ପୁରୀ : – ତା୦୬/୦୬/୨୦୨୫ରିଖ (ତୃପ୍ତିମୟୀ ଜେନା )- ଶୁକ୍ରବାର ଦିବା ଘ୧୧.୩୦ମି ସମୟରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମାନନୀୟ ଲୋକସଭା ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ଙ୍କ ବିରୁଦ୍ଧରେ ଆପତ୍ତିଜନକ ବୟାନ ଦେଇଥିବାରୁ ପୁରୀ, ଲୋକସଭା ସାଂସଦ ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ସ୍ଥାନୀୟ କଚେରି ଛକ, ଜିଲ୍ଲାପାଳ, ପୁରୀ ଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ଦାହ କରାଯାଇଛି ଏବଂ ଏପରି ଘୃଣ୍ୟ ମନ୍ତବ୍ୟ ଦେଇଥିବାରୁ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ନାରାବାଜି ହୋଇଥିଲା ଏବଂ ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା କୁ ଚାବୁକ ମାଡ଼ ହେବା ସହ ତାଙ୍କର ଏପରି କାର୍ଯ୍ୟ ପାଇଁ ନିନ୍ଦା କରାଯାଇଥିଲା ।

ଆଜିର କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା କଂଗ୍ରେସ ସଂଯୋଜକ ଇଂ ରାଜେଶ କୁମାର ମିଶ୍ର ଙ୍କ ନେତୃତ୍ବରେ ବରିଷ୍ଠ କଂଗ୍ରେସ ନେତା ବିନାୟକ ଦାସମହାପାତ୍ର, ନିରଞ୍ଜନ ରଥ, ସତ୍ୟବାଦୀ କଂଗ୍ରେସ ନେତା ମନୋଜ କୁମାର ରଥ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ବିଦ୍ୟୃତଲତା ଆଚାର୍ଯ୍ୟ, ସରସ୍ଵତୀ ପାତ୍ର, କାଳୀ ପ୍ରସାଦ ନାୟକ, ଆର୍ତ୍ତତ୍ରାଣ ସାହୁ, ନଗର କଂଗ୍ରେସ ‘କ’ ସଭାପତି ଛବିନ୍ଦ୍ର ପଢିଆରୀ, ନଗର କଂଗ୍ରେସ ‘ଖ’ ସଭାପତି ଅମରେନ୍ଦ୍ର ପାଇକରାୟ , ପିସିସି ପୂର୍ବତନ ସଂପାଦକ ବିଶ୍ଵନାଥ ଦାଶ, ବ୍ରହ୍ମଗିରି ବ୍ଲକ ସଭାପତି ନିରଂଜନ ମିଶ୍ର, ଜିବେଶଚନ୍ଦ୍ର ରଥ, ଡ଼ଃ ନିରଞ୍ଜନ ବିଶ୍ବାଳ, ବିଭୁପ୍ରସାଦ ମିଶ୍ର, ସିତାକାନ୍ତ ମହାନ୍ତି, ସୁକାନ୍ତ କୁମାର ପ୍ରଧାନ, ନିମାପଡ଼ା ବ୍ଲକ ସଭାପତି କାଳନ୍ଦୀ ବାରିକ, ଆଦର୍ଶ ମିଶ୍ର, ସ୍ବାଧୀନ କୁମାର ପଣ୍ଡା, ରଜତ କୁମାର ସାହୁ, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ବିଶ୍ବରଂଜନ ସାମନ୍ତରାୟ, ବିଶ୍ବରଂଜନ ମହାପାତ୍ର, ସୈମ୍ୟକାନ୍ତ ପ୍ରଧାନ ଏବଂ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।











