Home / ସାମାଜିକ / ମଙ୍ଗଳା ଙ୍କର ଚନ୍ଦନ ଯାତ୍ରାରେ ଆରମ୍ଭ ହଳଦୀ ପାଣିରେ ଶେଷ

ମଙ୍ଗଳା ଙ୍କର ଚନ୍ଦନ ଯାତ୍ରାରେ ଆରମ୍ଭ ହଳଦୀ ପାଣିରେ ଶେଷ

chandanjatra

କାକଟପୁର ୨୩/୫/୨୦୨୫, (ତୁଷାର ଦୀକ୍ଷିତ) ଦୀର୍ଘ ୨୧ ଦିନ ବ୍ୟାପି ମା ମଙ୍ଗଳା ମନ୍ଦିର ବେଢା ଭିତରେ ଥିବା ପ୍ରଭୁ ରାଧା କୃଷ୍ଣ ଙ୍କ ମୂର୍ତ୍ତି କୁ ଏକ ସୁସଜ୍ଜିତ ବିମାନ କୁ ସଜା ଜାଇ ପୂଜା ପଣ୍ଡା ସେବାୟତ ଙ୍କ ଦ୍ୱାରା ମୂର୍ତ୍ତି ଙ୍କୁ ଅଣା ଯିବା ପରେ ଘଣ୍ଟ, ଘଣ୍ଟା, ଛତ୍ରୀ, ଛତା, ଆଲଟ, ଚାମର ଏବଂ ସେବାୟତ ମାନଙ୍କର ପଖୁଜ ଓ ଘଣ୍ଟ ନାଦରେ ସମସ୍ତ ଦେଖଣା ହାରି ମାନେ ମଜଗୁଲ ହୋଇଥିବା ବେଳେ ପାରମ୍ପରିକ ଗୋଛାୟତ ସେବାୟତ ମାନେ ଢୋଲ, ପଖୁଜ, କାହାଳି ବଜାଇ ଏକ ଶୋଭାଯାତ୍ରା ରେ ଚନ୍ଦନ ମଣ୍ଡପ ପର୍ଯ୍ୟନ୍ତ ଠାକୁର ଙ୍କ ବିମାନକୁ ନିଆ ଯାଇଥିଲା,ସେଠାରେ ପ୍ରଥମେ ଠାକୁରଙ୍କୁ ବିମାନରୁ ଓଲ୍ଲାଇ ଚୁଆ, ହଳଦୀ,ଚନ୍ଦନ, ଶ୍ରୀ କର୍ପୁର, ଗଙ୍ଗା ଜଳ, ଅଗୁରୁ ରେ ପୂଜା ପଣ୍ଡା ସେବାୟତ ଙ୍କ ଦ୍ୱାରା ମନ୍ତ୍ର ପାଠ ହୋଇ ସ୍ନାନ କରାଯାଇ ଏବଂ ନୌକା ଉପରକୁ ଠାକୁରଙ୍କୁ

whatsapp image 2025 05 23 at 21.03.51 5b9766ad

ନିଆ ଯାଇ ନୌକା ରେ ଠାକୁର ଚାପ ଖେଳିଥିଲେ ଚାପ ସାରିଲା ପରେ କାକଟପୁର ଥାନା, ସେବକ ବିଷ୍ଣୁ ଚରଣ ପଣ୍ଡା ଙ୍କ ଦାଣ୍ଡ ରେ ଚାଚେରା ଭୋଗ ଲାଗି କରାଯଇଥିଲା, ଏହି ମହା ଆଡମ୍ଭର ପର୍ବ କୁ ଦେଖିବାକୁ ଶ୍ରାଦ୍ଧଳୁ ମାନେ ଦିବା ୫ ଘଟିକା ଠାରୁ ଛକ ର ଦୁଇ ପଟେ ଛିଡା ହୋଇଥିଲେ ମନ୍ଦିର ପ୍ରଶାସନ ପକ୍ଷ୍ୟରୁ ସମସ୍ତ ପ୍ରକାର ଵେବସ୍ଥା କରାଯାଇଥିବା ବେଳେ ସେବକ ସମିତି ର ସଦସ୍ୟ ଙ୍କ ସହିତ ସେବାୟତ ମାନେ ଅଂଶ ଗ୍ରହଣ କରିଥିଲେ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ ଠାକୁରଙ୍କୁ ଆଲଟ କରିଥିବା ବେଳେ ମନ୍ଦିର କର୍ମଚାରୀ ପ୍ରଭାତ କୁମାର ସିଂ, ବାପୁଜୀ ଦାଶ, ରବୀନ୍ଦ୍ର ଜେନା ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ କାକଟପୁର ପୋଲିସ ପ୍ରଶାସନ ପକ୍ଷ୍ୟରୁ ଟ୍ରାଫିକ ଵେବସ୍ତା ସହିତ ଶାନ୍ତି ଶୃଙ୍ଖଳା ର ସହିତ ଏହି ହଳଦୀ ପାଣି ଉତ୍ସବ ସମାପମ କରାଯାଇଥିଲା.

SPREAD YOUR LOVE WITH YOUR FRIENDS AND FAMILY