Home / ସଂସ୍କୃତି ଓ ପରମ୍ପରା / ଆସନ୍ତା କାଲି ମଙ୍ଗଳା ଙ୍କ ର ପ୍ରଥମ ପାଳିଯାତ୍ରା।

ଆସନ୍ତା କାଲି ମଙ୍ଗଳା ଙ୍କ ର ପ୍ରଥମ ପାଳିଯାତ୍ରା।

jhamu

କାକଟପୁର : ୧୭/୦୩/୨୦୨୫ -: ( ତୁଷାର ଦୀକ୍ଷିତ ) ଆରମ୍ଭ ହୋଇଯାଇଛି ପବିତ୍ର ଚୈତ୍ର ମାସ। ଆଜି ଚୈତ୍ର ମାସ ର ପ୍ରଥମ ମଙ୍ଗଳ ବାର। ପାରମ୍ପରିକ ପ୍ରଥାନୁସାରେ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଝାମୁଯାତ୍ରା ର ପ୍ରଥମ ପାଳିଯାତ୍ରା। ଆଜି ପ୍ରଥମ ପାଳି ଯାତ୍ରା ରେ ମନ୍ଦିର ରେ ନେତୋତ୍ସବ ସାଙ୍ଗକୁ ଘଣ୍ଟପାଟୁଆ ନୃତ୍ୟ, ଗୋପାଳ ସେବକ ମାନଙ୍କ ଲଉଡ଼ି ଖେଳ ଅନୁଷ୍ଠିତ ହେବ ବୋଲି ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି। ୨୫ ତାରିଖ ରେ ଦ୍ଵିତୀୟ ପାଳି ଯାତ୍ରା, ଏପ୍ରିଲ ୧ ତାରିଖ ରେ ତୃତୀୟ ପାଳି ଯାତ୍ରା, ଏପ୍ରିଲ ୮ ତାରିଖ ରେ ଚତୁର୍ଥ ପାଳି ଯାତ୍ରା ଓ ଏପ୍ରିଲ ୧୫ ରେ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହେବ ବୋଲି ମା ମଙ୍ଗଳା ଙ୍କ ପୂଜକ କମଳ ଲୋଚନ ଦୀକ୍ଷିତ ପ୍ରକାଶ କରିଛନ୍ତି। ରାଜ୍ୟ ର ବିଭିନ୍ନ ଦେବ ଦେବୀ ପୀଠ ମାନଙ୍କରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଦିନ ଝାମୁଯାତ୍ରା ( ରଡ଼ ନିଆଁ ଉପରେ କାଳୀସି ଚାଲିବା) ଅନୁଷ୍ଠିତ ହେଉ ଥିବାବେଳେ ଏକମାତ୍ର କାକଟପୁର ର ମା ମଙ୍ଗଳା ଙ୍କ ମନ୍ଦିର ରେ ଚୈତ୍ର ମାସ ର ପଞ୍ଚମ ଅଥବା ବୈଶାଖ ମାସ ର ପ୍ରଥମ ମଙ୍ଗଳବାର ଦିନ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ। ନିଜ ସ୍ଵାମୀ ଓ ପରିବାର ର ମଙ୍ଗଳ ପାଇଁ ମା ମଙ୍ଗଳା ଙ୍କୁ ସନ୍ତୁଷ୍ଟ କରିବାକୁ ସଧବା ନାରୀମାନେ ଚୈତ୍ର ମଙ୍ଗଳବାର ଓଷା ଓ ପନ୍ଥେଇ ଓଷା ପାଳନ କରିଥାନ୍ତି

SPREAD YOUR LOVE WITH YOUR FRIENDS AND FAMILY