Home / ସାମାଜିକ / ନୀଳାଚଳ ଟ୍ରଫି : ଫାଇନାଲରେ ବାପୁଜୀ ସ୍ପୋର୍ଟିଂ ଓ ରାଇଜିଂ ଷ୍ଟୁଡେଣ୍ଟ

ନୀଳାଚଳ ଟ୍ରଫି : ଫାଇନାଲରେ ବାପୁଜୀ ସ୍ପୋର୍ଟିଂ ଓ ରାଇଜିଂ ଷ୍ଟୁଡେଣ୍ଟ

ceremony2

ପୁରୀ : ୦୯/୦୫/୨୦୨୫: (ତୃପ୍ତିମୟୀ ଜେନା)- ଶ୍ରୀଜଗନ୍ନାଥ ଷ୍ଟାଡିୟମ ପରିସରରେ ଚାଲିଥିବା ଟି-ଟ୍ବଣ୍ଟି ନୀଳାଚଳ ଟ୍ରଫି କ୍ରିକେଟ୍‌ରେ ଭୁବନେଶ୍ୱରର ବାପୁଜୀ ସ୍ପୋର୍ଟିଂ ରାଞ୍ଚି ମେକନଙ୍କୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି। ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ୍ ରାଞ୍ଚିର ରାଞ୍ଚି ମେକନ ଏବଂ ବାପୁଜୀ ସ୍ପୋର୍ଟିଂ ମଧ୍ୟରେ ଖେଳାଯାଇଥିଲା। ରାଞ୍ଚି ମେକନ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ସମସ୍ତ ୱିକେଟ୍ ହରାଇ ରାଞ୍ଚି ୧୨୧ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ କୁମାର ଶାନ୍ତନୁ ୩୧ ବଲ୍‌ରୁ ସର୍ବାଧିକ ୩୪ ରନ୍ ସଂଗ୍ରହ କରିଥିଲେ। ପ୍ରତିପକ୍ଷର ରାକେଶ ପଟ୍ଟନାୟକ ୪ ଓଭର ବୋଲିଂ କରି ୩୫ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ଜବାବରେ ବାପୁଜୀ ସ୍ପୋର୍ଟିଂ ୮ ୱିକେଟ୍ ୱିକେଟ୍‌ରେ ବିଜୟୀ ହୋଇଥିଲା। ଦଳ ପକ୍ଷରୁ କ୍ଷମା ଏସ୍. ବଳ ବ୍ୟାଟିଂ କରି ୨୫ ବଲ୍‌ରୁ ଅପରାଜିତ ୬୨ ରନ୍, ରାକେଶ ପଟ୍ଟନାୟକ ୭ ବଲ୍‌ରୁ ୨୨ ରନ୍ ଏବଂ ଅତୁଲ ୯ ବଲ୍ ଖେଳି ୨୩ ରନ୍‌ରେ ଅପରାଜିତ ଥିଲେ। ପ୍ରତିପକ୍ଷ ରାଞ୍ଚିର ଅନୁଜ ସିଂହ ୨ ଓଭର ବୋଲି କରି ୨ ୱିକେଟ୍ ନେଇଥିଲେ। ଓସିଏ ପ୍ୟାନେଲ ଅମ୍ପାୟାର ସମ୍ବିତ ପଟ୍ଟନାୟକ ଓ ଦେବବ୍ରତ ଦାଶ ମ୍ୟାଚ୍ ପରିଚାଳନା କରିଥିଲେ। ମ୍ୟାନ୍ ଅଫ୍ ଦ ମ୍ୟାଚ ଭାବେ କ୍ଷମା ଏସ୍. ବଳ ଏବଂ ସୁପର ଷ୍ଟାଇକ୍ରର ଭାବେ କୁମାର ଶାନ୍ତନୁଙ୍କୁ ପୁରସ୍କୃତ କରାଯାଇଥିଲା। ପୂର୍ବତନ ରଣଜୀ କ୍ୟାପଟେନ ଲଲିଟେନ୍ଦୁ ମହାପାତ୍ର, ଶକ୍ତି ପ୍ରସନ୍ନ ନାୟକ, ସୁଇଲ ମହାପାତ୍ର, ଟୁର୍ଣ୍ଣାମେଣ୍ଟ କମିଟି ସଦସ୍ୟ ହରେଶ ମିଶ୍ର, ଆଶିଷ ଶତପଥୀ ପୁରସ୍କାର ପ୍ରଦାନ କରିଥିଲେ।

ଦ୍ବିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ ରାଉରକେଲା ସ୍ପୋର୍ଟସ୍‌ ଏକାଡେମୀ ଓ କଟକ ରାଇଜିଂ ଷ୍ଟାର ସହ ହୋଇଥିଲା। ରାଉରକେଲା ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୋଟ ୯୦ ରନ୍‌ କରି ଦଳ ଅଲ୍ ଆଉଟ୍‌ ହୋଇଯାଇଥିଲା। ଅଭିଷେକ ୨୧ରନ୍(୧୨) କରିଥିଲେ। ରାଇଜିଂ ଷ୍ଟୁଡେଣ୍ଟର ଅଭିନୀତ ପଟ୍ଟନାୟକ ୩.୩ ଓଭରରେ ୧୯ ରନ୍‌ ଦେଇ ୪ ୱିକେଟ ନେଇଥିଲେ। ରାଇଜିଂ ଷ୍ଟୁଡେଣ୍ଟ ୪ ୱିକେଟ୍‌ରେ ମ୍ୟାଚ୍‌ ଜିତିଥିଲା। ଟୁକୁନା ସାହୁ ୨୨ ରନ୍ (୧୦ବଲ୍) କରିଥିଲେ। ଅଭିଷେକ ସିଂହ ୪ଓଭରରେ ୨୭ ରନ୍‌ ଦେଇ ୨ ୱିକେଟ ନେଇଥିଲେ। ଦେବବ୍ରତ ଦାସ ଓ ଚନ୍ଦ୍ର ମୋହନ ବରାଳ ମ୍ୟାଚ୍ ପରିଚାଳା କରିଥିଲେ। ମ୍ୟାନ ଅଫ୍ ଦି ମ୍ୟାଚ ଅଭିନୀତ ପଟ୍ଟନାୟକ ଓ ସୁପର ଷ୍ଟ୍ରାଇକର ଅଭିଷେକଙ୍କୁ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ପ୍ରାକ୍ତନ ଏସ୍ପି( ସ୍ପେସିଆଲ ବ୍ରାଞ୍ଚ)ଜ୍ଞାନ ରଞ୍ଜନ ମହାପାତ୍ର, ରାଜେଶ କୁମାର ମିଶ୍ର, ଅମ୍ବିକା ପ୍ରସାଦ ଦାସ, ହରେଶ ଚନ୍ଦ୍ର ମିଶ୍ର ପୁରସ୍କୃତ କରିଥିଲେ। ଆସନ୍ତାକାଲି ପୁରୀ ମିଡିଆ ଏକାଦଶ ସହ ପୁଲିସ୍‌ ଏକାଦଶ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବ।

SPREAD YOUR LOVE WITH YOUR FRIENDS AND FAMILY