Home / ସାମାଜିକ / ସ୍ନେହଲତା – ଶରତ ରାଉତରାୟ ମେମୋରିଆଲ ଟ୍ରଷ୍ଟ ତରଫରୁ ବିଶ୍ୱ ମାତୃ ଦିବସ ପାଳିତ

ସ୍ନେହଲତା – ଶରତ ରାଉତରାୟ ମେମୋରିଆଲ ଟ୍ରଷ୍ଟ ତରଫରୁ ବିଶ୍ୱ ମାତୃ ଦିବସ ପାଳିତ

snehalata

ପୁରୀ ତା ୯/୫/୨୦୨୫,(ତୃପ୍ତିମୟୀ ଜେନା ) ସ୍ଥାନୀୟ ସି ଟି ରୋଡ ସ୍ଥିତ ୟୁଥ ହଷ୍ଟେଲ ପରିସରରେ ସ୍ନେହଲତା – ଶରତ ରାଉତରାୟ ମେମୋରିଆଲ ଟ୍ରଷ୍ଟ ତରଫରୁ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି ! ଅନୁଷ୍ଠାନ ର ସଭାପତି ଶ୍ରୀ ଲଲାଟେନ୍ଦୁ ମିଶ୍ର ଙ୍କ ସଭାପତିତ୍ୱ ରେ ଦିବସ କୁ ବରିଷ୍ଠ ସମାଜସେବୀ ତଥା ଭୁବନେଶ୍ୱର ଡୁଡନୁ ଫାଉଂଡେସନ ର ଅଧ୍ୟକ୍ଷା ଶ୍ରୀମତୀ ବନ୍ଦନା ହରିଚନ୍ଦନ ମୁଖ୍ୟ ଅତିଥି ରୂପେ ଯୋଗଦେୟୀ ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭ ଉଦ୍ଘାଟନ କରିଥିଲେ !ବିଶ୍ୱର ସର୍ବଶ୍ରେଷ୍ଠ ଅମୁଲ୍ୟ ନିଧି ହେଉଛି ମା ଆଉ ତାର ସ୍ନେହ ! ତାର ତ୍ୟାଗର ମୁଲ କିଏ ଯେ ଦେଇପାରିବ ବୋଲି ଶ୍ରୀମତୀ ହରିଚନ୍ଦନ ନିଜ ବକ୍ତବ୍ୟରେ ରଖିଥିଲେ.! ଅନ୍ୟତମ ଅତିଥି ରାଜ୍ୟ ପୁରସ୍କାର ପ୍ରାପ୍ତା କବୟିତ୍ରୀ ସୁଶ୍ରୀ ସୁଚେତା ମିଶ୍ର ମୁଖ୍ୟବକ୍ତା ରୂପେ ଯୋଗଦେୟୀ ବିଶ୍ୱ ମାତୃ ଦିବସ ପାଳନ କରିବାର ବୈଶିଷ୍ଟ୍ୟତା ଉପରେ ଆଲୋକ ପାତ କରିଥିଲେ ! ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗଦେୟୀ ସି. ବି. ଆଇ.କୋଲକାତା ର ପୂର୍ବତନ ଡେପୁଟି ଲିଗାଲ ଆଡ଼ଭାଇଜର ଶ୍ରୀମତୀ ରାଜଶ୍ରୀ ମିଶ୍ର, ଆକାଶବାଣୀ ପୁରୀ ର ଘୋଷିକା ସୁଶ୍ରୀ ରାଜଶ୍ରୀ ସାହୁ, ବରିଷ୍ଠ ସେବାୟତ ଶ୍ରୀମତୀ ସାବିତ୍ରୀ ଖୁଣ୍ଟିଆ ମା ବା ବୋଉ କୁ ଯେତେବି ପ୍ରଶଂସା କଲେ କମ ହେବ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ ! ଉତ୍ସବ ରେ ସନ୍ତୋଷ ବାରିକ, ସଂଘମିତ୍ରା ପଟନାୟକ, ଜ୍ୟୋତିରେଖା ମିଶ୍ର ଆଦି ମା ଙ୍କ ଉପରେ ସୁନ୍ଦର ଗୀତ ବୋଲିଥିଲେ ! ଏହି ଦିବସ ଉପଲକ୍ଷେ କଲେଜ ସ୍ତରରେ ପିଲାମାନଙ୍କ ଦ୍ୱାରା ଆୟୋଜିତ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ସିଲଡ଼ ଓ ସାର୍ଟିଫିକେଟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ! କୃତି ପ୍ରତିଯୋଗୀ ହେଲେ ପ୍ରଥମ – ଶ୍ରୀମାନ ଚନ୍ଦନ ସାହୁ, ଦ୍ଵିତୀୟ -(ଯୁଗ୍ମ) ସୁଶ୍ରୀ ଅନ୍ଵେଷା ରାୟ ଓ ସୁଶ୍ରୀ ସୋନାଲି ମହଲା, ତୃତୀୟ -ସୁଶ୍ରୀ ଗାୟତ୍ରୀ ଭୋଇ !ଶ୍ରେଷ୍ଠ ବୟୋଜ୍ୟେଷ୍ଠା ମା ଭାବେ ବିଶିଷ୍ଟ ଭଜନ ରଚିତା, ପ୍ରକାଶିକା ଶ୍ରୀମତୀ ସରସ୍ବତୀ ଦେବି ଙ୍କୁ ସମ୍ମାନିତ କରାଯାଇଥିଲା !! ଏକ ସୁନ୍ଦର ପରିବାର ଚଳାଇବାରେ ସିଦ୍ଧହସ୍ତା ମା ଶ୍ରୀମତୀ ଅମ୍ବିକା ପଟନାୟକ ଙ୍କୁ ସ୍ୱତନ୍ତ୍ର ଭାବେ ମାନପତ୍ର ଓ ଉତ୍ତରୀୟ ଦ୍ୱାରା ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ! ସମ୍ପାଦିକା ଆଡ଼ଭୋକେଟ ରଚିତା ରାଉତରାୟ ବାର୍ଷିକ ବିବରଣୀ ପଠନ କରିଥିଲେ ଓ ଆଜିର ଦିବସ ମା ପ୍ରତି କାହିଁକି ସମର୍ପିତା ବ୍ୟାଖ୍ୟା କରିଥିଲେ ! ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଠା ଆଡ଼ଭୋକେଟ ଶ୍ରୀଯୁକ୍ତ ବଂଶୀଧର ରାଉତରାୟ, ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟନାୟକ, ଶ୍ରୀମତୀ ପ୍ରମିଳା ସିଂ, କାଞ୍ଚନ ଶୁକ୍ଲା, ଆଡ଼ଭୋକେଟ ଶୁକ୍ଲା ରାୟ, ବନିତା ବାରିକ, ଆଡ଼ଭୋକେଟ ସସ୍ମିତା ରଥ, ଆଡ଼ଭୋକେଟ, ଗାୟିକା ସର୍ବାଣୀ ଦାସ, କଳ୍ପନା ମୁଦୁଲି, କୁନି ସାହୁ, ସୁପ୍ରିତି ଶୁକ୍ଲା, ବିଧୁଭୂଷଣ ନାୟକ, ସାଗରୀକା ପାଳ, ପ୍ରିୟପତ୍ର ସମ୍ପାଦକ ବିପିନ ବିହାରୀ ଦଳାଇ, ଚନ୍ଦ୍ରମଣି ଦାଶ, ସଂଘମିତ୍ରା ପଟନାୟକ,ଗୀତାରାଣୀ ମିଶ୍ର, ରୁଚିମିତ୍ରା ଜଗଦେବ ମହାପାତ୍ର ଇତ୍ୟାଦି ଉପସ୍ଥିତ ଥିଲେ ! ସର୍ବଶେଷରେ ଉତ୍ସବକୁ ଧନ୍ୟବାଦ ଅର୍ପଣ ସହ ସଭାସଙ୍ଗ କରିଥିଲେ କବୟତ୍ରୀ କ୍ରିଷ୍ଣା ମହାପାତ୍ର 

SPREAD YOUR LOVE WITH YOUR FRIENDS AND FAMILY