକ୍ଷିତ )

ପୁରୀ ଜିଲ୍ଲା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଅସ୍ତରଙ୍ଗ ଦେବୀ ମୁହାଁଣ ସମେତ କୋଣାର୍କ–ପୁରୀ ଆଦି ଅଞ୍ଚଳରେ ସମୁଦ୍ରରୁ ମାଛ ମାରିବା ଉପରେ ଜିଲ୍ଲା ମତ୍ସ୍ଯ ବିଭାଗ ପକ୍ଷରୁ ନଭେମ୍ବର ୧ରୁ ମେ ୩୧ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି। ନୁଆଗଡ ଜେଟି ଠାରୁ ଦେବୀ ନଦୀ-କେଳୁଣୀ ମୁହାଣ ପର୍ୟ୍ଯନ୍ତ ସମୁଦ୍ର ଭିତରକୁ ୨୦କିଲୋମିଟର ପଯ୍ୟନ୍ତ ମତ୍ସ୍ଯ ବିଭାଗ ପକ୍ଷରୁ ମତ୍ସ୍ଯଜୀବୀ ମାନଙ୍କୁ କଇଁଛ ମାନଙ୍କ ପ୍ରଜନନ ରୁତୁରେ ସମୁଦ୍ରକୁ କୌଣସି ପ୍ରକାର ର ଯନ୍ତ୍ର ଚାଳିତ ଡ଼ଙ୍ଗା ପ୍ରବେଶ ନକରିବା ପାଇଁ ବାରଣ କରାଯାଇଅଛି । ବନ ବିଭାଗ ବିଭାଗର ଏହି ନିର୍ଦ୍ଦେଶ ପରେ ଶହ ଶହ ମତ୍ସ୍ଯଜୀବୀ ଘରେ ହାତ ବାନ୍ଧି ଘରେ ବସିରହିଲେ । ଦେବୀ ନଦୀ ମୁହାଣ, କେଳୁଣୀ ମୁହାଣ, ଗଙ୍ଗା ଦେବୀ ଏବଂ ନୁଆଗଡ ଜେଟି ଆଦି ଅଚଂଳରେ ମତ୍ସ୍ଯଜୀବୀ ମାନଙ୍କୁ ଟ୍ରଲର, ଯନ୍ତ୍ରଚାଳିତ ଡଙ୍ଗା ସମୁଦ୍ର ଭିତରୁ ପ୍ରବେଶ ନକରିବା ପାଇଁ ବାରଣ ହୋଇଛି । ସେହିପରି କଇଁଛ ମାନଙ୍କ ସୁରକ୍ଷାକୁ ନେଇ ରାଜ୍ଯ ସରକାରଙ୍କ ପକ୍ଷରୁ ନଭେମ୍ବର ୧ ରୁ ମେ ୩୧ ପର୍ୟ୍ଯନ୍ତ ମଧ୍ଯ ମତ୍ସ୍ଯଜୀବୀ ମାନଙ୍କ ଉପରେ କଟକଣା ରହିଥିଲା । ରାଜ୍ଯ ସରକାର ଅଲିଭ୍ ରିଡ଼ଲେ ଓ ମାଛ ମାନଙ୍କ ବଂଶ ବୃଦ୍ଧିକୁ ଦୃଷ୍ଟି ରେ ରଖି କଟକଣା ଜାରୀ କରୁଥିବା ବେଳେ ସମୁଦ୍ରରୁ ମାଛ ମାରି ନିଜର ଗୁଜୁରାଣ ମେଣ୍ଟାଉଥିବା ପରିବାର ଏବେ ଚିନ୍ତାରେ ପଡିଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY