Home / ସାମାଜିକ / ଶିକ୍ଷାବିତ ଲଷ୍ମୀଧର ଶତପଥୀଙ୍କ ସ୍ମୃତିସଭା

ଶିକ୍ଷାବିତ ଲଷ୍ମୀଧର ଶତପଥୀଙ୍କ ସ୍ମୃତିସଭା

whatsapp image 2024 12 06 at 18.01.04 4a320d78

କାକଟପୁର ତା ୬/୧୧,
( ତୁଷାର ଦୀକ୍ଷିତ )
ପୁରୀଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ଗମ୍ଭାରିପଦା ଗ୍ରାମର ବିଶିଷ୍ଠ ଶିକ୍ଷାବିତ ,ଆଦର୍ଶ ଶିକ୍ଷକ ତଥା ଜଣେ ସୃଜନଶୀଳ ବ୍ୟକ୍ତିତ୍ୱ ସ୍ବର୍ଗତ ଲଷ୍ମୀଧର ଶତପଥୀଙ୍କ ବିୟୋଗରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଗମ୍ଭାରିପଦା ସ୍ଥିତ ତାଙ୍କ ବାସଭବନ ପରିସରରେ ଚତୁର୍ଦ୍ଦଶ ଦିବସ ଅବସରରେ ସନ୍ଧ୍ୟାରେ ଆୟୋଜିତ ସ୍ମୃତିସଭାରେ କାକଟପୁର ବିଧାୟକ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା, ପୁରୀଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସ୍ବାଧୀନ କୁମାର ନାୟକ , ଶ୍ରୀଯୁକ୍ତ କବିରାଜ ବିଶ୍ବାଳ , ଶ୍ରୀଯୁକ୍ତ ଅଶୋକ କୁମାର ଦଳାଇ , ଶ୍ରୀଯୁକ୍ତ ପ୍ରାଣନାଥ ମଲ୍ଲିକ, ଶ୍ରୀଯୁକ୍ତ ଜ୍ଞାନ ରଂଜନ ସାହୁ , କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ, ପୁରୀଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସୌମ୍ୟକାନ୍ତ ଖୁଣ୍ଟିଆ, ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ନାୟକ, ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ, ଜଳନ୍ଧର ନାୟକ, ଶ୍ରୀମତୀ ବାସନ୍ତୀ ନାୟକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତିଙ୍କ ସମେତ କାକଟପୁର ଅଞ୍ଚଳର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଜଣେ ଛାତ୍ରବତ୍ସଳ ଶିକ୍ଷକ ନୀତିନିଷ୍ଠ ପଦାଧିକାରୀ ଏବଂ ଅବସର ଗ୍ରହଣ ପରେ ସାହିତ୍ୟ ଅନୁଷ୍ଠାନ ସହିତ ସମ୍ପର୍କ ଯୋଡି ଜଣେ ସୃଜନଶୀଳ ସାଧକ ଭାବରେ ବେଶ୍ ପରିଚିତ ଥିବା ସମ୍ପର୍କରେ ଶ୍ରଦ୍ଧାଞ୍ଜଳି ସଭାରେ ଅତିଥି ମାନେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରେ କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତ,ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ,ବରିଷ୍ଠ ସାମ୍ବାଦିକ ନିରଞ୍ଜନ ଦାସ,ସମୀର କୁମାର କର, ଆଦିତ୍ୟ କୁମାର ରାଉତ, ପ୍ରଦୀପ୍ତ କୁମାର ଦୀକ୍ଷିତ,ଲୋକନାଥ ସ୍ୱାଇଁ, ଭାଗବତ ସ୍ୱାଇଁ ପ୍ରମୁଖ ସାମ୍ବାଦିକ ମାନେ ବୃକ୍ଷରୋପଣ କରିଥିବାବେଳେ ହରିନାମ ସଂକୀର୍ତନ, ଗୀତାଯଜ୍ଞ ଆଦି ବିଭିନ୍ନ କାର୍ଯ୍ୟକ୍ରମକୁ ସ୍ବର୍ଗତ ଶତପଥୀଙ୍କ ସୁପୁତ୍ର ଶଙ୍କରଶ୍ରୀ ଶିବାନନ୍ଦ ଶତପଥୀ ଏବଂ ପୁତ୍ରବଧୂ କୃଷ୍ଣପ୍ରିୟା ଶତପଥୀ ପରିଚାଳନା କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY