ନୟାଗଡ଼ ତା -୨୧.୮.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁ- ନୟାଗଡ଼ ଡିପିଆରସି ସମ୍ମିଳନୀ କକ୍ଷରେ ୬୦ଜଣ ବିଭିନ୍ନ ଡିଗ୍ରୀ କଲେଜର ଅଧକ୍ଷ୍ୟ ମାନଙ୍କୁ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତିର ମେମ୍ବର ଶ୍ରୀଯୁକ୍ତ ପ୍ରକାଶ ଗୋଛାୟତ ଅତିଥି ଭାବେ ଯୋଗ ଦେଇଥିଲେ ।

ପ୍ରଶାନ୍ତ କୁମାର ପାଲଟାସିଂ ତାଲିମ୍ ଦାତା ଭାବେ ଯଶୋଦା ଯୋଜନା ଓ ବାଲ୍ୟବିବାହ, ଶିଶୁ ଚାଲାଣ,ଶିଶୁ ଯୌନ ଅଧିନିୟମ ଅଧିକାର ବିଷୟରେ ଓ ଶିଶୁ ସୁରକ୍ଷା ଅଧିନିୟମ ଉପରେ ବିସ୍ତୁତ ଭାବେ କଲେଜ ର ଅଧ୍ୟକ୍ଷ ମାନଙ୍କୁ ତାଲିମ ଦେଇଥିଲେ। ବିଭିନ୍ନ କଲେଜ ରେ କିପରି ଶିଶୁ ମାନେ ସୁରକ୍ଷିତ ମଣିବେ ଓ ବିଭିନ୍ନ ଯୋଜନା କିପରି ସରକାରଙ୍କ ଦ୍ୱାରା ପାଇପାରିବେ ସେ ସମ୍ପର୍କରେ ଆଲୋଚନା କରା ଯାଇଥିଲା। ବିଭିନ୍ନ କଲେଜର ଅଧ୍ୟକ୍ଷ ମାନେ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ତାଲିମ ଦାତାଙ୍କ ଠାରୁ ବିଭିନ୍ନ ନିୟମ ଉପରେ ବୁଝିବାକୁ ଚେଷ୍ଟା କରିଥିଲେ ଓ କିପରି କଲେଜ ମାନଙ୍କରେ ପିଲା ମାନେ ସୁରକ୍ଷା ପାଇପାରିବେ ସେ ଦିଗରେ କଲେଜର ଅଧ୍ୟକ୍ଷ ମାନେ ବୁଝିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ଦାସ ପରିଚାଳନା କରିଥିଲେ ଓ ଜ଼ିଲ୍ଲା ଶିଶୁସୁରକ୍ଷା ଅଧିକାରୀ, କର୍ମକର୍ତା ,ଚାଇଲଡ ଲାଇନ କର୍ମକର୍ତା, ବିଭିନ୍ନ ଶିଶୁ ଅନୁଷ୍ଠାନର କର୍ମ କର୍ତା ଏହି କାର୍ଯ୍ୟ କ୍ରମରେ ଉପସ୍ଥିତ ଥିଲେ। ପରିଶେଷରେ ଅଣ ଅନୁଷ୍ଠାନିକ ଅଧିକାରିଣୀ ଶୈଳବାଳା ଦାସ ସଭାକାର୍ଯ୍ୟକୁ ଧନ୍ୟବାଦ ଅର୍ପଣ କରିଥିଲେ।











