Home / ଶୋକ / ସାମୁଦ୍ରିକ ଥାନା ଡ୍ରାଇଭର ସନ୍ତୋଷଙ୍କ ସନ୍ଦେହ ଜନକ ମୃତ୍ୟୁ!

ସାମୁଦ୍ରିକ ଥାନା ଡ୍ରାଇଭର ସନ୍ତୋଷଙ୍କ ସନ୍ଦେହ ଜନକ ମୃତ୍ୟୁ!

portalnewsthumbnail

କାକଟପୁର ୧୩/୪:- (ତୁଷାର ଦୀକ୍ଷିତ) ଅସ୍ତରଙ୍ଗ ସାମୁଦ୍ରିକ ଥାନା ଡ୍ରାଇଭର ସନ୍ତୋଷ ସେଠୀ (୩୫) ଗତକାଲି ରାତିରେ ନିଜ ଘରେ ଆତ୍ମହତ୍ୟା କରି ମୃତ୍ୟୁ ହୋଇଛି | ଖବର ପାଇଁ ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିଆରସିଂ ଓ ସାମୁଦ୍ରିକ ଥାନା ଅଧିକାରୀ ଅଚ୍ୟୁତାନନ୍ଦ ବେହେରା ପୁଲିସ୍ ଟିମ୍ ନେଇ ସନ୍ତୋଷ ଘର ରାଇବେରୁଆଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |ସନ୍ତୋଷଙ୍କ ଘର ଅସ୍ତରଙ୍ଗ ଥାନା ଅଧୀନରେ ଯାଉଥିବାରୁ ଅସ୍ତରଙ୍ଗ ପୁଲିସ୍ ଶବକୁ ଜବତ କରି ପଞ୍ଚନାମା କରିବା ଓ ଘଟଣା ସ୍ଥଳରେ ଫରେନସିକ୍ ଟିମ ପହଞ୍ଚି ଯାଞ୍ଚ କରୁଛି | ସୂଚନାନୁସାରେ ସନ୍ତୋଷ କନେଷ୍ଟବଳ ଭାବେ ପୁଲିସରେ ଯୋଗଦେଇ ଅଭିଜ୍ଞତା ଦୃଷ୍ଟିକୋଣରୁ ସାମୁଦ୍ରିକ ଥାନା ଗାଡି ଚଳାଉଥିଲେ |ଅସ୍ତରଙ୍ଗ ବ୍ଲକର ଛୁରିଆନା ପଞ୍ଚାୟତ ରାଇବେରୁଆଁରେ ଘର ହୋଇଥିବାରୁ ସେ ରାତିରେ ଘରକୁ ପଳାଇଥାନ୍ତି |ମିଳିଥିବା ସୂଚନାମୁତାବକ ସବୁଦିନ ପରି ଘରକୁ ଯାଇ ଗତକାଲି ରାତିରେ ସନ୍ତୋଷ,ତାଙ୍କ ପରିବାର ଓ ନିଜ ସ୍ତ୍ରୀଙ୍କ ସହ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା | ପରେ ସନ୍ତୋଷ ମାଣ୍ଡୁକିକୁ ଯାତ୍ରା ଦେଖିବାକୁ ଯାଇ ଯାତ୍ରା ଅଧାରୁ ସେ ଘରକୁ ପଳାଇ ଆସିଥିଲେ |ସେ ଆସିବା ବେଳକୁ ଘରେ ତାଙ୍କର ସ୍ତ୍ରୀ ନଥିଲା ବୋଲି ସୂଚନା ମିଳିଛି | ଏଥି ଯୋଗୁ ହେଉ ବା ଅନ୍ୟ କୌଣସି କାରଣରୁ ସକାଳୁ ଦେଖନ୍ତେ ସନ୍ତୋଷ ଲୁଗାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି |ଘଟଣାଟି ଚାରିଆଡେ ପ୍ରଘଟ ପରେ ଘଟଣା ସ୍ଥଳରେ ସାଧାରଣ ଲୋକ ରୁଣ୍ଡ ହେବା ଓ ଅସ୍ତରଙ୍ଗ ପୁଲିସ୍ ପହଞ୍ଚି ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କ ପଚରାଉଚରା କରି ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ତଦନ୍ତ ଆରମ୍ଭ କରିଥିଲା | ପୁରୀର ଫୋରେନସିକ୍ ଟିମ୍ ପହଞ୍ଚି ଯାଞ୍ଚ କଲା ପରେ ଅସ୍ତରଙ୍ଗ ପୁଲିସ୍ ଶବକୁ ଜବତ କରି ଛରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି |ଏପଟେ ସ୍ଥାନୀୟ ଲୋକ ଓ ପୁଲିସର କହିବା ମୁତାବକ ପରିବାରରେ ପୂର୍ବରୁ ପାଟିତୁଣ୍ଡ ହୋଇଥିଲା,ଏଥିଯୋଗୁ ସନ୍ତୋଷ ଆତ୍ମହତ୍ୟା କରିବା କୁହାଯାଇଛି | ଜଣେ ପୁଲିସ୍ ଡ୍ରାଇଭର ସାହସୀ ଓ ଧର୍ଯ୍ୟଶୀଳ ହୋଇଥିଲା ବେଳେ ସେ କାହିଁକି ଆତ୍ମହତ୍ୟା କଲା ଯାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟିହୋଇଛି | ଶବ ବ୍ୟବଛେଦ ରିପୋର୍ଟ ଓ ଫରେନସିକ୍ ଯାଞ୍ଚ ରିପୋର୍ଟ ମିଳିବା ପରେ ମୃତ୍ୟୁର ରହସ୍ୟ ଜଣାପଡିବ

SPREAD YOUR LOVE WITH YOUR FRIENDS AND FAMILY