Home / ଶୋକ / ମୋହିନୀ ଦେବୀ ଙ୍କ ମୃତ୍ୟୁ ରେ ସେବକ ସାହି ମର୍ମାହତ

ମୋହିନୀ ଦେବୀ ଙ୍କ ମୃତ୍ୟୁ ରେ ସେବକ ସାହି ମର୍ମାହତ

କାକଟପୁର ୨୭/୧ :- କାକଟପୁର ର ସେବକ ସାହିର ସ୍ଵର୍ଗତଃ ରାଜକିଶୋର ପଣ୍ଡା ଙ୍କ ଧର୍ମପତ୍ନୀ ଶ୍ରୀମତୀ ମୋହିନୀ ଦେବୀ ଙ୍କର ଦିବା ୧୧ ଘଟିକା ସମୟରେ ପରଲୋକ ହୋଇଯାଇଛି l ମୃତ୍ୟୁ ଖବର ପାଇ ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ହିମାଂଶୁ ଭୂଷଣ ଦୀକ୍ଷିତ, ଅଶୋକ କୁମାର ଦୀକ୍ଷିତ, ଚିତ୍ତରଞ୍ଜନ ପଣ୍ଡା,ପ୍ରଦୀପ୍ତ କୁମାର ଦୀକ୍ଷିତ, ମଙ୍ଗଳା ପ୍ରସାଦ ଦୀକ୍ଷିତ, ଗୋପୀନାଥ ଦୀକ୍ଷିତ, ଙ୍କ ସମେତ କାକଟପୁର ପ୍ରେସ କ୍ଳବ ସଭାପତି କମଳ ଲୋଚନ ଦୀକ୍ଷିତ, ସମ୍ପାଦକ ଆଦିତ୍ୟ କୁମାର ରାଉତ ଏବଂ କିଛି ସଦସ୍ୟ ଶେଷ ଦର୍ଶନ କରି ମାଲ୍ୟାର୍ପଣ ଦେଇଥିଲେ, ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା l ଜୀବନ ର ଶେଷ ପର୍ଯ୍ୟନ୍ତ ସେ ଥିଲେ କର୍ମ ତତ୍ପର , ବିଭିନ୍ନ ଧର୍ମଅନୁଷ୍ଠାନ ସହିତ ଜଡିତ ରହି ଅନନ୍ୟ ଧର୍ମପରାୟଣ ମହିଳା ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ l ତାଙ୍କ ମରଶରୀର କୁ ଏକ ବିରାଟ ଶୋଭାଯାତ୍ରା ସହ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶlନ ରେ ଅନ୍ତିମ ସଂସ୍କାର କରାଯାଇଥିଲା l ଜ୍ୟେଷ୍ଠ ପୁତ୍ର ରଞ୍ଜନ କୁମାର ପଣ୍ଡା ମୁଖାଗ୍ନି ଦେଇଥିବା ବେଳେ କନିଷ୍ଠ ପୁତ୍ର ସାମ୍ବାଦିକ ପ୍ରଦୀପ ପଣ୍ଡା, ଦୁଇ ଝିଅ ଜୋଇଁ ଶତାଧିକ ସେବାୟତ ଉପସ୍ଥିତ ଥିଲେ l ତାଙ୍କ ମୃତ୍ୟୁ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି l

SPREAD YOUR LOVE WITH YOUR FRIENDS AND FAMILY