Home / ସାମାଜିକ / କାକଟପୁର ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

କାକଟପୁର ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

triranga

କାକଟପୁର: ୨୩/୫/୨୦୨୫ – (ତୁଷାର ଦିକ୍ଷିତ୍) – ପେହେଲେଗାଁ ରେ ଆତଙ୍କବାଦୀ ଦ୍ୱାରା ଆକ୍ରମଣ ର ଶିକାର ହୋଇ ଭାରତୀୟ 26 ଜଣ ପର୍ଯଟକ ଙ୍କୁ ନୃଶଂସ ଭାବେ ହତ୍ୟା କରି ମା ମାନଙ୍କର ମଥା ରୁ ସିନ୍ଦୁର କୁ ଏହି ନୃଶଂସକାରି ଆତଙ୍କବାଦୀ ମାନେ ପୋଛି ଦେଇଥିଲେ ଯାହାକି ଏହା ସମଗ୍ର ଭାରତ ବାସୀ ଙ୍କ ମନକୁ କ୍ଷତ ବିକ୍ଷତ କରିଦେଇଥିଲା, ଏହାର ଜବାବ ଦେବା ଲାଗି ସବୁ ସେନା ର ମୁଖ୍ୟ ଙ୍କ ସହିତ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ଗୃହ ମନ୍ତ୍ରୀ ଅମିତ ସାହା ବୈଠକ ପରେ ବୈଠକ ଡାକି ରଣନୀତି ପ୍ରସ୍ତୁତ କରି ବରିଷ୍ଠ ଦୁଇ ମହିଳା ଅଫିସର ଙ୍କୁ ଦାଇତ୍ୱ ଦେଇଥିଲେ ଏବଂ ଏହାର କଡ଼ାମୁକାବିଲା ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ ଘନ ଘନ ବୈଠକ ବସିବା ସୋସିଆଲ ମିଡିଆରେ ବାହାରିବା ପରେ ପାକିସ୍ତାନ ସେନା ଙ୍କ ନିଦ ହଜି ଯାଇଥିଲା, ଭାରତୀୟ ମହିଳା ମାନଙ୍କ ମଥାରୁ ସିନ୍ଦୁର ଯେଉଁ ଆତଙ୍କବାଦୀ ମାନେ ପୋଛି ଦେଇଛନ୍ତି ସେଇ ଆତଙ୍କବାଦୀ ମାନଙ୍କୁ କଳ୍ପନା ର ବାହାରେ ଜବାବ ଦିଆ ଯିବ ବୋଲି ପ୍ରଧାନମନ୍ତ୍ରୀ ଙ୍କ ଭାଷଣ ପରେ ପାକିସ୍ତାନ ଥରିବାକୁ ବସିଲା ଏବଂ ଏହି ପ୍ରତିଶୋଧ ରୂପ ର ନାଁ ଦିଆଗଲା

whatsapp image 2025 05 23 at 20.32.31 dfa74f92

ଅପେରସନ ସିନ୍ଦୁର ଏହାର ଦାୟିତ୍ୱ ମଧ୍ୟ ଦୁଇ ଦକ୍ଷ ସେନା ବାହିନୀ ସର୍ବୋଚ୍ଚ ଆସନ ରେ ବସିଥିବା ଦୁଇ ମହିଳା ଙ୍କୁ ଦାୟିତ୍ୱ ଦିଆ ଗଲା ଏବଂ ପରିସ୍ଥିତି ଏ ପରି ହେଲା ଯେ ପାକିସ୍ତାନ ର ବକ୍ଷ ଭିତରେ ପଶି ଖୋଜି ଖୋଜି ଆତଙ୍କୀ ଙ୍କ ଆଡ୍ଡା, ଆତଙ୍କୀ ମାନଙ୍କୁ ନିପାତ କରାଯାଇଥିଲା, ଭାରତ ର ଏ ପରି ଭୟଙ୍କର ରୂପ ଦେଖି ସାରା ବିଶ୍ୱ ଭାରତ ର ରଣ କୌଶଳ ର ପ୍ରକ୍ରିୟା ଓ ଶତ୍ରୁଙ୍କ ଠାରୁ ପ୍ରତିଶୋଧ ନେବାର ତରିକା ଦେଖି ବହୁ ବଡ଼ ବଡ଼ ଦେଶ ହତବାକ୍ୟ ହୋଇ ଯାଇଥିଲେ, ସେନାର ମନୋବଳ, ଆତଙ୍କବାଦୀ ଙ୍କ ଆକ୍ରମଣ ରେ ନିହତ ହୋଇଥିବା ଭାରତୀୟ ଯବାନଙ୍କ ସମେତ ପର୍ଯ୍ୟଟକ ଙ୍କ ଆତ୍ମା କୁ ଶାନ୍ତି ଦେବା ସହିତ ସେନାର ମନୋବଳ କୁ ବୃଦ୍ଧି କରିବା ଉଦେଶ୍ୟ ରେ ସାରା ଭାରତରେ ଏହି ଅପରେସନ ସିନ୍ଦୁର ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ କରାଯାଉଛି, ଆଜି ମଧ୍ୟ କାକଟପୁର ବିଜେପି ପକ୍ଷ୍ୟରୁ ବିଶ୍ଵାମିତ୍ର ମଠ ପାଖରୁ ବିଜେପି ଦଳର ବିଧାୟକ ପ୍ରାଥୀ ବାଇଧର ମଲ୍ଲିକ ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ଓ ସାଧାରଣ ଜନତା ଙ୍କୁ ନେଇ ଆରମ୍ଭ ହୋଇଥିଲା ଶୋଭାଯାତ୍ରା ଏଥିରେ ବହୁ ଯୁବକ, ଛାତ୍ର, ମହିଳା ମାନେ ସାମିଲ ହୋଇଥିଲେ ଏକ ବିରାଟ ପଟୁଆରରେ ଜୟ ହିନ୍ଦ, ଭାରତ ମାତା କି ଜୟ ର ନାରା ଦିଆ ଯାଇଥିଲା ପୁରା ଭାରତମାତା କି ର ଜୟଧ୍ୟନି ରେ ସାରା ଅଞ୍ଚଳ ପ୍ରକମ୍ପିତ ହେବା ସହିତ ଲୋକମାନଙ୍କ ମଧ୍ୟରେ ଏକ ପ୍ରକାର ଜୋସ ଦେଖିବାକୁ ମିଳିଥିଲା ଆଜିର ଏହି କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ବିଜେପି ଯୁବ ସଂଗଠନ ଉପସଭାପତି ରତିକାନ୍ତ ବେହେରା, ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟା ରାଜଲକ୍ଷ୍ମୀ ଦାଶ, ବନା ଖଣ୍ଡି ସରପଞ୍ଚ ପ୍ରଜ୍ଞାପରମିତା ନାୟକ, କାକଟପୁର ର ବରିଷ୍ଠ ବିଜେପି ନେତା ମଙ୍ଗଳା ସାମନ୍ତରାୟ, ଲଳିତ ରଥ, ରଶ୍ମିରଂଜନ ବିଶ୍ୱାଳ, କାକଟପୁର ମଣ୍ଡଳ ସଭାପତି କାଳନ୍ଦୀ ଦୀକ୍ଷିତ, ଙ୍କ ସମେତ କୋଣାର୍କ, ବାଲିଦୋକାନ, ବାଙ୍ଗୁରୀଗାଁ, ନୟାହାଟ, ଅସ୍ତରଙ୍ଗ ମଣ୍ଡଳ ସଭାପତି ମାନଙ୍କ ସହଯୋଗ କ୍ରମେ ଶାନ୍ତି ଶୃଙ୍ଖଳାର ସହିତ ଏହି ତ୍ରିରଙ୍ଗା ଶୋଭାଯାତ୍ରା ସମାପନ କରାଯାଇଥିଲା,

SPREAD YOUR LOVE WITH YOUR FRIENDS AND FAMILY