Home / ସ୍ୱାସ୍ଥ୍ୟ / ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ, ନୟାଗଡ଼।

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ, ନୟାଗଡ଼।

myaleariah


ନୟାଗଡ଼ : ୨୫.୦୪.୨୦୨୫. (ଭାସ୍କର ଚନ୍ଦ୍ର ସ୍ୱାଇଁ) – ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ସକାଳ ୧୦.୩୦ ମିନିଟ ସମୟରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ,ଉପ-ଜିଲ୍ଲାପାଳ କର୍ଣ୍ଣଦେଵ ସମାଦାର , ସିଡିଏମଓ ଡଃ ସୁଶାନ୍ତ କୁମାର ଦାସ, ଏଡିପିଏଚ୍ଓଭିଵିଡି ଡଃ ବନମାଳୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନୟାଗଡ ଜିଲ୍ଲାରେ ଆମ ସମସ୍ତଙ୍କର ସହଭାଗିତାରେ ମ୍ୟାଲେରିଆ ନିରାକରଣ କରାଯାଇ ପାରିବ ବୋଲି କହିଲେ। ସଚେତନତା ଏବଂ ସମସ୍ତଙ୍କ ସହଯୋଗରେ ଏହା ସମ୍ଭବ । ଉପ-ଜିଲ୍ଲାପାଳ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ।

myaleariah1

ସିଡିଏମଓ ଏହାର ଉପରେ ଆଲୋଚନା କରିଥିଲେ ଏଵଂ ଏହାର ଲକ୍ଷଣ, ନିରାକରଣ ନିମନ୍ତେ ଜଣାଇଥିଲେ । ରୋଗୀକୁ ଅଧିକ ଜ୍ୱର ଓ ଵାନ୍ତି ହେବା, ବାଉଳି ହେବା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ। ଏହି ରୋଗ ମ୍ୟାଲେରିଆ ରୋଗିର ରକ୍ତ ଶୋଷିବା ପରେ ମାଈ ଆନୋଫିଲିସ ମଶା ମ୍ୟାଲେରିଆ କୀଟାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଅତ୍ୟଧିକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ରେ କୀଟନାଶକ ଓାୖଷଧ ସିଞ୍ଚନ ବର୍ଷ କୁ ୨ ଥର ମେ ମାସ ଏବଂ ସେପ୍ଟେମ୍ବର ମାସରେ କରାଯାଏ ।ଏହି କୀଟନାଶକ ଥରେ ସିଞ୍ଚନ କଲେ ୩ ମାସ‌ ପର୍ଯ୍ୟନ୍ତ କାମ କରିଥାଏ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ,ମେଡିକାଲ ଟିମ୍ ଓ ସାମ୍ବାଦିକ ମାନେ ଯୋଗଦେଇଥିଲେ ।

SPREAD YOUR LOVE WITH YOUR FRIENDS AND FAMILY