Home / ସାମାଜିକ / ୧୯୯୮ ମସିହା ବ୍ୟାଚ ର ବନ୍ଧୁ ମିଳନ କାକଟପୁର

୧୯୯୮ ମସିହା ବ୍ୟାଚ ର ବନ୍ଧୁ ମିଳନ କାକଟପୁର

img 20241202 wa0006

୧/୧୨/୨୪( ତୁଷାର ଦୀକ୍ଷିତ )

ଗତ କାଲି କଟକ ଜିଲ୍ଲା ନିଆଳୀ ବ୍ଲକ ଅନ୍ତର୍ଗତ ନୀଳମଣି ଗ୍ୟାର୍ଲ ସ୍କୁଲ ର ୧୯୯୮ ମସିହାର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, ସ୍କୁଲ ସମୟରେ ଗ୍ୟାର୍ଲ ସ୍କୁଲ ରେ ପଢ଼ୁଥିବା ସାଙ୍ଗ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜକୁ ୩ ବର୍ଷ ହେବ କରୁଛନ୍ତି, ଏକ ଗ୍ରୁପ କରି ସେ ସମୟରେ ପଢ଼ୁଥିବା ସ୍କୁଲ ବେଳର ସାଙ୍ଗ ମାନଙ୍କ ଭିତରେ ସୁ ସମ୍ପର୍କ ରଖିବା ସହିତ ବନ୍ଧୁତ୍ୱ କୁ ବଜାୟ ରଖିବା ପାଇଁ ଏକ ପ୍ରୟାସ ବୋଲି କହିଛନ୍ତି ଅନୁଷ୍ଠାନ ର ମୁଖ୍ୟ ତଥା ସଂଗଠନ ର ମୁଖ୍ୟ ସ୍ମିତାରାଣୀ ପାଢ଼ୀ ସେ କହିଛନ୍ତି କର୍ମ ମୟ ଜଞ୍ଜାଳ ଭିତରୁ ଟିକେ ବାହାରି ନିଜ ସହପାଠୀ ମାନଙ୍କ ମିଶି ପିଲା ଦିନର ସ୍ମୁତି ସାଉଁଟିବା ଅନୁଭବ ଟିକେ ନିଆରା ଏହି କାର୍ଯ୍ୟକ୍ରମ ରେ ସହଯୋଗ ର ହାତ ବଢ଼ାଇ ଥିଲେ ରଞ୍ଜିତା ପ୍ରଧାନ, ପୁଷ୍ପଲତା ପ୍ରଧାନ, ରଶ୍ମିତା ମହାରଣା, ରାଜଶ୍ରୀ ମହାନ୍ତି, ମାନସୀ ତିଆଡ଼ି, ସୁଜାତା ପଣ୍ଡା, ଚାଇନା ତିଆଡ଼ି, ରଞ୍ଜିତା ସ୍ୱାଇଁ ଓ ରାଜଶ୍ରୀ ମିଶ୍ର ( ଶିଖା ) ସମସ୍ତ ବନ୍ଧୁ ମାନଙ୍କୁ ନେଇ ନିଆଳୀ ରୁ ବାହାରି ମଙ୍ଗଳା ମନ୍ଦିର, କୋଣାର୍କ ର ଇକୋଟୁରିଯିମି, କୋଣାର୍କ ମନ୍ଦିର ବୁଲିବା ପରେ ଏକ ଭୋଜିର ଆୟୋଜନ କରାଯାଇଥିଲା ଏବଂ ଆଲୋଚନା ହୋଇଥିଲା ଯେ ଯେଉଁ ବନ୍ଧୁ ମାନଙ୍କୁ ଏହି ଗ୍ରୁପରେ ଯୋଗ ହୋଇ ନାହାନ୍ତି ସେମାନଙ୍କୁ ସ୍ମିତାରାଣୀ ପାଢ଼ୀ ( କୁନୁ ) ଙ୍କୁ ସର୍ବ ସନ୍ନମତି ଭାବେ ଦାଇତ୍ୱ ଦିଆ ଗଲା ଯେ ଆଗାମୀ ବର୍ଷ ପାଇଁ ସମସ୍ତଙ୍କୁ ଗ୍ରୁପରେ ଯୋଡି ସମସ୍ତଙ୍କୁ ଏକାଠି କରି ପାରିଲେ ଏହା ଆଗାମୀ ପିଢ଼ି ପାଇଁ ଏକ ଉଦାହରଣ ହୋଇପାରିବ ଏବଂ ପିଲାବେଳର ସାଙ୍ଗ ମାନଙ୍କୁ ଏକାଠି ଦେଖି ହୋଇ ପାରିବ, ତତ ସହିତ ଭାରାକ୍ରାନ୍ତ ଜୀବନ ଜଞ୍ଜାଳ ରୁ ଟିକେ ସାମୟିକ ଭାବେ ମାନସିକ ସ୍ଥରରେ ଆଶୋସ୍ଥି ପାଇ ପାରିବେ

SPREAD YOUR LOVE WITH YOUR FRIENDS AND FAMILY