Home / ଶିକ୍ଷା / ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେଓଡିଶା ଦିବସ ଓ ଉତ୍କଳ ଜନନୀ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେଓଡିଶା ଦିବସ ଓ ଉତ୍କଳ ଜନନୀ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ।

thumb1

ନୟାଗଡ଼ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଓଡିଶା ଦିବସ ସହିତ ଉତ୍କଳ ଜନନୀ ପୂଜନ କାର୍ଯ୍ୟକ୍ରମ ବିଦ୍ୟାଳୟ ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବ୍ଳକ୍ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ସର୍ବପ୍ରଥମେ ବିଦ୍ୟାଳୟ ପରିସରରେ ସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନଙ୍କୁ ଓଡ଼ିଶା ଦିବସର ତାତ୍ପର୍ଯ୍ୟ ସହିତ ଓଡିଶାର ବରପୁତ୍ର ମାନଙ୍କ ସ୍ମୃତି ଚାରଣ କରିଥିଲେ। ଏହାପରେ ଉତ୍କଳ ଜନନୀଙ୍କ ପୂଜନ ସହିତ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଦୀପ୍ତ କୁମାର ହୋତା ଓ ଅର୍ଚ୍ଚନା ରଥ ଯଜ୍ଞ ରେ ପୁରୋଧା ଭାବରେ ଆସନ ଗ୍ରହଣ କରି ଯଜ୍ଞ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଗୁରୁଜୀ ଗୁରୁମା ପୂର୍ଣ୍ଣ ସହଯୋଗ କରିଥିଲେ।

thumb2
SPREAD YOUR LOVE WITH YOUR FRIENDS AND FAMILY