Home / ସଂସ୍କୃତି ଓ ପରମ୍ପରା / ୩୫ ତମ ଆନ୍ତର୍ଜାତିକ କୋଣାର୍କ ଉତ୍ସବ ଆରମ୍ଭ

୩୫ ତମ ଆନ୍ତର୍ଜାତିକ କୋଣାର୍କ ଉତ୍ସବ ଆରମ୍ଭ

img 20241201 wa0012

କାକଟପୁର 1/12/24

( ତୁଷାର ଦୀକ୍ଷିତ ) ପୁରୀ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ୩୫ ତମ ଅନ୍ତର୍ଜାତୀୟ କୋଣାର୍କ ଉତ୍ସବ କୁ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ
ଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ
ଯୋଗ ଦେଇଥିଲେ।ପ୍ରଥମ ଦିନ ସଂଧ୍ୟାର ପ୍ରଥମ ପର୍ଯ୍ୟାୟ ରେ ଭୁବନେଶ୍ବର ଉତ୍କଳ ସଂଗୀତ ମହାବିଦ୍ୟାଳୟ ର ନୃତ୍ୟ ଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

1000726935

ଦ୍ବିତୀୟ ପର୍ଯ୍ୟାୟ ରେ ନୂଆଦିଲ୍ଲୀ ର ମଲଟିଶ୍ୟାମ ଓ ତାଙ୍କ ସାଥି ମାନଙ୍କ ପକ୍ଷରୁ କଥକ ନୃତ୍ୟ ପରିବେଷଣ କରାଯାଇଥିଲା । କୋଣାର୍କ ଉତ୍ସବ କୁ ଉଦଘାଟନ କରି ସାରିବା ପରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଭାଗା ଯାଇ ୧୪ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ କୁ ଉଦଘାଟନ କରିଥିଲେ। ବିଳମ୍ବରେ ବାଲୁକା କଳା ଉତ୍ସବ ଉଦଘାଟନ ହେବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲା। ପ୍ରଥମେ ବାଲୁକା କଳା ଉତ୍ସବ ଉଦଘାଟନ ହୋଇଥିଲେ
ବିଭିନ୍ନ ଗ୍ରାମ ରୁ ଆସିଥ‌ିବା ଲୋକ ଓ କୁନି କୁନି ପିଲା ବାଲୁକା କଳା କୁ ଦେଖୁ ପାରିଥାନ୍ତେ। ଉଦଘାଟନ ହୋଇ ନ ଥ‌ିବାରୁ ଅପରାହ୍ନ ୪ ଟା ରୁ ସଂଧ୍ୟା ୮ ଟା ପର୍ଯ୍ୟନ୍ତ ବାଲୁକା କଳା ଉତ୍ସବ କୁ କାହାରିକୁ ଦେଖୁବାକୁ ଛଡ଼ା ଯାଇ ନ ଥିଲା। କୋଣାର୍କ ଉତ୍ସବ ଓ ବାଲୁକା କଳା ଉତ୍ସବ ପାଇଁ ସମଗ୍ର କୋଣାର୍କ ଅଞ୍ଚଳ ସଜେଇ ହୋଇ ପଡ଼ିଥିବା ବେଳେ ମୁକ୍ତାକାଶ ରଙ୍ଗମଞ୍ଚ ନୃତ୍ୟ ଶିଳ୍ପୀଙ୍କ ଘୁଙ୍ଗୁର ଶବ୍ଦ ରେ ପ୍ରକମ୍ପିତ ହୋଇ ଉଠିଥିଲା।

1000726931
SPREAD YOUR LOVE WITH YOUR FRIENDS AND FAMILY