Home / ସାମାଜିକ / ମଙ୍ଗଳା ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ,

ମଙ୍ଗଳା ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ,

press

କାକଟପୁର: ତା ୧୩/୧୧
( ତୁଷାର ଦୀକ୍ଷିତ )
ବୁଧବାର ଡିବା ୫ ଘଟିକା ସମୟରେ କାକଟପୁର ସ୍ଥିତ ଜଳସେଚନ ଡାକବଙ୍ଗଳା ଠାରେ ମଙ୍ଗଳା ମହୋତ୍ସବ କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରାଙ୍କ ସଭାପତିତ୍ୱ ରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ମାର୍ଚ୍ଚ ୭ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ମହୋତ୍ସବ ଆୟୋଜନ କରାଯିବ ବୋଲି ନିଷ୍ପତି ନିଆଯାଇଥିବେଳେ ବୈଠକରେ ଗତ ମଙ୍ଗଳା ମହୋତ୍ସବରେ ପରିଲିକ୍ଷିତ ହୋଇଥିବା ବିଭିନ୍ନ ବିଭାଗ ଗୁଡିକର ତ୍ରୁଟିରେ ସୁଧାର ଆଣିବା ସହିତ ଗତବର୍ଷ ଠାରୁ ଚଳିତ ବର୍ଷ ମହୋତ୍ସବକୁ ସୁନ୍ଦର ସାବଲୀଳ କରାଯିବା ପାଇଁ ମତ ପ୍ରକାଶ ପାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ସ୍ଵପ୍ନେଶ୍ଵର ସାହୁ, ସମ୍ପାଦକ ସ୍ୱାଧୀନ କୁମାର ନାୟକ, ସମିତି ସଭ୍ୟ ସମରେନ୍ଦ୍ର ଦୀକ୍ଷିତ,ଜ୍ଞାନ ରଞ୍ଜନ ସାହୁ,ସହ ସମ୍ପାଦକ କମଳ ଲୋଚନ ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ, ଜୋତିର୍ମୟ ଦଳାଇ, ତୁଷାର ରଞ୍ଜନ ଦୀକ୍ଷିତ, ଆଦିତ୍ୟ କୁମାର ରାଉତ, କୈଳାଶ ଚନ୍ଦ୍ର ନାୟକ,ପ୍ରଦୀପ୍ତ କୁମାର ଦୀକ୍ଷିତ, ପ୍ରଦୀପ୍ତ କୁମାର ପଣ୍ଡା, ମାନସ ସାମଲ, ମାନସ କୁମାର ଦୀକ୍ଷିତ,ସାମ୍ବାଦିକ ଭାଗବତ ସ୍ୱାଇଁ, ପ୍ରଭାସ କୁମାର ପୃଷ୍ଟି,କ୍ଷେତ୍ରମୋହନ ଦାଶ,ମଙ୍ଗଳା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ,ଚିନ୍ମୟ ପୋଲେଇ ପ୍ରମୁଖ ଯୋଗଦେଇଥିଲେ l ଆସନ୍ତା ଏକ ମାସ ମଧ୍ୟରେ ମହୋତ୍ସବ କମିଟିର ରେଜିଷ୍ଟ୍ରସନ କାର୍ଯ୍ୟ ସମାପ୍ତ କରାଯିବା ପାଇଁ ଉପସଭାପତି ସ୍ଵପ୍ନେଶ୍ଵର ସାହୁଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା l

SPREAD YOUR LOVE WITH YOUR FRIENDS AND FAMILY