ପୁରୀ: ତା ୨୪.୦୪.୨୦୨୫ – ୧୬୦ ବର୍ଷର ପୁରୁଣା କୋର୍ଟ କୋଠା ସ୍ଥାନାନ୍ତର କାହାର ଯୋଜନା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଶ୍ନ କରିଛନ୍ତି | ପୁରୀ ଅଦାଲତ କୋଠା ସ୍ଥାନୀୟ ତାଳବଣିଆ ସ୍ଥିତ ଆଇ ଟି ଆଇ ନିକଟକୁ ସ୍ଥାନାନ୍ତର ବିରୋଧରେ ପୁରୀ ଓକିଲ ସଂଘ ବିରୋଧ କରି ଆସୁଛି |ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ପୁରୀ ଗସ୍ତ କାଳରେ ପୁରୀ ଓକିଲ ସଂଘ କର୍ମକର୍ତ୍ତା ମାନେ ଏ ନେଇ ଦାବୀପତ୍ର ପ୍ରଦାନ କରିଥିଲେ l ଏହି ଆଲୋଚନା କାଳରେ, ଶ୍ରୀ ମାଝି ଏଭଳି ଏକ ଐତିହ୍ୟ କୋଠାକୁ ଉକ୍ତ ସ୍ଥାନରୁ ସ୍ଥାନାନ୍ତର କାହାର ଯୋଜନା ବୋଲି ପଚାରି ଥିଲେ | ସଂଘ ସଭାପତି ପ୍ରେମାନନ୍ଦ ମହାନ୍ତି ପ୍ରସ୍ତାବିତ ଅଞ୍ଚଳରେ ନିର୍ମାଣ ସଂପୂର୍ଣ୍ଣ ବେଆଇନ ଓ ସମ୍ପାଦକ ଶରତ କୁମାର ରାୟଗୁରୁ ଏହା ମେଧା ଶକ୍ତି ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ | ସାସଂଦ ସମ୍ବିତ ପାତ୍ର ଏଭଳି ଐତିହ୍ୟ ନ୍ୟାୟପାଳିକା ସ୍ଥାନାନ୍ତରକୁ କେବଳ ଆଇନଜୀଵୀମାନଙ୍କ ବିରୋଧ ନୁହେଁ ସମଗ୍ର ପୁରୀବାସୀଙ୍କ ଅସନ୍ତୋଷ ରହିଛି ବୋଲି କହିଥିଲେ | ପୁରୀ ବିଧାୟକ ସୁନୀଲ ମହାନ୍ତି ଆଇନଜୀଵୀମାନଙ୍କ ବିରୋଧ ସମିଚନ ବୋଲି କହିଥିଲେ | ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉକ୍ତ ବିଷୟ ଅତି ସମ୍ବେଦନଶୀଳ ବୋଲି କହିବା ସହ ସରକାର ସମସ୍ତ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରତଶ୍ରୁତିକୁ ସେ ଜାହିର କରିଥିଲେ | ଏଥିରେ ସଂଘର ସହ ସମ୍ପାଦକ ଅନିଲ କୁମାର ସାହୁ ସମୀର ଘୋଷ, କର୍ଣ୍ଣବୀର ମହାପାତ୍ର, ଜ୍ୟୋତି ପ୍ରକାଶ ମହାନ୍ତି, ତାପସ ବଳିଆରସିଂହ ସମେତ ବରିଷ୍ଠ ଆଇନଜୀବୀ ସୋମନାଥ ଦାସ, ଦିଗଦର୍ଶନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ |
ପୁରୀ ଅଦାଲତ କୋଠା ସ୍ଥାନାନ୍ତର ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ଓକିଲ ସଂଘର ଫେରାଦ











