Home / ସାମାଜିକ / ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ରେ ବିଜେପି ପକ୍ଷରୁ ବନ୍ଧୁମିଳନ

ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ରେ ବିଜେପି ପକ୍ଷରୁ ବନ୍ଧୁମିଳନ

portalnewsthumbnail

ଗଞ୍ଜାମ ଜିଲ୍ଲା:୩୦/୦୩/୨୦୨୫ (ଇପିଲି ପୂର୍ଣ୍ଣଚନ୍ଦ୍ର) ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉପଲକ୍ଷେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକ ଓ ଦିଗପହଣ୍ଡି ବ୍ଲକ ର ମଣ୍ଡଳ ସଭାପତି ମାନଙ୍କ ନେତୃତ୍ବରେ ବହୁ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଙ୍କୁ ନେଇ ଦିଗପହଣ୍ଡି ନିକଟସ୍ଥ ମାଁ ଖେମୁଣ୍ଡି କାଳୁଆ ମନ୍ଦିର ଠାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଅଙ୍କୁଶପୁର ମଣ୍ଡଳ ସଭାପତି A.ବାବୁଲା ପାତ୍ର ଙ୍କ ସଭାପତିତ୍ବରେ ସଭାର ଅୟୋଜନ ଓ ପରିଚାଳନା ହୋଇଆସିଥିଲା।ସାଂଗଠନିକ କାଯ୍ୟକଳାପ ଏବଂ ଆଗାମୀ ୨୦୨୭ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ପଦବୀ ସହ ସମିତି ସଭ୍ୟ ଓ ସଭ୍ୟା ଓ ଜିଲ୍ଲାପରିଷଦ ପ୍ରାର୍ଥୀ କିପରି ବିପୁଳ ମାତ୍ରାରେ ବିଜୟୀ ହୋଇପାରିବେ ବିଷୟରେ ଆଲୋଚନା ଥିଲା ମୁଖ୍ୟ ପ୍ରସଙ୍ଗ ବୋଲି ଶ୍ରୀ ପାତ୍ର କହିଛନ୍ତି। ବନ୍ଦେଉତ୍କଳ ଜନନୀ ଗାନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।ସଙ୍ଗଠନକୁ ସୁଦୃଢ କରିବା ଏବଂ ଜନସାଧାରଣଙ୍କ ମୌଳିକ ସମସ୍ୟା ର ସମାଧାନ ନିମନ୍ତେ ଏହି ବୈଠକ ରେ ଆଲୋଚନା ହେଇଥିଲା।ଉକ୍ତ ସଭାରେ କୃଷକମୋର୍ଚ୍ଚା ସଭାପତି ଚିନ୍ମୟ ନନ୍ଦ ମହାରାଜ, ପରେଶ୍ ଚନ୍ଦ୍ର ରଥ, ବ୍ରହ୍ମପୁର ସାଂସଦ ଙ୍କ ଦିଗପହଣ୍ଡି ବ୍ଲକ ପ୍ରତିନିଧି ହରିବନ୍ଧୁ ରେଡ୍ଡୀ, ଦିପକ ମହାପାତ୍ର, ବାଲିପଡା ମଣ୍ଡଳ ସଭାପତି ଲଳିତ ମୋହନ ବିଷୋୟୀ, ମିଟୁ ଦୋରା, ଶଶାଙ୍କ କର, ଅରୁଣ ଗୌଡ଼, କୁଞ୍ଜ ବିହାରୀ ପଣ୍ଡା, ମଦନ ମୋହନ ପତ୍ର, ବଉଳଝୋଳି ସମିତି ସଭ୍ୟା ପ୍ରତିନିଧି ସନାତନ ସଂଗ୍ରାମ ସିଂହ, ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଦଳ କିପରି ସୁଦୃଢ଼ ହୋଇପାରିବ ସେ ଉପରେ ଆଲୋଚନା କରିଥିଲେ। ଆଲୋଚନା ମଧ୍ୟ ରେ ସବୁ ପଞ୍ଚାୟତ ରେ ଯେମିତି ଆଗାମୀ ହିନ୍ଦୁ ନବବର୍ଷ ପାଳିତ ହେବ ସେ ବିଷୟରେ ଚର୍ଚ୍ଚା ହୋଇଥିଲା ।ଏହି ସଭାରେ ପ୍ରତ୍ୟେକ ପଞ୍ଚାୟତ ର ମୁଖ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଆସିଥିଲେ ଓ ବିଭିନ୍ନ ସମସ୍ୟା ଏବଂ ସମାଧାନ ଉପରେ ଚର୍ଚ୍ଚା କରିଆସିଥିଲେ।ଶେଷରେ ଅଙ୍କୁଶପୁର ମଣ୍ଡଳ ସଭାପତି ଶ୍ରୀ ପାତ୍ର ଆସିଥିବା ଦଳୀୟ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ୍ ଜଣାଇ ସଭା ଶେଷ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY