Home / ମୁଖ୍ୟ ଖବର / ମା ମଙ୍ଗଳା ଙ୍କ ଘୋଡ ଲାଗିବେଶ ଏକ ନିଆରା ପରମ୍ପରା

ମା ମଙ୍ଗଳା ଙ୍କ ଘୋଡ ଲାଗିବେଶ ଏକ ନିଆରା ପରମ୍ପରା

news

କାକଟପୁର :- ୧୧/୧୨/୨୦୨୪
( ତୁଷାର ଦୀକ୍ଷିତ )
ପବିତ୍ର ମାର୍ଗଶିର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା ମଙ୍ଗଳା ମନ୍ଦିରରେ ବିଳମ୍ବିତ ରାତ୍ରରେ ଓଢଣ ଷଷ୍ଠୀ ତିଥିରେ ଘୋଡ ଲାଗି ନୀତି ଅନୁଷ୍ଠିତ ହୋଇଯାଇଛି। ଶୀତ ଦାଉରୁ ରକ୍ଷା ପାଇବା ପାଈଁ ଶୀତ ବସ୍ତ୍ର ପରିଧାନ କରନ୍ତି ମା ମଙ୍ଗଳା। ଏଥିପାଇଁ ପାରମ୍ପରିକ ପ୍ରଥାନୁସାରେ ସେବାୟତ ମାନେ ମା ମଙ୍ଗଳାଙ୍କ ଏହି ଘୋଡ ବା ଶୀତବସ୍ତ୍ର ବେଶ ନିଷ୍ଠାର ସହ ପ୍ରସ୍ତୁତ କରିଥିଲେ। ମା ଙ୍କ ସେବକ ଲଳିତ କୁମାର ଦୀକ୍ଷିତ କହିଥିବା ବେଳେ ମନ୍ଦିର ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନନ୍ଦିତା କହିଛନ୍ତି ମା ମଙ୍ଗଳା ଙ୍କ ଟ୍ରଷ୍ଟି ଭାବେ ମାଙ୍କ ସେବା କରିବାର ସୁଯୋଗ ମୋତେ ମିଳିଥିବାରୁ ମୁଁ ବହୁତ ଆନନ୍ଦିତ ମାଙ୍କ ସେବା ଭାଗ୍ୟରେ ଥିଲେ ମିଳେ , ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଈଁ ଶୀତବସ୍ତ୍ର ପରିଧାନ କରିଥାନ୍ତି ଜଗତ ଜନନୀ ମା ମଙ୍ଗଳା। ଓଢଣ ଷଷ୍ଠୀ ଅବସରରେ ମା ମଙ୍ଗଳାଙ୍କ ସକାଳ ଧୂପ, ମଇଲମ, ଅବକାଶ ନୀତି ସହ ବିଭିନ୍ନ ନୀତିକାନ୍ତି ସମ୍ପର୍ଣ୍ଣ ପରେ ରାତ୍ରଧୂପ ସରିବା ପରେ ମା ଙ୍କ ଘୋଡ ଲାଗିବେଶ ଅନୁଷ୍ଠିତ ହୋଇଥିଲା ।ଏହା ସହ ମନ୍ଦିର ଭିତରେ ଥିବା ବିଭିନ୍ନ ପାର୍ଶ୍ଵ ଦେବାଦେବୀ ମଧ୍ୟ ଶୀତ ବସ୍ତ୍ର ପରିଧାନ କରିଥିଲେ।ମା ମଙ୍ଗଳା ଙ୍କ ମନ୍ଦିରରେ ଏହି ବେଶ ଓଢଣଷଷ୍ଠୀ ଠାରୁ ଆରମ୍ଭ ହୋଇ ଶ୍ରୀ ପଞ୍ଚମୀ ବା ବସନ୍ତ ପଞ୍ଚମୀ ରେ ଶେଷ ହେବ।

SPREAD YOUR LOVE WITH YOUR FRIENDS AND FAMILY