Home / ସାମାଜିକ / ସାକ୍ଷୀଗୋପାଳ କଲେଜ ରେ ପଣ୍ଡିତ ନୀଳକଣ୍ଠ ଦାସ ଙ୍କ ଶ୍ରାଦ୍ଧ ଦିବସ ପାଳିତ

ସାକ୍ଷୀଗୋପାଳ କଲେଜ ରେ ପଣ୍ଡିତ ନୀଳକଣ୍ଠ ଦାସ ଙ୍କ ଶ୍ରାଦ୍ଧ ଦିବସ ପାଳିତ

img 20241107 wa0006

ସାକ୍ଷୀଗୋପାଳ: ୦୬/୧୧/୨୦୨୪

ରିପୋର୍ଟ୍: ସିଂହାରୀ ଆଲୋକ ଖୁଣ୍ଟିଆ

ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ, ସାକ୍ଷୀଗୋପାଳ ର ସଭାଗୃହ ରେ ଜାତୀୟ ସେବା ଯୋଜନା ତରଫରୁ ପଣ୍ଡିତ ନୀଳକଣ୍ଠ ଦାସ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ସର୍ବପ୍ରଥମେ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସ ଓ ପଣ୍ଡିତ ନୀଳକଣ୍ଠ ଦାସ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ, ଧୂପଦୀପ ପ୍ରଦାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉକ୍ତ ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ସତ୍ୟଶିବସୁନ୍ଦର ମିଶ୍ର ପୌରହିତ୍ୟ କରି ପଣ୍ତିତ ନୀଳକଣ୍ଠ ଦାସ ଙ୍କ ଜୀବନ ଓ ସାହିତ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ ଏବଂ ତାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କ ରେ ଆଲୋଚନା କରିବା ସହ ତାଙ୍କର ସାହିତ୍ୟ ଓ ରାଜନୀତି ର ମନସ୍ତାତ୍ତ୍ୱିକ ଦିଗ ଗୁଡ଼ିକ ସମ୍ପର୍କ ରେ ବ୍ୟାପକ ଗବେଷଣା କରାଯିବା ଉଚିତ୍ ବୋଲି ମତ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ର ର ପ୍ରାକ୍ତନ ମୁଖ୍ୟ ତଥା ବିଶିଷ୍ଟ କବି, ଗାଳ୍ପିକ, ଅନୁବାଦକ, ବିଭିନ୍ନ ଜାତୀୟ ଓ ଅର୍ନ୍ତଜାତୀୟ ପରିଷଦ ର ଉପଦେଷ୍ଟା ଶ୍ରୀଯୁକ୍ତ ମାନସ ରଞ୍ଜନ ମହାପାତ୍ର ଯୋଗଦେଇ ପଣ୍ଡିତ ନୀଳକଣ୍ଠ ଦାସ ଙ୍କ ଜୀବନୀ ଓ ସାହିତ୍ୟ ବିଷୟ ରେ ଚର୍ଚ୍ଚା କରି ତାଙ୍କୁ ଓଡ଼ିଆ ବୌଦ୍ଧିକତା ର ପ୍ରତୀକ ଭାବରେ ଅବିହିତ କରିବା ସହ ତାଙ୍କ ସାହିତ୍ୟ ସୃଷ୍ଟି କୁ ଓଡ଼ିଆ ଜାତି ର ଅମୂଲ୍ୟ ସଂପଦ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ର ଅଧ୍ୟାପିକା ଡ. ଶର୍ମିଷ୍ଠା ମହାପାତ୍ର ଯୋଗ ଦେଇ ସତ୍ୟବାଦୀ ର ପୁଣ୍ୟ ଭୂମିରୁ ଓଡିଆ ଜାତୀୟତାବାଦର ଯେଉଁ ଶଙ୍ଖନାଦ ବନବିଦ୍ୟାଳୟ ର ପଞ୍ଚସଖା କରିଥିଲେ ତାର ଆଲୋଚନା କରିବା ସହ ପଣ୍ଡିତ ନୀଳକଣ୍ଠ ଦାସ ଙ୍କ ବାଲ୍ୟକାଳ, ଶିକ୍ଷା, ଅଧ୍ୟାପନା ଓ ସାହିତ୍ୟ ସୃଷ୍ଟି ର ଗଭୀର ଆଲୋଚନା କରିଥିଲେ।ଏହି ଅବସରରେ ବିଶିଷ୍ଟ ଗବେଷକ ସ୍ବର୍ଗତ ଡ. ସୁନିଲ କୁମାର ରଥ ଙ୍କ ଆତ୍ମା ର ସତ ଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ଏବଂ ଇଂରାଜୀ ବିଭାଗ ମୁଖ୍ୟ ମନୋଜ କୁମାର ପରିଡ଼ା ଙ୍କୁ ତାଙ୍କର ଆମ ଓଡ଼ିଶା ଦ୍ଵାରା ପ୍ରକାଶିତ ପ୍ରଫେସର ଚିତ୍ତରଞ୍ଜନ ଦାସ ଙ୍କ ଜୀବନୀ , ଆତ୍ମଜୀବନୀ ସମ୍ପର୍କୀୟ ପୁସ୍ତକ ପାଇଁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ କୁ ସଂସ୍କୃତ ବିଭାଗ ମୁଖ୍ୟ ପ୍ରଧ୍ୟାପିକା ସୁଜାତା ମହାପାତ୍ର ପରିଚାଳନା କରିଥିଲେ। ଅନ୍ୟତମ ସଂସ୍କୃତ ଅଧ୍ୟାପିକା ସସ୍ମିତା ପ୍ରଧାନ ସଭାର ପ୍ରାରମ୍ଭ ରେ ବେଦ ପାଠ କରିଥଲେ। +୩ ଜାତୀୟ ସେବା ଯୋଜନା ର ଅଧିକାରୀ ଡ. ଶଙ୍କର୍ଷଣ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । +୨ ଜାତୀୟ ସେବା ଯୋଜନାର ଅଧିକାରୀ ଅଧ୍ୟାପକ ପ୍ରକାଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY