Home / ମୁଖ୍ୟ ଖବର / ପୁରୀରେ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ

ପୁରୀରେ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ

ପୁରୀ – ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗୋରୁଆଳ ପଞ୍ଚାୟତର ଆଳିପଡା ଗ୍ରାମସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳାରେ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଏବଂ ତୁଳସୀପୀଠାଧିଶ୍ୱର ଜଗତଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ମହାରାଜଙ୍କ ୭୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଜୀ ମହାରାଜଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମହୀପ୍ରକାଶ ମଠର ମହନ୍ତ ଶୁଭାନନ୍ଦ ପୁରୀ ମୁଖ୍ୟଅତିଥି ରୂପେ ଯୋଗଦେଇ କହିଲେ ଗୋରୁଆଳର ଗୋବିନ୍ଦ ଗୋଧାମ ଗୋଶାଳା ବର୍ତ୍ତମାନ ଗୋତୀର୍ଥରେ ପରିଣତ ହୋଇଛି । ଭାରତବର୍ଷର ବିଭିନ୍ନ ରାଜ୍ୟର ସାଧୁ, ସନ୍ଥ ବର୍ତ୍ତମାନ ଗୋରୁଆଳର ଗୋବିନ୍ଦ ଗୋଧାମ ଗୋଶାଳାକୁ ଗୋତୀର୍ଥ ବୋଲି ବିବେଚନା କରୁଛନ୍ତି । ଏହି ଗ୍ରାମର ପ୍ରତ୍ୟେକ ଗ୍ରାମବାସୀ ଜଣେ ଜଣେ ଗୋଭକ୍ତ ଅଟନ୍ତି । ଜଗତଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଏହି ଗୋବିନ୍ଦ ଗୋଧାମରେ ଅବସ୍ଥାନ ସହିତ ବିଭିନ୍ନ ସାଧୁସନ୍ଥଙ୍କର ଆଗମନ ଗୋଭକ୍ତମାନଙ୍କୁ ପ୍ରେରଣା ଯୋଗାଉଛି ।

ପୁରୀ ବ୍ରହ୍ମଗିରି ରାଷ୍ଟ୍ରୀୟ ରାଜମାର୍ଗ ଅବରୋଧ କରି ବିଶ୍ରାମ ନେଉଥିବା ଗୋମାତାଙ୍କୁ ସୁରକ୍ଷିତ ଗୋଶାଳା ମାଧ୍ୟମରେ ଆଶ୍ରୟ ଦେଉଥିବା ଗ୍ରାମବାସୀମାନଙ୍କୁ ସମ୍ମାନିତ ପର୍ବରେ ସାହଜାନ ପୁର, ସିଆରା, କେଉଟକୁଦୀର ପ୍ରଧାନ ସାହି, ଭୂବନପୁର, ଜେନାପୁର, ଶିତଳପଦା, ନିଆଜପୁର, ଚଣ୍ଡୀପୁଟ, ରାମେଶ୍ୱରପୁର, ଆଳିପଡା, ଅଙ୍କିପାଟଣା ପ୍ରମୁଖ ଗ୍ରାମବାସୀଙ୍କୁ ସାମୁହିକରୂପେ ଗୋ-ସେବକ ସମ୍ମାନ ୨୦୨୫ରେ ସମ୍ମାନିତ କରାଯାଇଥିଲା ।
ଏହି ଉତ୍ସବରେ ପୁରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ ଡ. ଶରତ କୁମାର ବେହେରା, ଶ୍ରୀମନ୍ଦିରର ବରିଷ୍ଠ ସୁପକାର ସେବାୟତ ଝୁନା ଦୀକ୍ଷିତ, କାହ୍ନୁ ପଣ୍ଡା, ଗୋସେବା ଫୋରମର ଓଡିଶା ମୁଖ୍ୟ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ଟିବରିୱାଲ, ଭାଜପାର ରାଜ୍ୟ ମହିଳା ମୋର୍ଚ୍ଚା ସଦସ୍ୟ ରଞ୍ଜିତା ପାଢୀ, ଗୋବିନ୍ଦ ଗୋଧାମର ବାବା କୃଷ୍ଣଚନ୍ଦ୍ର ମହାରାଜ, ଗୋରୁଆଳ ସରପଞ୍ଚ ନିରଞ୍ଜନ ମିଶ୍ର, ଭୁବନପୁରର ସରପଞ୍ଚ ଅମୁଲ୍ୟ ପ୍ରଧାନ, ଜଗତସିଂହପୁରର ଗୋ-ସେବକ ସୁରେନ୍ଦ୍ର ଦାସ ଏବଂ ଆଡଭୋକେଟ ସ୍ନେହାଶିଷ ମହାନ୍ତି ସମ୍ମାନିତ ଅତିଥିରୂପେ ଗ୍ରାମବାସୀଙ୍କୁ ସମ୍ମାନିତ କରିଥିଲେ । ଜଗତଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ଦୀର୍ଘାୟୁ କାମନା କରି ଅହୋରାତ୍ର ସଂକୀର୍ତ୍ତନ ଓ ସୁନ୍ଦରକାଣ୍ଡ ପାଠ କରାଯାଇଥିଲା । ଆଜିର ଏହି ଉତ୍ସବ କାର୍ଯ୍ୟକ୍ରମକୁ ଟ୍ରଷ୍ଟର ମୁଖପାତ୍ର ତଥା ବରିଷ୍ଟ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY