କାକଟପୁର ୧୨/୪/୨୦୨୫ ( ତୁଷାର ଦୀକ୍ଷିତ ) କାକଟପୁର ବ୍ଲକ ଛକ ନିକଟସ୍ତ ଉତ୍କଳ ପ୍ଲାଜା ବାର ଉପରେ ଗତ ଗୁରୁବାର ସନ୍ଧ୍ୟା ରେକିଛି ଦୁର୍ବୁତ୍ତ ବୋମାମାଡ କରିଥିବା ଯୋଗୁ ବୋମାମାଡରେ କାଚ ଭାଙ୍ଗିବା ସହିତ ଜୋରେ ଶବ୍ଦ ହୋଇଥିଲା ସୂଚନା ମୁତାବକ ଗୁରୁବାର ରେ କେତେକ ଯୁବକ ମଦ୍ୟ ପାନ କରୁ ଥିଲେ. ପଇସା ଡେଣ ନେଣ କୁ ନେଇ କୁ ନେଇ ମ୍ୟାନେଜେର ସୁନୀଲ କୁମାର ଜେନା ଙ୍କ ସହିତ ବଚସା ହୋଇଥିଲା । ଯୁବକ ମାନେ ମ୍ୟାନେଜେର କୁ ଦଶ ହଜାର ଟଙ୍କା ବଟି ମାଗିବା ସହିତ ଅସିଲ ଭାଷାରେ ଗାଳିଗୁଲଜ କରି ସେଠାରୁ ଚାଲିଯାଇଥିଲେ. ପୁନର୍ବାର ସନ୍ଧ୍ୟା ରେ ଆସି ବାର ଉପରକୁ ଦୁଇଟି ବୋମା ମାଡ କରିଥିଲେ ସେଠାରେ ଉପସ୍ଥିତ ଥିବା କେତେକ ଗ୍ରାହକ ବୋମା ମାଡ ଶବ୍ଦ ଶୁଣି ଭୟରେ ଦୌଡ଼ି ପଳାଇଥିଲେ ଏସଂକ୍ରାନ୍ତରେ ଖବର ପାଇ କାକଟପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣା ର ତଦନ୍ତ ଜାରିରଖିଥିବା ବେଳେ ଆଜି ସକାଳୁ ଫୋରେନସିକ ଟିମର ଆଦିତ୍ୟ ନାୟକ ଟିମ ସହ ପହଂଚି ବାରରେ ଛାନବିନ କରିବା ସହିତ ବୋମାରେ ବ୍ୟବହାର ହୋଇଥିବା ସୁତୁଲି ଗୋଡି, କାଚଗୁଣ୍ଡ କୁ ସଂଗ୍ରହ କରିଥିଲେ. ଏ ସଂକ୍ରାନ୍ତ ରେ କାକଟପୁର ଥାନା ରେ ୭୭/୨୫ ରେ ଏକ ମାମଲା ରୁଜୁ କରାଯାଇଛି. ତେବେ ଏହିଁ ଘଟଣାରେ ସମ୍ପୃକ୍ତ ଗୁଡ଼ୁ ସାହୁ କୁ ପୋଲିସ ଗିରଫ କରି କୋଟ ଚାଲାଣ କରଛି. ଏହି ଘଟଣାରେ ଏକାଧିକ ଯୁବକ ସମୃକ୍ତ ଥିବା ଆଇ ଆଇ ସି ଉମେଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି.
Social Icons
Featured Posts








